Advertisment

ଦସ୍ୟୁ ରତ୍ନାକରରୁ ବାଲ୍ମିକୀ: ଦୁର୍ଦ୍ଦାନ୍ତ ପକ୍ଷୀ ଶିକାରୀରୁ ସୁରକ୍ଷାକାରୀ ସାଜିଛନ୍ତି ଶିବ ଓ ରାମ

ନିଳାମ୍ବୁ ଚିଲିକାର ନିରୀହ ଅତିଥିଙ୍କ ସୁରକ୍ଷା ପାଇଁ ନେଇଛନ୍ତି ବଜ୍ର ଶପଥ । ବନ ବିଭାଗ ପାଇଁ ସାଜିଛନ୍ତି ଆଖି-କାନ... ।

ଅଦ୍ୟତନ ହୋଇଛି
Chilika Lake Bird Sanctuary

special story

Advertisment

ଦସ୍ୟୁ ରତ୍ନାକରରୁ ବାଲ୍ମିକୀ । ଆଗରୁ ଥିଲେ ପକ୍ଷୀ ଶିକାରୀ, ଚିଲିକାରେ ଅଗଣିତ ବିଦେଶାଗତ ପକ୍ଷୀଙ୍କୁ ଶିକାର କରି ପେଟ ପୋଷୁଥିଲେ । କିନ୍ତୁ ଏବେ ବଦଳି ଯାଇଛି ସେମାନଙ୍କ ପରିଚୟ । ସେମାନେ ଏବେ ଚିଲିକାର ଅସଂଖ୍ୟ ବିଦେଶୀ ପକ୍ଷୀଙ୍କ ସାଥୀ, ସାଙ୍ଗ, ସହଚର ପକ୍ଷୀ ସୁରକ୍ଷା ପାଇଁ ଅହରହ ଉଦ୍ୟମରତ ଚିଲିକା ମଙ୍ଗଳାଯୋଡ଼ି ଗାଁର ଶିବ ଆଉ ରାମ । ଏ ଦୁହେଁ କେବଳ ପକ୍ଷୀ ନୁହଁନ୍ତି ବରଂ ପର୍ଯ୍ୟଟକଙ୍କ ପାଇଁ ଭଲ ଗାଇଡ୍ ଆାଉ ବନ ବିଭାଗ ପାଇଁ ପାଲଟିଛନ୍ତି ନିର୍ଭରଯୋଗ୍ୟ ସୂଚନାଦାତା... ।

Advertisment

ଚିଲିକାକୁ ଆସୁଥିବା ବିଦେଶୀ ପକ୍ଷୀଙ୍କ ଅନ୍ୟତମ ମୁଖ୍ୟ ପେଣ୍ଠସ୍ଥଳ ମଙ୍ଗଳାଯୋଡ଼ି । ଆଉ ମଙ୍ଗଳାଯୋଡ଼ିର ଦୁର୍ଦ୍ଦାନ୍ତ ପକ୍ଷୀ ଶିକାରୀ ଭାବେ କୁଖ୍ୟାତି ଅର୍ଜନ କରିଥିଲେ ଗାଁର ରାମ ବେହେରା ଓ ଶିବ ବେହେରା । ହେଲେ ଏବେ ପରିବେଶ ଓ ପରିସ୍ଥିତି ସମ୍ପୂର୍ଣ୍ଣ ଅଲଗା । ଦିନେ ବନ୍ଧୁକ ଧରି ଲୁଚିଛପି ପକ୍ଷୀଙ୍କ ଜୀବନ ନେଉଥିବା ଶିବ ଓ ରାମ ବଜ୍ର ଶପଥ ନେଇ ଆଗେଇ ଆସିଛନ୍ତି ।

ଅଧିକ ପଢ଼ନ୍ତୁ:ଏଣିକି ଚିଲିକା ଓ ଭିତରକନିକା ଜଗିବ ଡ୍ରୋନ୍‌ କ୍ୟାମେରା !

ହାତରେ ସେମାନଙ୍କର ଶକ୍ତିଶାଳୀ ବାଇନାକୁଲାର । ଆଖି ଖୋଜି ବୁଲୁଛି ବିଦେଶାଗତ ପକ୍ଷୀଙ୍କ ଉପସ୍ଥିତି । ଚିଲିକାର ବିଶାଳ ଜଳରାଶିରେ ଦୂର ଦିଗବଳୟ ପର୍ଯ୍ୟନ୍ତ ବିଦେଶୀ ପକ୍ଷୀମାନେ କେଉଁଠି ଆଉ କେମିତି ଅଛନ୍ତି, ତାହା ଶିବ ଓ ରାମଙ୍କୁ ଜଣା । ଦିନେ ଚିଲିକାର ବିଦେଶୀ ପକ୍ଷୀଙ୍କ ପାଇଁ ଏମାନେ ଥିଲେ ଆତଙ୍କ । ବେଧଡ଼କ ପକ୍ଷୀ ଶିକାର କରି ଶିକାରୀର ଦୁର୍ନାମ କମାଇଥିଲେ କିନ୍ତୁ ଏଇ କିଛି ବର୍ଷ ଭିତରେ ବଦଳିଯାଇଛି ଏମାନଙ୍କ ପ୍ରବୃତ୍ତି ଓ ପରିଚୟ । ପକ୍ଷୀ ଶିକାରୀରୁ ପାଲଟି ଯାଇଛନ୍ତି ପକ୍ଷୀଙ୍କ ସୁରକ୍ଷାକର୍ତ୍ତା । ପକ୍ଷୀଙ୍କ ସୁରକ୍ଷା ଲାଗି ମହାବୀର ପକ୍ଷୀ ସୁରକ୍ଷା ସମିତିରେ ସାମିଲ ହୋଇ ଦିନ ରାତି ଲାଗିଛନ୍ତି ପକ୍ଷୀ ସୁରକ୍ଷାରେ...

Advertisment

ଏବେ ମହାବୀର ପକ୍ଷୀ ସୁରକ୍ଷା ସମିତିର ସଭାପତି ଥିବା ରାମ ବେହେରା ଥିଲା ପକ୍ଷୀଙ୍କ ପାଇଁ ସାକ୍ଷାତ ଯମଦୂତ । ପୂର୍ବରୁ ପକ୍ଷୀ ଶିକାର କରି ରାସ୍ତାକଡ଼ ଢାବା ଓ ହୋଟେଲରେ ସେମାନଙ୍କ ମାଂସ ବିକ୍ରି କରିବା ଥିଲା ତାର ମୁଖ୍ୟ ବେଉସା । ସେହିଭଳି ଶିବ ମଧ୍ୟ ଏଇ କାରଣ ପାଇଁ ଅନେକ ଥର ଜେଲ ଯାଇଛି । ତେବେ ଏମାନେ ହଠାତ ଦସ୍ୟୁ ରତ୍ନାକରରୁ ବାଲ୍ମିକୀ ପାଲଟିଲେ କେମିତି?

ଦେଖନ୍ତୁ ଭିଡିଓ | ବିଦେଶୀ ପକ୍ଷୀଙ୍କୁ ଦେଖିବାକୁ ଆମେ ଚିଲିକା ଯାଉ.. ହେଲେ ଏଥର ସେମାନେ ଆମ ପୋଖରୀକୁ ଆସିଛନ୍ତି..

Advertisment

ଚିଲିକାରେ ପକ୍ଷୀ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ଓ୍ୱାଇଲ୍ଡ ଓଡ଼ିଶା ସଂଗଠନର ଉପାଧ୍ୟକ୍ଷ ନନ୍ଦ କିଶୋର ଭୂଜବଳଙ୍କ ଆହ୍ୱାନ ହିଁ ଏମାନଙ୍କୁ ଶିକାରୀରୁ ସୁରକ୍ଷାକାରୀରେ ପରିବର୍ତ୍ତନ କରିଦେଇଥିଲା । ତାଙ୍କରି ପରାମର୍ଶରେ ଶିକାର ବଦଳରେ ପକ୍ଷୀଙ୍କୁ ସୁରକ୍ଷା ଦେଇ, ପର୍ଯ୍ୟଟକଙ୍କ ପାଇଁ ଦକ୍ଷ ଗାଇଡ୍ ଆଉ ବନ ବିଭାଗ ପାଇଁ ଆଖି ଓ କାନ ଭାବେ କାମ କରୁଛନ୍ତି... ।

Chilika Lake Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ