Advertisment

୧୪ରୁ ଖୋଲିବ ଶିମିଳିପାଳ ଜାତୀୟ ଅଭୟାରଣ୍ୟ, ପର୍ଯ୍ୟଟକଙ୍କ ପାଇଁ କରାଯାଇଛି ସ୍ୱତନ୍ତ୍ର ଗାଇଡ୍ ବ୍ୟବସ୍ଥା

ଏଥିସହ ଅଭୟାରଣ୍ୟରେ ରାତ୍ରିଯାପନ ପାଇଁ ପର୍ଯ୍ୟଟକମାନେ ଅନଲାଇନ୍ ମାଧ୍ୟମରେ ବୁକିଂ କରିପାରିବେ। ସେହପରି ଅଭୟାରଣ୍ୟ ମଧ୍ୟକୁ ପ୍ଲାଷ୍ଟିକ୍, ପଲିଥିନ୍ ଓ ମାଦକ ଦ୍ରବ୍ୟ ନେବାରେ କଟକଣା ଜାରି କରାଯାଇଛି ।

Shimilipala

Shimilipala

Advertisment

ଚଳିତ ମାସ ୧୪ରୁ ଖୋଲିବ ଶିମିଳିପାଳ ଜାତୀୟ ଅଭୟାରଣ୍ୟ । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ଡକ୍ଟର ପ୍ରକାଶ ଚାନ୍ଦ ଗୋଗିନେନି ଏକ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ପର୍ଯ୍ୟଟକମାନେ ସକାଳ ୬ଟାରୁ ସକାଳ ୯ଟା ମଧ୍ୟରେ ପିଠାବଟା ଓ ଯଶିପୁର ନିକଟ କାଳିଆଣି ଫାଟକ ଦେଇ ପ୍ରବେଶ କରିପାରିବେ । ପ୍ରତିଦିନ ୨୫ ରୁ ୩୫ଟି ଗାଡି ପ୍ରବେଶ ପାଇଁ ଅନୁମତି ଦିଆଯିବ। ଉଭୟ ରାସ୍ତାର ଗେଟ୍ ପାଖରେ ଅନୁମତି ପତ୍ର ମିଳିବ।

Advertisment

ଏଥିସହ ଅଭୟାରଣ୍ୟରେ ରାତ୍ରିଯାପନ ପାଇଁ ପର୍ଯ୍ୟଟକମାନେ ଅନଲାଇନ୍ ମାଧ୍ୟମରେ ବୁକିଂ କରିପାରିବେ। ସେହପରି ଅଭୟାରଣ୍ୟ ମଧ୍ୟକୁ ପ୍ଲାଷ୍ଟିକ୍, ପଲିଥିନ୍ ଓ ମାଦକ ଦ୍ରବ୍ୟ ନେବାରେ କଟକଣା ଜାରି କରାଯାଇଛି । ପର୍ଯ୍ୟଟକଙ୍କ ସୁବିଧା ପାଇଁ ସ୍ୱଳ୍ପ ମୂଲ୍ୟରେ ଗାଇଡର ବ୍ୟବସ୍ଥା ମଧ୍ୟ
କରାଯାଇଥିବା ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୁପକ୍ଷକଙ୍କ ପକ୍ଷରୁ ସୂଚନା ମିଳିଛି ।

Odisha News Mayurbhanj
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ