Advertisment

ଓଡ଼ିଆ ଝିଅ ମନୀଷା ପାଢୀଙ୍କୁ ବଡ଼ ନିଯୁକ୍ତି

ଝିଅର ନୂଆ ଦାୟିତ୍ୱକୁ ନେଇ ଖୁସି ବାପା ମା’ । ଦେଶର ପ୍ରଥମ ମହିଳା ଭାବେ ବନିଲେ ଏଡ୍ ଡି’ କ୍ୟାମ୍ପ ।

ଅଦ୍ୟତନ ହୋଇଛି
Fast Lady ADC

Fast Lady ADC

Advertisment

ଓଡ଼ିଆ ଝିଅ ମନୀଷା ପାଢୀଙ୍କୁ ବଡ଼ ନିଯୁକ୍ତି । ମିଜୋରାମ ରାଜ୍ୟପାଳଙ୍କ ADC ଭାବରେ ନିଯୁକ୍ତି । ଦେଶର ପ୍ରଥମ ମହିଳା ADC ଟୁ ଗଭର୍ଣର ବା ଏଡ୍ ଡି କ୍ୟାମ୍ପ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଓଡ଼ିଆ ଝିଅ ମନୀଷା ପାଢ଼ୀ। ମନୀଷା ଭାରତୀୟ ବାୟୁସେନାରେ ସ୍କ୍ୱାଡ୍ରନ୍ ଲିଡର ଭାବେ କାର୍ଯ୍ୟରତ ଥିବା ବେଳେ, ଏବେ ମିଜୋରାମ ରାଜ୍ୟପାଳଙ୍କ ଏଡିସି ଭାବରେ ନିଯୁକ୍ତି ପାଇଛନ୍ତି। ମନୀଷା ଭାରତୀୟ ବାୟୁସେନାର ଏଟିସି ବା ଏୟାର ଟ୍ରାଫିକ କଣ୍ଟ୍ରୋଲ ଅଫିସର ଭାବେ କାର୍ଯ୍ୟ କରୁଥିଲେ।

Advertisment

ମନୀଷାଙ୍କ ବାପା ମନୋରଞ୍ଜନ ପାଢ଼ୀ ମଧ୍ୟ ଜଣେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ। ଅନରାରି ଫ୍ଲାଇଂ ଅଫିସର ଭାବେ ସ୍କ୍ବାର୍ଡନ ଲିଡର ମନୀଷାଙ୍କ ବାପା କାର୍ଯ୍ୟରୁ ଅବସର ନେଇଛନ୍ତି। ତେବେ ଝିଅର ଏହି ନୂଆ ଦାୟିତ୍ୱକୁ ନେଇ ଉଭୟ ବାପା ମାଆ ଖୁସି ବ୍ୟକ୍ତ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ