ବାଟରେ ଛକିଛି ଯମ: ମଦ ପିଇବ ତ ସାଙ୍ଗରେ ନେଇଯିବ

ନିଶା ଖାଇବା ପରେ କେମିତି ଅକାରଣେ ଜୀବନ ଚାଲିଯାଉଛି ତାହାକୁ ବୁଝାଇବା ଉଦେଶ୍ୟରେ ପାରାଦ୍ୱୀପରେ ଚାଲିଛି ସଚେତନତା ଶୋଭାଯାତ୍ରା । ସେଇଥି ପାଇଁ ତ ଏତେ ସବୁ ଆୟୋଜନର ବ୍ୟବସ୍ଥା କରାଯାଇଛି । ଓଡିଶା ୟୁଥ ଫେଡେରେସନର ସ୍ଵେଚ୍ଛାସେବୀଙ୍କ ଦ୍ଵାରା ରବିବାର ଦିନ ଏମିତି କାର୍ଯ୍ୟକ୍ରମ ପାରାଦୀପରେ ଅନୁଷ୍ଠିତ ହୋଇଛି । ପାରାଦୀପରେ ରହିଛି ୧୯ଟି ଓ୍ଵାର୍ଡ ଆଉ ତାହାରି ଭିତରେ ୨୧ଟି ମଦ ଦୋକାନ ରହିଛି ।

Special campaign

ରାମ ନାମ ସତ୍ୟହେ ଡାକ ପଡ଼ୁଛି, ରାସ୍ତାରେ ଶବ ଯାଉଛି । ସମ୍ପର୍କୀୟଙ୍କଠୁ ଆରମ୍ଭ କରି ପରିବାର ଲୋକେ ସମସ୍ତେ ଦୁଃଖିତ ଆଉ ମର୍ମାହତ ମଧ୍ୟ । ଖାଲି ଏତିକି ନୁହେଁ ପୁଣି ଷ୍ଟ୍ରେଚରରେ ମୂର୍ମୁଷ ଅବସ୍ଥାରେ ଶୋଇ ରହିଥିବା ଯୁବକକୁ ହସ୍ପିଟାଲ ଭିତରକୁ ନେବା ବେଳେ ନିଜ ଆଡକୁ ଟାଣି ନେଉଛନ୍ତି ଯମରାଜ୍। ଆଉ ଡ୍ରଗ୍ସ କବଳିତ ବାଟହୁଡା ଯୁବକକୁ ବାନ୍ଧି ରାସ୍ତାରେ ଚଲାଇ ଚଲାଇ ନେଉଛି ପୋଲିସ୍‌ । ପାରାଦୀପ ବେଳାଭୂମିରେ ଜଳୁଥିବା ଜୁଇ ନିକଟରେ ବସି ପୁଅ ମୁହଁରେ ସଦ୍ୟ ମୁଖାଗ୍ନି ଦେଇଥିବା ଅସହାୟ ବାପଟିଏ କାନ୍ଦି କାନ୍ଦି ସମାଜକୁ ନେହୁରା ହେଉଛି । ବେଳ ଥାଉଥାଉ ସଚେତନ ହୁଅ ନହେଲେ ମୋରି ଦଶା ଭୋଗିବ। ସେପଟେ ଅଟ୍ଟହାସ୍ୟ କରି ଯମ ବି କହୁଛି... ନିଶା ଛାଡ, ନଚେତ ମୁଁ ଭିଡି ନେବି । ଏମିତି ଦୃଶ୍ୟ ଦେଖିବା ପରେ କିଛି ବୁଝିପାରୁନଥିବେ ଆପଣ, ଆଉ ଭାବୁଥିବେ ସେଇଠି ଚାଲିଛି କଣ?

ନିଶା ଖାଇବା ପରେ କେମିତି ଅକାରଣେ ଜୀବନ ଚାଲିଯାଉଛି ତାହାକୁ ବୁଝାଇବା ଉଦେଶ୍ୟରେ ପାରାଦ୍ୱୀପରେ ଚାଲିଛି ସଚେତନତା ଶୋଭାଯାତ୍ରା । ସେଇଥି ପାଇଁ ତ ଏତେ ସବୁ ଆୟୋଜନର ବ୍ୟବସ୍ଥା କରାଯାଇଛି । ଓଡିଶା ୟୁଥ ଫେଡେରେସନର ସ୍ଵେଚ୍ଛାସେବୀଙ୍କ ଦ୍ଵାରା ରବିବାର ଦିନ ଏମିତି କାର୍ଯ୍ୟକ୍ରମ ପାରାଦୀପରେ ଅନୁଷ୍ଠିତ ହୋଇଛି । ପାରାଦୀପରେ ରହିଛି ୧୯ଟି ଓ୍ଵାର୍ଡ ଆଉ ତାହାରି ଭିତରେ ୨୧ଟି ମଦ ଦୋକାନ ରହିଛି ।

 

ଏହାବ୍ୟତୀତ ଚୋରା ମଦ, ଗଞ୍ଜେଇ ଏବଂ ବେଆଇନ ଡ୍ରଗ୍ସ କାରବାର ଦିନକୁ ଦିନ ଭୟଙ୍କର ଭାବରେ ବଢିବାରେ ଲାଗିଛି । ଯାହା ଫଳରେ ଶ୍ରମିକଙ୍କଠାରୁ ନେଇ ଯୁବ ବର୍ଗ ପର୍ଯ୍ୟନ୍ତ ସମସ୍ତେ ମଦ ନିଶାରେ ଉବୁଟୁବୁ ହେଉଛନ୍ତି । ମଦ ପିଇବା ପରେ ଅକାରଣେ ରାସ୍ତାରେ ଜୀବନ ହାରୁଛନ୍ତି ଯୁବ ବର୍ଗ । ତେଣୁ ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଳେଇଲେ ପରିଣାମ କଣ ହୁଏ ତାହାକୁ ନେଇ ସଚେତନ ଶୋଭାଯାତ୍ରା କରାଯାଇଥିଲା । ଯାହାକୁ ଦେଖିବାକୁ ଶହଶହ ଲୋକଙ୍କ ଭିଡ଼ ବି ଜମିଥିଲା ।

ସୁସ୍ଥ ସମାଜ ଗଠନ ଲାଗି ନିଶା ମୁକ୍ତ ଓଡିଶା ଆଉ ନିଶା ମୁକ୍ତ ପାରାଦୀପ ଅପରିହାର୍ଯ୍ୟ । କିଛି ଏମିତି ଶପଥ ନେଇଛନ୍ତି ସ୍ଥାନୀୟ ଅଂଚଳର ପ୍ରାୟ ୫୦୦ ଯୁବକ । ନିଜେ ନିଶା ଖାଇବେ ନାହିଁ କିମ୍ବା ଅନ୍ୟ କେହି ନିଶା ଖାଇଲେ ସେମାନଙ୍କୁ ବୁଝାଇବାର ଶପଥ ନେଇଛନ୍ତି ସ୍ୱେଚ୍ଛାସେବୀ ଯୁବକମାନେ । ତେବେ ପାରାଦୀପରେ ଆୟୋଜନ ହୋଇଥିବା ଏହି କାର୍ଯ୍ୟକ୍ରମକୁ ନେଇ ଏବେ ସବୁଠି ଚର୍ଚ୍ଚା ।

(ପାରାଦୀପରୁ ରମାକାନ୍ତ ନାୟକଙ୍କ ରିପୋର୍ଟ)