Advertisment

ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ୨୩ଦିନ ପରେ କଙ୍ଗୋରୁ ଆସିଲା ମୃତଦେହ

କଙ୍ଗୋରେ ଫସିଥିଲା ଆଳି ମାନପୁର ଗାଁର ଦିବାକର ଜେନାଙ୍କ ମୃତଦେହ । ପାଣି ପାଇପ ମିସ୍ତ୍ରୀ ଭାବେ କାମକରୁଥିଲେ ଦିବାକର ।

Baijayanta Panda

Baijayanta Panda

Advertisment

୨୩ ଦିନ ପରେ ଆଫ୍ରିକାରୁ ଫେରିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ମୃତଦେହ ଆସିଥିବା କହିଲେ ପରିବାର ଲୋକେ। ସୂଚନା ଅନୁସାରେ କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ମାନପୁର ଗାଁର ଦିବାକର ଜେନାଙ୍କ ମୃତଦେହ ଆଜି ଘରକୁ ଫେରିଛି। ମୃତଦେହ ଘରେ ପହଁଚିବା ପରେ ଘରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।

Advertisment

୮ମାସ ତଳେ ପାଣି ପାଇପ ମିସ୍ତ୍ରୀ ଭାବେ କାମ କରିବା ପାଇଁ ଏକ ଏଜେଣ୍ଟ ଜରିଆରେ ମଧ୍ୟ ଆଫ୍ରିକାର କଙ୍ଗୋ ଯାଇଥିଲେ ଦିବାକର। ହେଲେ ଗତ ଡିସେମ୍ବର ୧୫ତାରିଖରେ ସେଠାରେ କୌଣସି କାରଣବଶତଃ ଦିବାକରଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତଦେହ ଘରକୁ ଫେରିପାରୁନଥିବା ବେଳେ ଏନେଇ ପରିବାର ଲୋକେ ମୃତଦେହ ଫେରାଇ ଆଣିବା ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜନ୍ତ ପଣ୍ଡାଙ୍କୁ ନିବେଦନ କରିଥିଲେ। ପରେ ବୈଜୟନ୍ତ ପଣ୍ଡା ସେଠାକାର ଆମ୍ବାସିଙ୍କୁ ଚିଠି ଲେଖିବା ପରେ ମୃତଦେହ ଫେରିବା ପାଇଁ ପକ୍ରିୟା ଆରମ୍ଭ ହୋଇଥିଲା । 

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ