Advertisment

ଲୋକଙ୍କୁ ଗୋଡାଇ ଗୋଡାଇ କାମୁଡୁଛନ୍ତି ପାଗଳ କୁକୁର; ଏଯାଏଁ ୧୮ ଆହତ

କିଛି ଦିନ ହେଲା ପୁରୀ ଜିଲ୍ଲା କଣାସରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି।

ଅଦ୍ୟତନ ହୋଇଛି
Stray Dog Attack In Odisha

Stray Dog Attack

Advertisment

ମାତିଛନ୍ତି ପାଗଳ କୁକୁର, ଯାହାକୁ ଦେଖୁଛନ୍ତି ଗୋଡାଇ ଗୋଡାଇ କାମୁଡୁଛନ୍ତି । କିଛି ଦିନ ହେଲା ପୁରୀ ଜିଲ୍ଲା କଣାସରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ଏକାଧିକ ପାଗଳ କୁକୁର ଏଯାଏଁ  କଣାସ ଅଂଚଳର ୧୮ ଜଣଙ୍କୁ କାମୁଡି ଲହୁ ଲୁହାଣ କରିଦେଲେଣି । ଆହତଙ୍କୁ କଣାସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଥିମଧ୍ୟରୁ କିଛି ଲୋକଙ୍କୁ ପୁରୀ ବଡ ମେଡିକାଲକୁ ପଠାଯାଇଛି। କଣାସ ଚୁପୁରିଙ୍ଗୀ ଅଂଚଳରେ ମାତିଥିବା ପାଗଳ କୁକୁରଙ୍କ ପାଇଁ ଲୋକେ ଏବେ ଘରୁ ବାହାରିବାକୁ ଡରୁଛନ୍ତି ।

Advertisment

ସୂଚନାନୁଯାୟୀ ପାଗଳା କୁକୁରଟି ବାଘ ପରି ଝାମ୍ପ ମାରି ମାଂସ ପୁଳା ପୁଳା ନେଇ ଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି । ପାଗଳ କୁକକୁର ଆତଙ୍କ ଯୋଗୁ କିଛି ଦିନ ହେବ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହୁଥିଲେ । କେହି କେହି ଘରୁ ବାହାରକୁ ଯିବାକୁ ଡରୁଥିଲେ । ଗତକାଲି ଏକ ପାଗଳ କୁକୁରଟିକୁ କାବୁ କରାଯିବା ପରେ ଗ୍ରାମବାସୀଙ୍କୁ ଆଶ୍ୱସ୍ତି ମିଳିଛି । ଲୋକେମାନେ ବଜାର ହାଟକୁ ଶାନ୍ତିରେ ଯିବା ଆସିବା କରିପାରୁଛନ୍ତି । ପାଗଳ କୁକୁରଟି ଯାହାକୁ ଦେଖୁଥିଲା, ତାକୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଥିଲା।

କଣାସ ଡାକ୍ତରଖାନାର ଡାକ୍ତର ଦିପେଶ କୁମାର ରଂଣସିଂ କହିଛନ୍ତି, ଯେଉଁ ଲୋକମାନଙ୍କର ଏକାଧିକ ଜାଗାକୁ କୁକୁର କାମୁଡ଼ିଛି ସେମାନଙ୍କୁ ପୁରୀ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । କାରଣ ସେମାନଙ୍କୁ ଏମିନୋଗ୍ଲୋବିନ ଇଞ୍ଜେସନ ଦିଆଯିବ । ଯାହା କଣାସ ଡାକ୍ତରଖାନାରେ ଉପଲବ୍ଧ ନାହିଁ ।

Advertisment
Stray Dog Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ