Advertisment

ନୂଆ ମୁଖ୍ୟ ଶାସନ ସଚିବଙ୍କ ଆଗରେ ୧୦ ବଡ଼ ଚ୍ୟାଲେଞ୍ଜ !

ଶ୍ରୀମନ୍ଦିରରୁ ଆଶିଷ ନେବା ପରେ ଦାୟିତ୍ୱ ଗ୍ରହଣ କଲେ ବାବୁ ନମ୍ବର ୱାନ୍ ତଥା ମୁଖ୍ୟ ସଚିବ ପ୍ରଦୀପ ଜେନା ।

ଅଦ୍ୟତନ ହୋଇଛି
undefined

Pradeep jena

Advertisment

ପ୍ରଦୀପ କୁମାର ଜେନା ଏଣିକି ବାବୁ ନମ୍ବର ୱାନ୍ । ବନିଲେ ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ । ଏହି ଟପ୍ ବ୍ୟୁରୋକ୍ରାଟ୍‌ଙ୍କ ଆଗରେ ଅନେକ ଚାଲେଞ୍ଜ । ଆସନ୍ତାବର୍ଷ ନିର୍ବାଚନ, ଏଣେ ଆଇନ ଶୃଙ୍ଖଳାକୁ ନେଇ ରାଜ୍ୟରେ ହୁଲସ୍ତୁଲ । ଏଭଳି କଠିନ ସମୟରେ ରାଜ୍ୟ ପ୍ରଶାସନିକ କଳର ମଙ୍ଗ ଧରିଛନ୍ତି ବରିଷ୍ଠ ଆଇଏଏସ୍ ଅଫିସର ପ୍ରଦୀପ କୁମାର ଜେନା । ଆଜି ବିଧିବଦ୍ଧ ଭାବେ ଗ୍ରହଣ କରିଛନ୍ତି ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ।

Advertisment

ଦାୟିତ୍ୱ ଗ୍ରହଣ ପୂର୍ବରୁ ସପତ୍ନୀକ ପୁରୀ ଗସ୍ତ କରି ମହାପ୍ରଭୁଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ପ୍ରଦୀପ । ଏଥିସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି ଏବଂ ଦୋଳ ପୂର୍ଣ୍ଣିମା ପୂର୍ବରୁ ଦୋଳବେଦି ନିକଟ କାର୍ଯ୍ୟ ସାରିବା ପାଇଁ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଓ ସେବାୟତ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ପ୍ରଦୀପ ।

ଅଧିକ ପଢ଼ନ୍ତୁ: ଦାୟିତ୍ୱ ନେବେ ମୁଖ୍ୟ ଶାସନ ସଚିବ: ସାମ୍ନା କରିପାରନ୍ତି ଏଇ ୭ ଚ୍ୟାଲେଞ୍ଜ

Advertisment

୧୯୮୯ ବ୍ୟାଚ୍ ଆଇଏଏସ୍ ଅଫିସର ପ୍ରଦୀପ ଜେନା ପୂର୍ବରୁ ଉନ୍ନୟନ କମିଶନର ଓ ସ୍ୱତନ୍ତ୍ର ରିଲିଫ କମିଶନର ଭଳି ଗୁରୁ ଦାୟିତ୍ୱ ସୁଚାରୁ ରୂପେ ସମ୍ଭାଳି, ନିଜକୁ ଜଣେ ଦକ୍ଷ ପ୍ରଶାସକ ଭାବେ ପ୍ରତିଷ୍ଠିତ କରାଇଛନ୍ତି । ହେଲେ ରାଜ୍ୟର ସର୍ବୋଚ୍ଚ ପ୍ରଶାସକ ଭାବେ ଏହି ନୂଆ ଯାତ୍ରା ତାଙ୍କ ପାଇଁ ସେତେଟା ସୁଗମ ହେବ ନାହିଁ ବୋଲି ବିଶେଷଜ୍ଞଙ୍କ ମତ ।

ପ୍ରଦୀପଙ୍କ ଆଗରେ ଥିବା ଟପ୍-ଟେନ୍ ଚାଲେଞ୍ଜ ଗୁଡ଼ିକ ହେଲା...

୧. ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଯୋଜନାଗୁଡ଼ିକୁ ସଠିକ୍ ଭାବେ ପ୍ରଣୟନ କରିବା
୨. ୨୦୨୩-୨୪ ବଜେଟରେ ରାଜ୍ୟ ସରକାର ଘୋଷଣା କରିଥିବା ୨୦ଟି ନୂଆ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବା
୩. ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତିକୁ ସଜାଡ଼ି ସରକାରଙ୍କୁ ବିରୋଧୀଙ୍କ ନିଶାନାରୁ ରକ୍ଷା କରିବା
୪. ରାଜ୍ୟରେ ବାବୁଙ୍କ ଶାସନ ଚାଲିଛି ବୋଲି ସାଧାରଣରେ ବଢ଼ିଚାଲିଥିବା ଚର୍ଚ୍ଚାକୁ ପ୍ରଶମିତ କରିବା
୫. ବିଭିନ୍ନ ବିଭାଗ ଏବଂ ଅଫିସର-ଅଫିସର ମଧ୍ୟରେ ସମନ୍ୱୟ ରକ୍ଷା କରିବା
୬. ଲୋକ ପ୍ରତିନିଧି ଓ ପ୍ରଶାସକଙ୍କ ମଧ୍ୟରେ ସୁସଂପର୍କ ସ୍ଥାପନ କରିବା
୭. ଗୁଡ୍ ଗଭର୍ଣ୍ଣାନ୍ସକୁ ପ୍ରମାଣିତ କରି ସରକାରଙ୍କ ଭାବମୂର୍ତ୍ତି ରକ୍ଷା କରିବା
୮. କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି ବିଭିନ୍ନ ସ୍କିମକୁ କାର୍ଯ୍ୟକାରୀ କରିବା
୯. ଅସମ୍ପୂର୍ଣ୍ଣ ଥିବା ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଠିକ୍ ସମୟରେ ଶେଷ କରିବା
୧୦. ସର୍ବୋପରି ଓଡ଼ିଶାର ଅଭିବୃଦ୍ଧି ଗତିକୁ ତ୍ୱରାନ୍ୱିତ କରିବା

Advertisment

ଆସନ୍ତାବର୍ଷ ଜାନୁଆରୀରେ ସରିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ । ତେବେ ତା ପୂର୍ବରୁ ଏହି ବରିଷ୍ଠ ବ୍ୟୁରୋକ୍ରାଟ୍ ରାଜ୍ୟ ପ୍ରଶାସନର ଆଭିମୁଖ୍ୟକୁ କେତେ ଲୋକାଭିମୁଖୀ କରିପାରୁଛନ୍ତି, ତା ଉପରେ ରହିବ ରାଜ୍ୟବାସୀଙ୍କ ନଜର ।

Chief Secretary Pradeep Jena IAS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ