Protest
ବିଧାନସଭା ଚାଲିଥିବା ବେଳେ ରାଜଧାନୀରେ ଦାବି ପୂରଣ ପାଇଁ ଗର୍ଜୁଛନ୍ତି ବିଭିନ୍ନ ସଂଗଠନ । ଆଶା ଓ ପାଚିକାଙ୍କ ନାରାବାଜୀରେ କଂପୁଛି ଲୋୟର ପିଏମଜି । ତିନି ଦିନ ହେଲା ହଜାର ହଜାର ସଂଖ୍ୟାରେ ପାଚିକା ଓ ଆଶା କର୍ମୀ ଏକାଠି ହୋଇ ଚଳାଇଛନ୍ତି ଦୁର୍ବାର ଆନ୍ଦୋଳନ । ଖୋଲା ଆକାଶ ତଳେ ଦିନ ରାତି ଏକ କରି ଚଳାଇଛନ୍ତି ଗର୍ଜନ । ଦାବି ପୂରଣ ନ ହେବା ଯାଏ ଭୁବନେଶ୍ୱର ଛାଡ଼ି ନଯିବାକୁ ନେଇଛନ୍ତି ନିଷ୍ପତ୍ତି ।
ସ୍ଥାୟୀ ନିଯୁକ୍ତି, ୨୬ ହଜାର ଟଙ୍କା ମାସିକ ଦରମା, ପେନସନ ୧୦ ହଜାର ଏବଂ ମୃତ୍ୟୁ କାଳିନ ସହାୟତା ୮ ଲକ୍ଷ ଦେବାକୁ ଦାବି କରିଛନ୍ତି ଆଶା କର୍ମୀ । ସେହିପରି ୧୦ ମାସ ବଦଳରେ ୧୨ ମାସ ଦରମା ପ୍ରଦାନ, ବକେୟା ରାଶି ପ୍ରଦାନ, ୬୦ ବର୍ଷ ପରେ ଅବସରକାଳୀନ ଭତ୍ତା ପ୍ରଦାନ ପାଇଁ ଦାବି କରଛନ୍ତି ପାଚିକା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Protest_1695884963.jpg)