Advertisment

PTI ଛାଡ଼ିଲେ ବରିଷ୍ଠ ସାମ୍ବାଦିକ ରାଜେଶ ମହାପାତ୍ର

ସେ ଦୀର୍ଘ ୧୧ ବର୍ଷ ଧରି ହିନ୍ଦୁସ୍ତାନ ଟାଇମ୍‌ସ ସହ ଜଡ଼ିତ ଥିଲେ ।

ଅଦ୍ୟତନ ହୋଇଛି
PTI Editor Rajesh Mahapatra Resigns

Rajesh Mahapatra steps down as Editor at PTI

Advertisment

PTI ଛାଡ଼ିଲେ ବରିଷ୍ଠ ସାମ୍ବାଦିକ ରାଜେଶ ମହାପାତ୍ର। ନ୍ୟୁଜ୍‌ ଏଜେନ୍ସି ‘ପ୍ରେସ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆ’(PTI)ର ସମ୍ପାଦକ ଭାବେ କାର୍ଯ୍ୟରତ ଥିଲେ ଶ୍ରୀ ମହାପାତ୍ର। ସେ ଗତ ବର୍ଷ ଜୁନ୍‌ରେ PTIରେ ଏଡିଟର ଭାବେ ଯୋଗ ଦେଇଥିଲେ। ଏହାପୂର୍ବରୁ ସେ ଦୀର୍ଘ ୧୧ ବର୍ଷ ଧରି ଦୈନିକ ଇଂରାଜୀ ଖବରକାଗଜ ‘ହିନ୍ଦୁସ୍ତାନ ଟାଇମ୍‌ସ’ ସହ ଜଡ଼ିତ ଥିଲେ।

Advertisment

ଶ୍ରୀ ମହାପାତ୍ର ନିଜର ୨୫ ବର୍ଷର ସାମ୍ବାଦିକତା କ୍ୟାରିୟର ମଧ୍ୟରେ ବିଭିନ୍ନ ସଂସ୍ଥା ଓ ସ୍ତରରେ କାମ କରିଛନ୍ତି। ସେ ବିଜ୍‌ନେସ୍‌ ଜର୍ଣ୍ଣାଲିଷ୍ଟ ଭାବେ କାର୍ଯ୍ୟ କରିବା ସହ ରାଜନୀତି ବିଶ୍ଲେଷକ ଭାବେ ମଧ୍ୟ ଖୁବ୍‌ ଅଭିଜ୍ଞତା ରଖିଛନ୍ତି। ଏମିତିକି ତାଙ୍କୁ ‘ଜନହିତ ଯୋଜନା ବିଶେଷଜ୍ଞ’ ମଧ୍ୟ କୁହାଯାଏ। ନ୍ୟୁଜ ରୁମ୍ ଲିଡର ଏବଂ ଏଡିଟର ଭାବେ ମଧ୍ୟ ସେ କାମ କରିଛନ୍ତି।

ଖାଲି ସେତିକି ନୁହେଁ ରାଜେଶ ମହାପାତ୍ର ଜଣେ ଲେଖକ ଏବଂ ସମାଲୋଚକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଏଦିଗରେ ତାଙ୍କର ଖୁବ୍‌ ଅଭିଜ୍ଞତା ରହିଛି। ଓଡ଼ିଶା ତଥା ଭାରତରେ ଜନହିତ ଯୋଜନା ଉପରେ ସେ ଅନେକ ଡିବେଟ୍‌ କରିଛନ୍ତି। ଇଂରାଜୀ ଡିଜିଟାଲ୍ ପ୍ଲାଟଫର୍ମ ‘ଓଡ଼ିଶା ଡାଏଲଗ୍ସ’ ଏବଂ ଏହାର ଓଡ଼ିଆ ପ୍ଲାଟଫର୍ମ ‘ଓଡ଼ିଶା ଆଲୋଚନାଚକ୍ର’ର ସେ ପ୍ରତିଷ୍ଠାତା। ଓଡ଼ିଶାରେ ପ୍ରଗତିଶୀଳ ସାମ୍ବାଦିକ ଦିଗରେ ତାଙ୍କର ଏହି ଡିଜିଟାଲ୍ ପ୍ଲାଟଫର୍ମ କାମ କରୁଛି।

Advertisment

ଶ୍ରୀ ମହାପାତ୍ର ଦୈନିକ ଇଂରାଜୀ ‘ହିନ୍ଦୁସ୍ତାନ ଟାଇମ୍‌ସ’ରେ ଏକ ଦଶନ୍ଧିରୁ ଅଧିକ ସମୟ ଧରି କାର୍ଯ୍ୟ କରିଛନ୍ତି। ତାଙ୍କ କାର୍ଯ୍ୟକାଳ ସମୟରେ ସଂପୃକ୍ତ ସଂସ୍ଥାରେ ସେ ଡିଜିଟାଲ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିଛନ୍ତି। ତେବେ ଶ୍ରୀ ମହାପାତ୍ରଙ୍କ ପିଟିଆଇ ଛାଡ଼ିବା ସଂପର୍କରେ ସବିଶେଷ ଖବରକୁ ଅପେକ୍ଷା କରାଯାଇଛି। ଏ ସଂପର୍କରେ ମତାମତ ପାଇଁ ତାଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ବର୍ତ୍ତମାନ ଯାଏଁ ତାଙ୍କଠାରୁ କୌଣସି ଉତ୍ତର ଆମର ହସ୍ତଗତ ହୋଇନାହିଁ।

Journalists
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ