ପୁଣି ଅସନ୍ତୋଷ ଝାଡ଼ିଲେ ଶଙ୍କରାଚାର୍ଯ୍ୟ, ପରିକ୍ରମା ପ୍ରକଳ୍ପ ଉତ୍ସବକୁ ଯିବେ କି ନାହିଁ ସନ୍ଦେହ..!

ପରିକ୍ରମା ପ୍ରକଳ୍ପ ପାଇଁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ । ନିମନ୍ତ୍ରଣ ପାଇଥିବା କହିଲେ ପୁରୀ ଶଙ୍କରାଚାର୍ଯ୍ୟ ।

Shankaracharya

ଏବେ ବି ଅସନ୍ତୋଷ ଶଙ୍କରାଚାର୍ଯ୍ୟ । ପୁରୀ ଗୋବର୍ଦ୍ଧନମଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ପୁରୁଣା କଥାକୁ ପୁଣି ଦୋହରାଇଛନ୍ତି । ସେ କହିଛନ୍ତି ତୀର୍ଥସ୍ଥଳୀ ଓ ତପସ୍ଥଳୀକୁ ଭୋଗସ୍ଥଳୀ, ପର୍ଯ୍ୟଟନସ୍ଥଳୀ କରାନଯାଉ । ତୀର୍ଥସ୍ଥଳୀକୁ ପର୍ଯ୍ୟଟନସ୍ଥଳୀ କଲେ ହୋଟେଲବାଲା ଖୁସି ହେବେ । ତୀର୍ଥସ୍ଥଳୀକୁ ଭୋଗସ୍ଥଳୀ କଲେ ତୀର୍ଥସ୍ଥଳୀର ମହତ୍ତ୍ୱ ରହିବନି କହି କ୍ଷୋଭ ପ୍ରକାଶ କରିଛନ୍ତି ଶଙ୍କରାଚାର୍ଯ୍ୟ ।

ଏହାସହ ଶଙ୍କରାଚାର୍ଯ୍ୟ ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ପୁରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ନିମନ୍ତ୍ରଣ କରାଯାଇଛି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି, ‘ମୁଁ ନିମନ୍ତ୍ରଣ ପାଇଛି। କିନ୍ତୁ ଲୋକାର୍ପଣ ଉତ୍ସବରେ ଯୋଗ ଦେବି କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ଥିର କରିନାହିଁ । ଠିକ୍ ସମୟରେ ନିଷ୍ପତ୍ତି ନେବି । ଆଗରୁ ରୂପରେଖ ସଂପର୍କରେ ମୁଁ କିଛି ଜାଣିନଥିଲି । ଗଜପତି ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତାଙ୍କୁ ଭେଟି ଜଣାଇବା ପରେ ଜାଣିଲି ।’

ଏଭଳି କହିଛନ୍ତି ଶଙ୍କରାଚାର୍ଯ୍ୟ। ତେବେ ଶଙ୍କରାଚାର୍ଯ୍ୟ ସେଠାକୁ ଯିବେ କି ନାହିଁ ଓ ତାଙ୍କର କ’ଣ ରହୁଛି ନିଷ୍ପତ୍ତି, ତାହା ପରେ ସମସ୍ତଙ୍କ ନଜର ।