Advertisment

ପାର୍ବଣ ଭିଡ଼ ଆଗରୁ କଟକରେ ଭୟଙ୍କର ଅଗ୍ନିକାଣ୍ଡ, ନାକେଦମ କଲା ଚୌଧୁରୀ ବଜାରର ନିଆଁ

ଆଗକୁ ପାର୍ବଣ ପାଇଁ ସୋରୁମରେ ଭରା ମାଲ ରଖିଥିଲେ ମାଲିକ। ସୋ ରୁମର ପ୍ରଥମ ଓ ଦ୍ବିତୀୟ ମହଲାରେ ଶାଢୀ ଓ ଡ୍ରେସ୍ ମ୍ୟାଟେରିଆଲ ଥିବା ବେଳେ ତୃତୀୟ ମହଲା କପଡ଼ା ଓ ଅନ୍ୟାନ୍ୟ ସାମଗ୍ରୀ ଭରି ରହିଥିଲା। ଆଉ ଏପଟେ ବିଜୁଳି ବେଗରେ ନିଆଁ ଲାଗିବାରୁ ସାମଗ୍ରୀ ଉଦ୍ଧାର କରିବାକୁ ଉପାୟ ନଥିଲା।

Cuttack Fire

Cuttack Fire

Advertisment

ସମୟ ସକାଳ ପ୍ରାୟ ୭ଟା। ସ୍ଥାନ କଟକ ଚୌଧୁରୀ ବଜାର। ହଠାତ ଖବର ଆସିଲା, ସ୍ଥାନୀୟ ସଲସାର ଲୁଗା ସୋରୁମରେ ନିଆଁ ଲାଗିଛି। ଏକଥା ପ୍ରଚାର ଭିତରେ ହୁ ହୁ ଜଳି ଉଠିଥିଲା ଏ ୪ ମହଲା କୋଠାର ସବା ତଳ ମହଲା। ଆଉ ତାର କେଇ ମିନିଟ୍ ଭିତରେ ଦ୍ବିତୀୟ ଓ ତୃତୀୟ ମହଲାକୁ ଉଠିଥିଲା ନିଆଁ। ଏପଟେ ନିଆଁକୁ ଆୟତ୍ତ ପାଇଁ ଗୋଟିଏ ପରେ ଗୋଟିଏ କରି ପହଂଚି ଥିଲେ ୭ଟି ଦମକଳ। ହେଲେ ନିଆଁ ଲିଭୁଥିଲା କମ୍, ଜଳୁଥିଲା ବେଶି। ଶେଷରେ ସ୍କାଏ ଲିଫ୍ଟ ସହ ମେସିନ୍‌କୁ କାମରେ ଲଗାଯାଇଥିଲା। ମୋଟ୍ ୧୦ଟି ଦମକଳ ନିୟୋଜନ ସହ ପ୍ରାୟ ୪ ଘଣ୍ଟାର ଅପରେସନ୍ ପରେ ଆୟତ୍ତକୁ ଆସିଥିଲା ନିଆଁ।

Advertisment

କୁହାଯାଉଛି, ଆଗକୁ ପାର୍ବଣ ପାଇଁ ସୋରୁମରେ ଭରା ମାଲ ରଖିଥିଲେ ମାଲିକ। ସୋ ରୁମର ପ୍ରଥମ ଓ ଦ୍ବିତୀୟ ମହଲାରେ ଶାଢୀ ଓ ଡ୍ରେସ୍ ମ୍ୟାଟେରିଆଲ ଥିବା ବେଳେ ତୃତୀୟ ମହଲା କପଡ଼ା ଓ ଅନ୍ୟାନ୍ୟ ସାମଗ୍ରୀ ଭରି ରହିଥିଲା। ଆଉ ଏପଟେ ବିଜୁଳି ବେଗରେ ନିଆଁ ଲାଗିବାରୁ ସାମଗ୍ରୀ ଉଦ୍ଧାର କରିବାକୁ ଉପାୟ ନଥିଲା। ସୋରୁମର ଅବସ୍ଥିତି ଯାହା, କେବଳ ସାମ୍ନା ପଟୁ ହିଁ ପ୍ରବେଶ ସହ ନିଆଁ ଲିଭାଇବାକୁ ଏକମାତ୍ର ଉପାୟ ଥିଲା। ଏଭଳି ସ୍ଥିତିରେ ଜୀବନକୁ ପାଣି ଛଡାଇ କାଚ ଭାଙ୍ଗି ସିଡ଼ି ସାହାଯ୍ୟରେ ସୋରୁମ୍ ଭିତରକୁ ପ୍ରବେଶ ଅଗ୍ନିଶମ ବାହିନୀର ଯବାନ। ଆଉ ଜିନିଷପତ୍ର ଉଦ୍ଧାର କରିବା ବେଳକୁ ସବୁ ଜଳିପୋଡ଼ି ଛାରଖାର ହୋଇସାରିଥିଲା।

ଚୌଧୁରୀ ବଜାର ଅଗ୍ନିକାଣ୍ଡର କାରଣ ଏଯାଏଁ ଜଣାପଡ଼ିନଥିଲେ ବି, ସଟ୍ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ ଏ ଭୟଙ୍କର ଅଗ୍ନିକାଣ୍ଡ ସକାଳେ ଘଟିଥିବାରୁ ବହୁ ଧନଜୀବନ ରକ୍ଷା ପାଇଥିବା ଚର୍ଚ୍ଚା ହେଉଛି। କାରଣ ନିଆଁ ଲାଗିଥିବା କୋଠାରେ ଏକ ଘରୋଇ ସ୍କୁଲ ସାଙ୍ଗକୁ ପାର୍ଶ୍ବରେ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଶାଖା ମଧ୍ୟ ରହିଥିଲା। ତେବେ ଅଗ୍ନିଶମ ବିଭାଗର ସାହସୀ ଯବାନମାନେ ନିଆଁକୁ ସେହି ତୃତୀୟ ମହଲା ଭିତରେ ହିଁ ସୀମିତ ରଖିବାରେ ସଫଳ ହୋଇଥିଲେ।

Advertisment

ଏ ଅଗ୍ନିକାଣ୍ଡ ପରେ ସଂପୃକ୍ତ ସୋ ରୁମରେ ଅଗ୍ନି ନିର୍ବାପନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ନଥିବା କଥା ସାମ୍ନାକୁ ଆସିଛି। ଯେଉଁଥିପାଇଁ ଅଗ୍ନିକାଣ୍ଡର ଭୟାବହତା ଅଧିକ ହୋଇଥିଲା। ତେବେ ନିଆଁ କେମିତି ଲାଗିଲା, ଏଥିରେ ତ୍ରୁଟି କାହାର ଏବଂ କେତେ କ୍ଷୟକ୍ଷତି ହୋଇଛି, ସେ ନେଇ ଅଗ୍ନିଶମ ବିଭାଗ ରିପୋର୍ଟ ଦେବା ପରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ।

Odisha Cuttack Fire Breaks Out
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ