ନନ୍ଦନକାନନରେ କ୍ୟୋସେୱାରୀ ଓ ଅଷ୍ଟ୍ରିଜ୍‌ ପାଇଁ ସ୍ୱତନ୍ତ୍ର ଖୁଆଡ

ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଉନ୍ମୋଚନ କାର୍ଯ୍ୟକ୍ରମ । ସ୍ୱତନ୍ତ୍ର ଖୁଆଡରେ ଛଡାଯିବ କ୍ୟୋସେୱାରୀ ଓ ଅଷ୍ଟ୍ରିଜ୍ ପକ୍ଷୀ ।

Nandankanan

ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଆଜି ପ୍ରତିଷ୍ଠା ଦିବସ । ୬୪ତମ ପ୍ରତିଷ୍ଠା ଦିବସରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗଦେଇ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଏହି ଅବସରରେ ନନ୍ଦନକାନନର ବାର୍ଷିକ ରିପୋର୍ଟ ପ୍ରକାଶ କରିବା ସହ ନନ୍ଦନକାନନର ଥିମ୍ ସଙ୍ଗ ରିଲିଜ ହେବ । ସେହିପରି ୱାଲାବି ଏନକ୍ଲୋଜରର ଉଦଘାଟନ, କ୍ୟୋସେୱାରୀ ଓ ଅଷ୍ଟ୍ରିଜ୍‌କୁ ସ୍ୱତନ୍ତ୍ର ଖୁଆଡରେ ଛଡାଯିବାର କାର୍ଯ୍ୟକ୍ରମ ରହିଛି ।

ଏଥିସହ ନନ୍ଦନକାନନ୍ ଇଣ୍ଟିଗ୍ରେଟେଡ୍ ମନିଟରିଂ ସିଷ୍ଟମ୍ ଆପ୍, ଷ୍ଟେଟ୍ ବଟାନିକାଲ୍ ଗାର୍ଡେନ୍‌ରେ ୱେବସାଇଟ୍ ଉନ୍ମୋଚନ ଏବଂ ରାଜ୍ୟ ବଟାନିକାଲ୍ ଗାର୍ଡେନରେ ବାମ୍ବୁସେଟମ୍‌ର ଉଦଘାଟନ କରିବେ ମନ୍ତ୍ରୀ । ସେହିପରି ବଟାନିକାଲ୍ ଗାର୍ଡେନରେ ହାଇଡ୍ରୋଫାଇଟ୍ ଗାର୍ଡେନର ଉଦଘାଟନ ସହ ବାଘ ମାନଙ୍କ ନାମ ଘୋଷଣା ହେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।