ପାଣି ପାଇଁ ରାଜପଥ ଅବରୋଧ, ଯାତାୟତ ଠପ୍

ଉଦଳା ଓ ପରଜଙ୍ଗ ବ୍ଲକରେ ପାଣି ପାଇଁ ବିକ୍ଷୋଭ ପ୍ରଦର୍ଶନ । ରାସ୍ତା ଅବରୋଧ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ।

Water Scarcity

ପାଣି ପାଇଁ ରାଜପଥ ଅବରୋଧ । ଗରା ବାଲିଟି ଧରି ରାସ୍ତା ଅବରୋଧ କଲେ ଗାଁ ଲୋକେ । ଯାତାୟାତ ବାଧାପ୍ରାପ୍ତ । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ପାଟପୁର ଗାଁରେ ପାନୀୟ ଜଳ ଯୋଗାଇବା ଦାବିରେ ଉଦଳା-ବାରିପଦା ରାଜ୍ୟ ରାଜପଥର ପାଟପୁର ଛକ ନିକଟରେ ରାଜରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ବରମ୍ବାର ପାନୀୟ ଜଳ ଯୋଗାଇବା ପାଇଁ ପ୍ରଶାସନକୁ ଦାବି କଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ତେଣୁ ଆଜି ଉଦଳା-ବାରିପଦା ରାଜ୍ୟ ରାଜପଥର ପାଟପୁର ଛକ ନିକଟରେ ଗରାବାଲଟି ଧରି ରାସ୍ତାରୋକ କରିଛନ୍ତି ଗ୍ରାମବାସୀ ।

ସେପଟେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍‌ରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ମଲ୍ଲିକ ସାହି ଓ ହନୁମାନପଡ଼ାର ଶତାଧିକ ବାସିନ୍ଦା ଗାଁରେ ପାନୀୟ ଜଳ ଯୋଗାଣ ଦାବିରେ ପରଜଙ୍ଗ ଥାନା ପାଖ ହନୁମାନ ମନ୍ଦିର ନିକଟରେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ପରଜଙ୍ଗ ବ୍ଲକ ସମେତ ସମସ୍ତ ସରକାରୀ ଅଫିସ ,ସ୍କୁଲ ଓ କଲେଜକୁ ଯିବାପାଇଁ ଯାତାୟାତ ଠପ ହୋଇଯାଇଛି   ତୁରନ୍ତ ପାନୀୟ ଜଳ ସମସ୍ୟା ଦୂର ନକଲେ ପରିସ୍ଥିତି ଭୟଙ୍କର ହେବା ନେଇ ଚେତାବନୀର ଦେଇଛନ୍ତି ଗ୍ରାମବାସୀ ।