ଯଥାଶୀଘ୍ର ଅକ୍ତିଆରକୁ ନିଅ OTM, ନଚେତ୍ ଜରିମାନା ଦେବ

ବିଭିନ୍ନ ଆଳ ଦେଖାଇ ଓଟିଏମ୍‌କୁ ରାଜ୍ୟ ସରକାର ନିଜ ଦଖଲକୁ ନେଉନାହାନ୍ତି ବୋଲି ଅଫିସିଆଲ୍ ଲିକ୍ୟୁଡେଟର ଅଭିଯୋଗ କରିଥିଲେ ।

OTM

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ କଡ଼ା ଚେତାବନୀ । ଆସନ୍ତା ୫ ତାରିଖ ସୁଦ୍ଧା ଚୌଦ୍ୱାର ଓଟିଏମ୍‌କୁ ନିଜ ଦଖଲକୁ ନିଅ ନଚେତ୍‌ ମାସିକ ୬ ଲକ୍ଷ ଟଙ୍କା ଲେଖାଏଁ ତଣ୍ଡ ଗଣିବାକୁ ପଡ଼ିବ । ଓଟିଏମ୍ ମୂଲ୍ୟ ବାବଦକୁ ରାଜ୍ୟ ସରକାର ୧୧୫ କୋଟି ଟଙ୍କା ଜମା କରିଥିଲେ ସୁଦ୍ଧା ଦଖଲକୁ ନେଉଥିବାରୁ ହାଇକୋର୍ଟ କ୍ଷୁବ୍ଧ ହେବା ସହିତ ଚେତାବନୀ ଦେଇଛନ୍ତି । ୫ ତାରିଖ ଅପରାହ୍ନ ୪ଟା ସୁଦ୍ଧା ଡେଡ୍‌ଲାଇନ୍ ଦିଆଯାଇଛି । ଏହି ସମୟ ଭିତରେ ରାଜ୍ୟ ସରକାରଙ୍କ କ୍ଷମତାପ୍ରାପ୍ତ ଅଧିକାରୀ ଅଫିସିଆଲ୍ ଲିକ୍ୟୁଡେଟରଙ୍କ ଅଫିସରେ ଉପସ୍ଥିତ ରହି ହସ୍ତାନ୍ତର କାର୍ଯ୍ୟ ଶେଷ କରିବାକୁ କୋର୍ଟ କହିଛନ୍ତି । ବିଭିନ୍ନ ଆଳ ଦେଖାଇ ଓଟିଏମ୍‌କୁ ରାଜ୍ୟ ସରକାର ନିଜ ଦଖଲକୁ ନେଉନାହାନ୍ତି ବୋଲି ଅଫିସିଆଲ୍ ଲିକ୍ୟୁଡେଟର ଅଭିଯୋଗ କରିଥିଲେ ।