Advertisment

ଦିନ ଦ୍ୱିପହରରେ ଲୁଟ ହେଉଛି ମୂଲ୍ୟବାନ ଖଣିଜ ପଥର

ମାଲକାନଗିରି ମୋଟୁ ତହସିଲ୍‌ର କୁନନପାଲୀ ଗାଁ ନିକଟରେ ମୋରମ ଖାଦାନ ଭିତରେ ଥିବା ଧଳା କ୍ୱାର୍ଟଜ ପଥର ଉପରେ ଲୋଲୁପ ଦୃଷ୍ଟି ପଡିଛି ତେଲେଙ୍ଗାନା ମାଫିଆଙ୍କର । ଆଦିବାସୀ ଲୋକଙ୍କୁ ଅଳ୍ପ କିଛି ପ୍ରଲୋଭନ ଦେଖାଇ ମାଫିଆ ମୂଲ୍ୟବାନ ପଥରକୁ ଭାଙ୍ଗିବା ସହ ଟ୍ରକ ଯୋଗେ ବୋହି ନେଉଛନ୍ତି।

Mine loot

Mine loot

Advertisment

ମାଲକାନଗିରି(ଜିତେନ୍ଦ୍ର ବେଉରା): ଦିନ ଦ୍ୱିପହରରେ ଲୁଟ ହେଉଛି ମୂଲ୍ୟବାନ ଖଣିଜ ପଥର । ମାଲକାନଗିରି ମୋଟୁ ତହସିଲ୍‌ର କୁନନପାଲୀ ଗାଁ ନିକଟରେ ମୋରମ ଖାଦାନ ଭିତରେ ଥିବା ଧଳା କ୍ୱାର୍ଟଜ ପଥର ଉପରେ ଲୋଲୁପ ଦୃଷ୍ଟି ପଡିଛି ତେଲେଙ୍ଗାନା ମାଫିଆଙ୍କର । ଆଦିବାସୀ ଲୋକଙ୍କୁ ଅଳ୍ପ କିଛି ପ୍ରଲୋଭନ ଦେଖାଇ ମାଫିଆ ମୂଲ୍ୟବାନ ପଥରକୁ ଭାଙ୍ଗିବା ସହ ଟ୍ରକ ଯୋଗେ ବୋହି ନେଉଛନ୍ତି। ଏହି ପଥରକୁ ବିକି ମାଲାମାଲ ହେଉଥିବା ବେଳେ ସରକାର ହରାଉଛନ୍ତି ରାଜସ୍ୱ।  ଏଭଳି ଲୁଟ୍ ଦିନ ଦ୍ୱିପହରରେ ଚାଲିଥିବା ବେଳେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ସନ୍ଦେହ ଘେରକୁ ଆସିଛି  

Advertisment

 ମାଲକାନଗିରି ଜିଲ୍ଲା ମୋଟୁ ତହସିଲ କୁନନପାଲି ଗାଁ ମୁଣ୍ଡରେ ରହିଛି ଏହି ପଥର ଖାଦାନ।  ପାହାଡ ସାରା ଏଣେତେଣେ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡି ରହିଛି ଧଳା ପଥର।  ଏହି ପଥର ହେଉଛି ମୂଲ୍ୟବାନ୍ କ୍ୱାର୍ଟଜ ପଥର।   ହେଲେ ଏହାକୁ ବେଆଇନ ଭାବେ ଲୁଟ୍ କରିଚାଲିଛନ୍ତି ତେଲେଙ୍ଗାନାର କିଛି ପଥର ମାଫିଆ।  ଏହି ଖାଦାନକୁ ଅସ୍ଥାୟୀ ଭାବେ ରାସ୍ତା ନିର୍ମାଣ କରିଛନ୍ତି ମାଫିଆ।  ଆଉ ମେସିନ ଯୋଗେ ପଥରକୁ ଖଣ୍ଡ ଖଣ୍ଡ କରି ହାଇଦ୍ରାବାଦ ଚାଲାଣ କରୁଛନ୍ତି  ।

Advertisment

ଗ୍ରାମବାସୀଙ୍କ କହିବା ଅନୁସାରେ ମାଫିଆ ସଂପୃକ୍ତ ଖାଦାନର ଟେଣ୍ଡର ପାଇଛି ବୋଲି କହୁଛି । ଆଉ ସ୍ଥାନୀୟ ଲୋକଙ୍କୁ ମଦ ମାଂସ ଦେବା ସହ ଟଙ୍କା ପ୍ରଲୋଭନ ଦେଖାଇ ପଥର ଲୁଟ୍ କରିଚାଲିଛି  । ଗତ ତିନି ମାସ ଧରି ମାଫିଆ ଜଣକ ଏଭଳି ଖନନ କରିଆସୁଥିବା ସ୍ଥାନୀୟ ଲୋକେ କହିଛନ୍ତି ।
ଜାତୀୟ ରାଜପଥଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ରହିଛି ଏହି ମୂଲ୍ୟବାନ ପଥର ଖାଦାନ।  ମୋଟୁ ତହସିଲ ସମେତ ଦୁଇ ଦୁଇଟି ଥାନା ଅଞ୍ଚଳ ଅତିକ୍ରମ କରି ହାଇଦ୍ରାବାଦକୁ ପଥର ଚାଲାଣ କରୁଛନ୍ତି ମାଫିଆ।  ଏହା ସତ୍ତ୍ୱେ ଏ ସଂପର୍କରେ ଟେର ପାଇପାରିନି ପ୍ରଶାସନ । ଖୁଲମଖୋଲା ଭାବେ ମାଫିଆମାନେ ଲୁଟ କରିଚାଲିଛନ୍ତି ଏହି ମୂଲ୍ୟବାନ ପଥର  । ଏନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ପଚାରିବାରୁ ସେ କହିଛନ୍ତି, ଖଣି ବିଭାଗ ଟିମ୍ ସର୍ଭେ କରି ଯାଇଛନ୍ତି।  ତେବେ ଏନେଇ ତହସିଲଦାର ଦ୍ୱାରା ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

 କେବଳ କୁନନପାଲୀ ନୁହେଁ, ନିକଟରେ ଥିବା ଆହୁରି ଚାରୋଟି କ୍ୱାର୍ଜ ଖଣି ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି ଥିବା ସ୍ଥାନୀୟ ଲୋକେ କହିଛନ୍ତି। ପ୍ରଶାସନ ଏନେଇ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଉଛି 

Advertisment
Odisha News Mineral Sector In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ