Advertisment

ବିପଦରେ ନାଟମଣ୍ଡପ ! କେତେବେଳେ କ’ଣ ହେବ କିଛି କହି ହେବ ନାହିଁ...

ହାଇକୋର୍ଟ ଆମିକସକ୍ୟୁରୀଙ୍କ ରିପୋର୍ଟକୁ ନେଇ ଉଦବେଗ । ଜଗମୋହନ ସ୍ଥିତି ବି ଭଲନଥିବା ଆମିକସକ୍ୟୁରୀଙ୍କ ରିପୋର୍ଟ ।

undefined

Lord Jagannath

Advertisment

ସାଂଘାତିକ ସ୍ଥିତିରେ ଶ୍ରୀମନ୍ଦିରର ନାଟମଣ୍ଡପ । ଯେକୌଣସି ମୁହୂର୍ତ୍ତରେ ଘଟିପାରେ କିଛି ବି ଅଘଟଣ । ଶ୍ରୀମନ୍ଦିର ପ୍ରତି ବି ସୃଷ୍ଟି ହୋଇପାରେ ବଡ଼ ବିପଦ । ASI ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ଏଭଳି ଢଙ୍ଗରେ ଚେତାଇ ଦେଇଛନ୍ତି ଶ୍ରୀମନ୍ଦିର ମାମଲାର ଆମିକସକ୍ୟୁରୀ ଏନ.କେ.ମହାନ୍ତି । ତା ସହ ଆଖିତରାଟିଲା ଭଳି ଏକ ରିପୋର୍ଟ ଦାଖଲ କରିିଛନ୍ତି । ଯେଉଁଥିରେ ଦର୍ଶାଇଛନ୍ତି, ନାଟମଣ୍ଡପର ମୁଖ୍ୟ ବିମ୍ ଟି ଉଭୟ ପାର୍ଶ୍ୱରୁ କାଣ୍ଟିଲିଭର ଭାବେ କାର୍ଯ୍ୟ କରୁଛି ।

Advertisment

ତେବେ ନାଟମଣ୍ଡପ ଛାତରୁ ବର୍ଷାଜଳ ନିଷ୍କାସନ ଓ ପାଣି ନଗଳିବା ପାଇଁ ପର୍ଯ୍ୟାପ୍ତ କାମ ହୋଇଛି। ଆସନ୍ତା ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ASI ସମ୍ପୂର୍ଣ୍ଣ ମରାମତି କାମ ସାରିବ। ଜଗମୋହନ ଓ ନାଟମଣ୍ଡପର ସୁରକ୍ଷା ପ୍ରସଙ୍ଗରେ ଜଣେ ବ୍ୟକ୍ତିଙ୍କ ପକ୍ଷରୁ ଦାୟର ପିଟିସନ୍ ଆଧାରରେ ହାଇକୋର୍ଟରେ ଆମିକସକ୍ୟୁରି ଏଭଳି ତଥ୍ୟ ରଖିଥିବା କହିଛନ୍ତି ଆବେଦନକାରୀଙ୍କ ଓକିଲ ।

ଅଗଷ୍ଟ ୧୧ରେ ମରାମତି ଓ ସଂରକ୍ଷଣ ନେଇ ASI କର୍ତ୍ତୃପକ୍ଷ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, କୋର୍ କମିଟି ସହ ଆଲୋଚନା କରିଥିଲେ ଆମିକସକ୍ୟୁରୀ । ASI ଅତିରିକ୍ତ ଡିଜିଙ୍କ ସହ ବି ପୂର୍ବରୁ ଆଲୋଚନା କରିଥିବା ବେଳେ ଆସନ୍ତା ୨୧ରେ ବସିବ ବୈଠକ। ଜଗମୋହନର ପ୍ରଥମ ଓ ଦ୍ୱିତୀୟ ପିଢା ସ୍ତରରେ ବି ଫାଟ ରହିଥିବା ଦର୍ଶାଇଛନ୍ତି ଆମିକସକ୍ୟୁରି । ଜଗମୋହନର ପୂର୍ବ ଏବଂ ଦକ୍ଷିଣପୁର୍ବ ପଟରେ ଥିବା ଫାଟଗୁଡିକ ନାଟମଣ୍ଡପ ଛାତରୁ ଦେଖାଯାଉଛି । ଯାହାର ମରାମତି ଆଖିଦୃଶିଆ ନୁହଁ ବୋଲି ଆମିକସକ୍ୟୁରୀ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

Advertisment

୨୦୧୮ରେ ନାଟମଣ୍ଡପରେ ଫାଟ ଥିବା ଜଣାପଡ଼ିବା ପରେ ASI ଓ ଉଚ୍ଚସ୍ତରୀୟ କମିଟି ଘନ ଘନ ଯାଞ୍ଚ କରି ମରାମତି ବି ଆରମ୍ଭ କରିଥିଲେ। ନାଟମଣ୍ଡପରେ କ୍ରାକ୍ ମିଟର୍ ଜରିଆରେ ରିଡିଂ କରି ଫାଟର ତର୍ଜମା କରାଯାଇଥିଲା। ଗତବର୍ଷ ସେପ୍ଟେମ୍ବର ୧୭ରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆମିକସକ୍ୟୁରି ଏନ୍.କେ.ମହାନ୍ତି ଆସି ନାଟମଣ୍ଡପ ସ୍ଥିତିର ଅନୁଧ୍ୟାନ ବି କରିଥିଲେ। ମାର୍ଚ୍ଚ ୨୦୨୩ ସୁଦ୍ଧା ନାଟମଣ୍ଡପର ମରାମତି କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏବେ ସାମ୍ନାକୁ ଆସିଛି ଆମିକସକ୍ୟୁରୀଙ୍କ ଉଦବେଗଜନକ ରିପୋର୍ଟ। ଫଳରେ ଏହାକୁ ନେଇ ପୁଣି ଅସନ୍ତୋଷ ପ୍ରକାଶ କରିଛନ୍ତି ସେବାୟତ। କହିଛନ୍ତି, ଶ୍ରୀମନ୍ଦିର ବାହାରେ ସୌନ୍ଦର୍ଯ୍ୟକରଣ ହେଉଛି ସିନା ଭିତରେ କିନ୍ତୁ ଫମ୍ପା ପଡ଼ିରହିଛି। ASI ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି, ଗତ ରଥଯାତ୍ରା ସମୟରେ କୋର୍ କମିଟି ଅନୁଧ୍ୟାନ କରିବା ସହ ମରାମତି ପାଇଁ ନିଷ୍ପତ୍ତି ନିଆଯାଇଛି । ମରାମତି ପାଇଁ ବିଶେଷଜ୍ଞ ଦ୍ୱାରା ଯେତେଶୀଘ୍ର ଡିଜାଇନ ଆସିବ, ସେତେଶୀଘ୍ର କାମ ହେବ।

Advertisment

ଏହି ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ସେପ୍ଟେମ୍ବର ୧୩ରେ ଥିବାବେଳେ କେବେ ସରୁଛି ନାଟମଣ୍ଡପର ମରାମତି, ତାକୁ ଅପେକ୍ଷା।

Srimandir Lord Jagannath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ