• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାହାଡ଼ର ସେ ପାଖେ ଏକ ଛୋଟିଆ ଗାଁ । ସହରଠୁ ମାଇଲ ମାଇଲ ଦୂରରେ ଥିଲେ ବି ସହର ଭଳି କିଛି ସୁବିଧା ପାଇ ପାରୁଛନ୍ତି ଏଠାକାର ଲୋକେ । ମନୋରଞ୍ଜନ ପାଇଁ ପାର୍କ ଅଛି, ବୈଠକ- ଭୋଜିଭାତ ପାଇଁ କମ୍ୟୁନିଟି ହଲ୍ ରହିଛି । ସେଠାରେ ଗାଁ ପିଲାମାନଙ୍କ ପାଇଁ ଲାଇବ୍ରେରୀର ବ୍ୟବସ୍ଥା କରାଯାଇଛି । ସରକାରୀ ଅବହେଳାର ଶିକାର ହୋଇଥିଲେ ମଧ୍ୟ ଲୋକଙ୍କ ଶ୍ରମ ଦାନ ଯୋଗୁଁ ଏହି ଗାଁ ଏବେ ସ୍ମାର୍ଟ ଭିଲେଜରେ ପରିଣତ ହୋଇଛି । ଆଦିବାସୀ ବହୁଳ ଗଜପତି ରାୟଗଡ ଲକ୍ଷ୍ମୀପୁର ପଞ୍ଚାୟତରେ ରହିଛି ତୁବୁରୁଡା ସ୍ମାର୍ଟ ଭିଲେଜ, ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚା ।

ଏହି ଦୁର୍ଗମ ଆଦିବାସୀ ଗାଁର ପରିବେଶକୁ ସହରୀ ଝଲକ ଦେବା ପଛରେ ଜଣେ ଶିକ୍ଷିତ ଯୁବକଙ୍କ ଦିଗଦର୍ଶନ ରହିଛି। ସେ ହେଉଛନ୍ତି ସଚିନ୍ କୋର୍ଲ। । ହିମାଚଳ ପ୍ରଦେଶ ପାଲାମପୁରର ଏହି ଯୁବକ ଇଂଜିନିରିଂ ପଢି ସାରିବା ପରେ ଷ୍ଟୁଡେଣ୍ଟ ଫେଲୋସିପ୍ ପାଇଁ ଏହ ଅଞ୍ଚଳରେ କାମ କରୁଥିବା ଏକ ସ୍ୱେଚ୍ଛାସେବୀ ସଂସ୍ଥା ଗ୍ରାମବିକାଶକୁ ଆସିଥିଲେ । ଏଠାକୁ ଆସିବା ପରେ ଏହି ଗାଁକୁ ଡିଜିଟାଲାଇଜେସନ୍ କରିବା ପାଇଁ ଚିନ୍ତା କରିଥିଲେ ।

ହେଲେ ଏଠାରେ ମୋବାଇଲ୍ ନେଟବାର୍କ ନଥିବାରୁ ଏହା ସମ୍ଭବ ହୋଇନଥିଲା । ତେଣୁ କିଭଳି ଏହି ଗାଁର ଚିତ୍ର ବଦଳାଇବେ ସେନେଇ ଚିନ୍ତା କରି ଏଭଳି କରିବାକୁ ଯୋଜନା କରିଥିଲେ । ତାଙ୍କରି ଦିଗଦର୍ଶନରେ ଗାଁ ଲୋକେ ଶ୍ରମଦାନ କରି ଗାଁର ଚିତ୍ରକୁ ସଂପୂର୍ଣ୍ଣ ଭାବେ ବଦଳାଇ ପାରିଛନ୍ତି ।

ଏବେ ଏହି ଆଦିବାସୀ ଅଧ୍ୟୁସିତ ଏହି ଆଦିବାସୀ ଗାଁରେ ରହିଛି ସହରୀ ଝଲକ୍ । ଏଠାକାର ଶାନ୍ତ ପରିବେଶରେ ଏସବୁର ମଜା ନେବା ନିଶ୍ଚିତ ଭାବେ ଏକ ଭିନ୍ନ ଅନୁଭୂତି ।