Advertisment

କାମକୁ ମିଳିଲା ସମ୍ମାନ; ବନରକ୍ଷୀଙ୍କ ନାଁରେ ହେଲା ଜଙ୍ଗଲର ନାଁ

ଚର୍ଚ୍ଚାରେ କେନ୍ଦୁଝର ବନ ବିଭାଗ । ତଳିଆ କର୍ମଚାରୀଙ୍କୁ ଦେଲା ଶ୍ରେଷ୍ଠ ସମ୍ମାନ।

ଅଦ୍ୟତନ ହୋଇଛି
Special Story

Special Story

Advertisment

ତଳିଆ କର୍ମଚାରୀମାନଙ୍କୁ ଉପରିସ୍ଥ ଅଧିକାରୀ ହଇରାଣ ହରକତ କରିବାର ଅନେକ ନଜିର ରହିଛି,ଯାହାକୁ ନେଇ ସେମାନେ ଚିନ୍ତାରେ ରୁହନ୍ତି । ହେଲେ କେନ୍ଦୁଝର ବନ ବିଭାଗ, ଜଣେ ବନରକ୍ଷୀଙ୍କ କାମକୁ ସମ୍ମାନ ଜଣାଇ ତିଆରି କରିଛି ନିଆରା ଉଦାହରଣ । ବନରକ୍ଷୀଙ୍କ ନାଁରେ କରିଛି ଜଙ୍ଗଲର ନାଁ... । ଜଙ୍ଗଲ ସୃଷ୍ଟିରେ ନିଷ୍ଠାପର କାମ କରୁଥିବା ବନରକ୍ଷୀଙ୍କ ନାଁରେ କଲା ଜଙ୍ଗଲ। ସମଗ୍ର ଭାରତରେ ଏହା ଉଦାହରଣ ସୃଷ୍ଟି କରିଥିବା ବେଳେ ସାରା ଦେଶରେ ଏହା ପ୍ରଥମ ବୋଲି କୁହାଯାଉଛି।

Advertisment

କେନ୍ଦୁଝର ଜିଲ୍ଲା ମହାଦେବପୁର ଗାଁ ପାଖରେ ପ୍ରାୟ ୭୦ ହେକ୍ଟର ଜମି ପଡିଆ ପଡିଥିଲା । ଗଛଟିଏ ନଥିବାରୁ ଖାଁ ଖାଁ ଲାଗୁଥିଲା । ୨୦୨୧-୨୨ରେ ଏହି ଟାଙ୍ଗରା ଭୂମିରେ ଜଙ୍ଗଲ ସୃଷ୍ଟି କରିବା ପାଇଁ ଅଣ୍ଟା ଭିଡିଥିଲା ବନ ବିଭାଗ । ବେଲ୍ଦା ବିଟର ବନରକ୍ଷୀ ମିତ୍ରଭାନୁ ନାଏକ ନିକଟସ୍ଥ ମହାଦେବପୁର ଏବଂ ପୋଟଳ ଗାଁକୁ ଯାଇ ଲୋକମାନଙ୍କୁ ବୁଝାସୁଝା କରିବା ସହ ଗଛ ଲଗାଇବା ପାଇଁ କହିଥିଲେ । ଏହା ପରେ ପ୍ରାୟ ୨୦ ହେକ୍ଟର ଜମିରେ ୩୨ ହଜାର ଫଳ ଗଛ ଲଗାଗଲା ।

ଅଧିକ ପଢ଼ନ୍ତୁ: ଦିନ ମଜୁରିଆଙ୍କ ନାମରେ ନାମିତ ହେଲା ସରକାରୀ ଜଙ୍ଗଲ

ବନରକ୍ଷୀ ମିତ୍ରଭାନୁ ନାଏକଙ୍କ ନିଷ୍ଠା ଓ ଉଦ୍ୟମ ଯୋଗୁ ଏବେ ଫଳ ଗଛ ଗୁଡିକ ୭ ଫୁଟ ହୋଇଗଲାଣି । ଗତ କିଛି ମାସ ତଳେ ଏହି ନୂଆ ଜଙ୍ଗଲ ବୁଲି ଆସିଥିଲେ ବନ ବିଭାଗର ବରିଷ୍ଠ ଅଧିକାରୀ । ନିଆରା ଫଳ ଜଙ୍ଗଲ ଦେଖି ଡିଏଫ୍ଓ ଏଚ୍.ଡି ଧନରାଜ ଖୁସି ହେବା ସହିତ ବନରକ୍ଷୀ ମିତ୍ରଭାନୁ ନାଏକଙ୍କ ନିଷ୍ଠାପର କାମକୁ ପ୍ରଶଂସା କରିଥିଲେ । ଏହା ପରେ ଏହି ଫଳ ଜଙ୍ଗଲର ନାଁ ‘ମିତ୍ରଭାନୁ ବନ’ ରଖିଛନ୍ତି ।

Advertisment

ବନ ବିଭାଗର ତଳିଆ କର୍ମଚାରୀମାନେ ପ୍ରକୃତରେ ଜଙ୍ଗଲ ସୃଷ୍ଟିଠାରୁ ଆରମ୍ଭ କରି ବନ୍ୟଜନ୍ତୁଙ୍କ ସୁରକ୍ଷା ଦିଗରେ କାମ କରିଥାନ୍ତି । ସେମାନଙ୍କୁ ସାବାସୀ ଦେଇ ଉତ୍ସାହିତ କଲେ ଜଙ୍ଗଲ ସଂପଦ ରକ୍ଷା ହୋଇପାରିବ ବୋଲି କହିଛନ୍ତି କେନ୍ଦୁଝର ଡିଏଫଓ ।

ଅନେକ ସମୟରେ ତଳିଆ କର୍ମଚାରୀମାନଙ୍କୁ ଉପରିସ୍ଥ ଅଧିକାରୀ ହଇରାଣ ହରକତ କରିବାର ନଜିର ରହିଛି। ହେଲେ ଜଣେ ବନରକ୍ଷୀଙ୍କ ତ୍ୟାଗ ଓ ନିଷ୍ଠାକୁ ସମ୍ମାନ ଜଣାଇ କେନ୍ଦୁଝର ବନ ବିଭାଗ ନୂଆ ପରିଚୟ ତିଆରି କରିଛି।

Advertisment

(ରିପୋର୍ଟ-ପ୍ରଣୟ ପାଣିଙ୍କ, କେନ୍ଦୁଝର)

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ