Advertisment

ପହିଲାରୁ ସବୁ ଗାଡ଼ିରେ ବାଧ୍ୟତାମୂଳକ ହେବ VLTD...

VLTD ନିର୍ମାତା ଚୟନରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ବଡ଼ ଘୋଟାଲା ଅଭିଯୋଗ ଆଣିଲା ସ୍ମାର୍ଟ ମୋବିଲିଟି ଆସୋସିଏସନ ।

undefined

VLTD

Advertisment

ଅକ୍ଟୋବର ୧ରୁ ରାଜ୍ୟରେ ବାଧ୍ୟତାମୂଳକ ଭାବେ ଲାଗୁ ହେବ VLTD ଓ ପାନିକ ବଟନ ନିୟମ। ଏଥିପାଇଁ ବିଜ୍ଞପ୍ତି ଜାରି କରିସାରିଛି ରାଜ୍ୟ ପରିବହନ ପ୍ରାଧିକରଣ- STA । ହେଲେ VLTD ନିର୍ମାତା ଚୟନରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଛି । STA ଓ କିଛି VLTD ନିର୍ମାତା ମିଶି ଏହି ଦୁର୍ନୀତି କରିଥିବା ସିଧାସଳଖ ଅଭିଯୋଗ ଆଣିଛି ଦେଶର VLTD ନିର୍ମାତା ସଂଘ- ସ୍ମାର୍ଟ ମୋବିଲିଟି ଆସୋସିଏସନ।

Advertisment

ପରିବହନ ମନ୍ତ୍ରୀ, ବିଭାଗୀୟ ସଚିବ, ପରିବହନ କମିଶନର ଓ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଏନେଇ ଅଭିଯୋଗ କରିଛି ସଂଘ। ସଂଘ କହିଛି, ରାଜ୍ୟରେ VLTD ବିକ୍ରି ଉଦ୍ଦେଶ୍ୟରେ ଏମପ୍ୟାନେଲ ହେବାକୁ ଆବେଦନ କଲେ, ପ୍ରଥମେ ଡିଭାଇସ ଟେଷ୍ଟିଂ ବାହାନାରେ ରିଜେକ୍ଟ କରୁଛି STA ଦ୍ୱାରା ନିୟୋଜିତ ସଂସ୍ଥା BSNL-IDEMIA ।

ଏହାପରେ ଏମପ୍ୟାନେଲ କରାଇଦେବାକୁ STA ପକ୍ଷରୁ ବିଭିନ୍ନ ହ୍ବାଟ୍ସଆପ ନମ୍ବରରେ କଲ୍ କରାଯାଇ ୧୫ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ମଗାଯାଉଥିବା ଅଭିଯୋଗ ହୋଇଛି। ସଂଘ ପ୍ରଶ୍ନ କରିଛି, ଯେଉଁ VLTD ନିର୍ମାତା ଏବେ ଦେଶର ଅନ୍ୟ ୧୫ଟି ରାଜ୍ୟରେ VLTD ବିକ୍ରି ପାଇଁ ଅନୁମତି ପାଇଛନ୍ତି, ସେମାନେ ଓଡ଼ିଶାରେ ଟେଷ୍ଟରେ ଫେଲ ହେଉଛନ୍ତି କେମିତି ? ଅନ୍ୟ ରାଜ୍ୟରେ VLTD ବିକ୍ରି ପାଇଁ ୮-୧୦ଟି କମ୍ପାନିକୁ ଚୟନ କରାଯାଉଥିବା ବେଳେ ଓଡ଼ିଶାରେ କେବଳ ୨-୩ଟି କମ୍ପାନି କାହିଁକି ? ଏନେଇ କ୍ୟାମେରା ଆଗରେ ପ୍ରତିକ୍ରିୟା ରଖିବାକୁ STA କର୍ତ୍ତୃପକ୍ଷ ମନା କରିଛନ୍ତି। କିନ୍ତୁ ସୂଚନା ଦେଇଛନ୍ତି ଯେ, VLTD ପ୍ରଚଳନ ପାଇଁ BSNLକୁ ଦାୟିତ୍ୱ ଦିଆଯାଇଛି। ଏଥିରେ କୌଣସି ଅନିୟମିତତା ହୋଇନାହିଁ ।

Advertisment

ତେବେ ନିକଟରେ ପ୍ରକାଶିତ ବିଜ୍ଞପ୍ତିରେ STA ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ VLTD ନିର୍ମାତାଙ୍କ ମଧ୍ୟରୁ ଚୟନ କରି ଗାଡ଼ି ମାଲିକ ଏହି ଡିଭାଇସ ଲଗାଇପାରିବେ।

ସୂଚନା ଅନୁସାରେ ଅନ୍ୟ ରାଜ୍ୟରେ VLTD ଓ ପାନିକ୍ ବଟନ୍ ଲଗାଇବାକୁ ୭ରୁ ୮ ହଜାର ଟଙ୍କା ଖର୍ଚ୍ଚ ହେଉଛି। ତେବେ ଓଡ଼ିଶାରେ ଏହା ପ୍ରାୟ ୧୫ ହଜାର ଟଙ୍କା ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି। ସେପଟେ VLTD ନିର୍ମାତା ଚୟନରେ ଅନିୟମିତତା ଅଭିଯୋଗ ଆସିବା ପରେ ପରିବହନ ବିଶେଷଜ୍ଞ ଓ ଗାଡ଼ି ମାଲିକ ଅସନ୍ତୋଷ ପ୍ରକାଶ କରିଛନ୍ତି। 

Advertisment

ଏବେ ଅପେକ୍ଷା ଅଭିଯୋଗ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ କି ପଦକ୍ଷେପ ନେଉଛି ପରିବହନ ବିଭାଗ ।

VLTD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ