Pihu's Mother
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତପାଇଁ ସମ୍ବଲପୁର ଯାଉଥିବା ନିଖୋଜ ଶିଶୁ ପିହୁର ମାଆକୁ ଉଠାଇ ନେଇଛି ପୋଲିସ । କାରରେ ଯାଉଥିବା ବେଳେ ବିଳମ୍ବିତ ରାତିରେ ପୋଲିସ ତାଙ୍କୁ ଅଟକ ରଖିଛି। ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡିରେ ତାଙ୍କୁ୫ଘଣ୍ଟା ହେଲା ଅଟକ ରଖାଯାଇଛି।
ପିହୁ ନିଖୋଜର ସିବିଆଇ ତଦନ୍ତ ଦାବିରେ ସେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଚାହୁଁଥିବା କହିଛନ୍ତି । ରାଜ୍ୟ ସରକାରଙ୍କ ଉପରେ ତାଙ୍କର ଭରସା ନାହିଁ ବୋଲି ପିହୁର ମା’ କହିଛନ୍ତି । ରାଜ୍ୟ ସରକାରଙ୍କ ପାଖରୁ କୌଣସି ନ୍ୟାୟ ମିଳିଲା ନାହିଁ। ସେମାନେ ମୋ କଥା ଶୁଣିଲେ ନାହିଁ। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ଦାବିପତ୍ର ଦେବାକୁ ଆସୁଥିଲି। ପୋଲିସ ଉଠାଇ ନେଲା।
୨୦୨୦ ଅଗଷ୍ଟ ୯ରେ ଯାଜପୁର ବିଞ୍ଝାରପୁର ମଧୁସୂଦନପୁର ଗାଁରୁ ପିହୁ ନିଖୋଜ ହୋଇଯାଇଥିଲା । ନିଖୋଜ ପିହୁର ସନ୍ଧାନ ଦାବିରେ ମା’ ମୋନାଲିସା ଏସ୍ ପି, ଜିଲ୍ଲାପାଳ, ପୁଲିସ ମହାନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ୍ , ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ୩ବର୍ଷ ବିତି ଯାଇଥିଲେ ମଧ୍ୟ ପିହୁର ସନ୍ଧାନ ନମିଳିବାରୁ ମୋନାଲିସା ଗତ ଡିସେମ୍ବର ୧୫ତାରିଖରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706942090.jpg)