Advertisment

କାମରେ ଆସୁନି ପାର୍କିଂ, ରାସ୍ତାରେ ଗାଡ଼ି ରଖି ଲୋକେ କରୁଛନ୍ତି ମାର୍କେଟିଂ

ବିଏମସିର କହିବା ଅନୁଯାୟୀ, ଲୋକଙ୍କ ଭିତରେ ପାର୍କିଂ ସ୍ଥଳକୁ ନେଇ ସଚେତନତା ସୃଷ୍ଟି କରାଯାଉଛି। ମାଇକ ଯୋଗେ ପ୍ରଚାର ମଧ୍ୟ କରାଯାଉଛି।

ଅଦ୍ୟତନ ହୋଇଛି
BMC Parking Issues

BMC Parking

Advertisment

କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଅତ୍ୟାଧୁନିକ ବହୁତଳ ପ୍ରାସାଦ ବିଶିଷ୍ଟ ପାର୍କିଂସ୍ଥଳ । ହେଲେ ଖାଁ ଖାଁ ହୋଇପଡିଛି । ଗୋଟିଏ ଦୁଇଟି ଗାଡି ପାର୍କିଂ ହେଉଛି । ଆଉ ସବୁ ସ୍ଥାନ ଖାଲି ପଡିଛି । ଏ ହେଉଛି ସହିଦନଗର ହାଟ ନିକଟରେ ଥିବା ବହୁତଳ ପ୍ରାସାଦ ବିଶିଷ୍ଟ ପାର୍କିଂସ୍ଥଳ । ଏପଟେ ମନଇଚ୍ଛା ଲୋକେ ରାସ୍ତା ଉପରେ ଯିଏ ଯେଉଁଠି ପାରିଲା ଗାଡି ପାର୍କିଂ କରି ଚାଲିଯାଉଛି ।

Advertisment

କେବଳ ସହିଦନଗର ନୁହେଁ, ମାର୍କେଟ ବିଲ୍ଡିଂ ନିକଟରେ ବି ରହିଛି ଆଉ ଏକ ବହୁତଳ ପ୍ରାସାଦ ବିଶିଷ୍ଟ ପାର୍କିଂସ୍ଥଳ । ହେଲେ ଏଠାରେ ଯେତିକି ମାତ୍ରାରେ ଗାଡି ପାର୍କିଂ କରାଯିବା କଥା ତାଠୁ ବହୁତ କମ୍ ରହୁଛି । କିନ୍ତୁ ରାସ୍ତାରେ ପୂର୍ବଭଳି ଲୋକେ ପାର୍କିଂ କରି ଚାଲିଯାଉଛନ୍ତି ସିନା ପାର୍କିଂସ୍ଥଳ ମାଡୁନାହାନ୍ତି। ପାର୍କିଂ ଫି ଘଣ୍ଟା ହିସାବରେ ଦୁଇ ଚକିଆ ଯାନକୁ ୧୦ ଟଙ୍କା ଏବଂ ଚାରି ଚକିଆ ଯାନ ପିଛା ୨୦ ଟଙ୍କା ଧାର୍ଯ୍ୟ କରିଛି ବିଏମସି। ଏହା ପରେ ଘଣ୍ଟା ପ୍ରତି ବାଇକ ପିଛା ୫ଟଙ୍କା ଏବଂ କାର ପିଛା ୨୦ ଟଙ୍କା ହିସାବରେ ମୂଲ୍ୟ ବଢିଚାଲିବ। ସାଧାରଣ ଲୋକେ ଏଥିରୁ ବର୍ତ୍ତିବାକୁ ବାହାରେ ବେଆଇନ ପାର୍କିଂ କରୁଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି। 

ଏପଟେ ବିଏମସିର କହିବା ଅନୁଯାୟୀ, ଲୋକଙ୍କ ଭିତରେ ପାର୍କିଂ ସ୍ଥଳକୁ ନେଇ ସଚେତନତା ସୃଷ୍ଟି କରାଯାଉଛି। ମାଇକ ଯୋଗେ ପ୍ରଚାର ମଧ୍ୟ କରାଯାଉଛି। ମୁଖ୍ୟ ରାସ୍ତା କଡରେ ବେଆଇନ ପାର୍କିଂ ହେଉଥିବା ସ୍ଥାନରୁ ଗାଡିକୁ ହଟାଇବା ପାଇଁ ଟ୍ରାଫିକ ପୋଲିସ ସହାୟତା ନିଆଯାଉଛି। ଏଥିସହ ଯେଉଁମାନେ ରାସ୍ତାରେ ପାର୍କିଂ କରୁଛନ୍ତି, ଜରିମାନା ଆଦାୟ କରାଯାଉଥିବା କହିଛନ୍ତି ବିଏମସି କମିଶନର ।

Advertisment
BMC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ