Advertisment

ମଦ ପିଇ ଗାଡ଼ି ଚଲାଉଥିଲେ ସାବଧାନ ! ନୂଆ ବର୍ଷ ପୂର୍ବରୁ ଭୁବନେଶ୍ୱରରେ କଡ଼ାକଡ଼ି ଚେକିଂ

ଯାନବାହନ ଯାଞ୍ଚ ସହିତ ବ୍ରେଥ୍ ଆନାଲାଇଜର୍ । କିଏ ମଦ ପିଇଥିଲା କି ଜାଣିବାକୁ ବ୍ରେଥ୍ ଆନାଲାଇଜର୍ ।

ଅଦ୍ୟତନ ହୋଇଛି
Bhubaneswar New Year Checking

Bhubaneswar New Year Checking

Advertisment

ନୂଆ ବର୍ଷ ପୂର୍ବରୁ ରାଜଧାନୀରେ ଜୋରଦାର ବ୍ଲକିଂ ଓ ଚେକିଂ। ବଡ଼ଗଡ଼, ଲକ୍ଷ୍ମୀ ସାଗର, ଚନ୍ଦ୍ରଶେଖରପୁର, ଇନଫୋସିଟି, ଖଣ୍ଡଗିରି, ନୟାପଲ୍ଲୀ ପୋଲିସ ସହରର ପ୍ରମୁଖ ଛକରେ ସାରା ରାତି ବ୍ଲକିଂ ଓ ଚେକିଂ କରିଛନ୍ତି। ଯାନ ବାହନ ଯାଞ୍ଚ କରିବ ସହିତ କିଏ ମଦ ପିଇ ଗାଡ଼ି ଚଳାଇଥିଲା, ତାର ଯାଞ୍ଚ କରିଛନ୍ତି। ବ୍ରେଥ୍ ଆନାଲାଇଜର୍ ବ୍ୟବହାର କରାଯାଇଛି। ଜିରୋ ନାଇଟରେ ମଧ୍ୟ ଫୁଲ୍ ଟାଇଟ୍ ଚେକିଂ ।

Advertisment

ମଦ ପିଇ ଗାଡ଼ି ନଚଲାଇବାକୁ ଚେତାବନୀ ଦେଇଛି ପୋଲିସ। ସନ୍ଧ୍ୟା ୭ଟାରୁ ରାତି ୨ଟା ଯାଏଁ ଭୁବନେଶ୍ୱରର ଛକ ଛକରେ ଚେକିଂ କଡ଼ାକଡ଼ି କରିବ କମିଶନରେଟ୍ ପୋଲିସ। ଭୁବନେଶ୍ବରର ୨୯ଟି ସମ୍ବେଦନଶୀଳ ଛକରେ ପୋଲିସ ବ୍ଲକିଂ କରିବା ସହ, ଅସାମାଜିକ କାର୍ଯ୍ୟକଳାପ ଓ ମଦୁଆ ଗାଡ଼ି ଚାଳକଙ୍କୁ ସାବାଡ଼ କରାଯିବ ବୋଲି ଆଗରୁ ପୋଲିସ କହିଥିଲା। ମାଷ୍ଟର କ୍ୟାଣ୍ଟିନ, କଳ୍ପନା, ଖଣ୍ଡଗିରି ରସୁଲଗଡ଼ ଆଦି ସହରର ପ୍ରବେଶ ଓ ପ୍ରସ୍ଥାନ ପଥରେ ଗାଡ଼ି ଗୁଡିକୁ ସ୍କାନିଂ କରାଯିବ।

ସୁରକ୍ଷା ଦାୟିତ୍ବରେ ୪ ଅତିରିକ୍ତ ଡିସିପିଙ୍କ ସହ ୭ ଏସିପି, ୨୪ ଇନସପେକ୍ଟର, ୮୭ ସବଇନ୍ସପେକ୍ଟରଙ୍କ ସହ ୧୪ ପ୍ଲାଟୁନ ଫୋର୍ସ ମୁତୟନ ହେବ। ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଘାଇଁ ଘାଇଁ ପଇଁତରା ମାରିବ ପିସିଆର ଭ୍ୟାନ ଓ ସ୍ପେଶାଲ ସ୍କ୍ୱାର୍ଡ ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ