Cock Price 30000
ଗୋଟିଏ ଗଞ୍ଜାର ଦାମ ୩୦ ହଜାର ଟଙ୍କା । ଶୁଣିଲେ ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ କଥାଟି ସତ । ଏ ପୁଣି ଏମିତି ସେମିତି କୁକୁଡ଼ା ନୁହେଁ, ଏ ହେଉଛି ଲଢୁଆ କୁକୁଡା । ହାଇଟ୍ ଯେମିତି, ଫାଇଟ୍ ବି ସେମିତି ।
ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅଇଁରୀ ଗାଁର ଗଣପତି ବିଶ୍ୱାଳଙ୍କର ଲଢୁଆ ଗଞ୍ଜା ଟାଇଗର । ଟାଇଗରକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । କାରଣ ଏହାର ମୂଲ୍ୟ ହେଉଛି ୩୦ ହଜାର ଟଙ୍କା । ଆଗକୁ ମକର ସଂକ୍ରାନ୍ତି ଥିବାରୁ ଟାଇଗରର ମୂଲ୍ୟକୁ ନେଇ ଚାରିଆଡେ ଚର୍ଚ୍ଚା । ଗଣପତି, ସଲମାନ ଖାନଙ୍କର ଟାଇଗର ଫିଲ୍ମରେ ଅନୁପ୍ରାଣିତ ହୋଇ ସେ କୁକୁଡ଼ାର ନାଁ ଟାଇଗର ଦେଇଛନ୍ତି । ଗଣପତିଙ୍କ ପାଖରେ ବର୍ତ୍ତମାନ ୫୦ଟି କୁକୁଡା ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ଟି ଲଢୁଆ କୁକୁଡା ରହିଛନ୍ତି । ଟାଇଗରକୁ କିଣିବା ପାଇଁ ଏବଂ ତାକୁ ଦେଖିବାକୁ ବିଭିନ୍ନ ଜିଲ୍ଲାରୁ ଲୋକମାନେ ଆସୁଥିବା ଦେଖିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702531493.jpg)