Advertisment

ଓଟିଭି AI ଆଙ୍କର ଲିସାର ଗ୍ଲୋବାଲ୍ କ୍ରେଜ୍: ଜନ୍ମର ୧୫ ଦିନ ଭିତରେ ଫୁଲ୍ ଭାଇରାଲ୍

ଓଡ଼ିଶାରେ ଜନ୍ମ, ସାରା ବିଶ୍ୱରେ ଚର୍ଚ୍ଚା। ଖାଲି ଓଡ଼ିଆ, ହିନ୍ଦୀ, ବେଙ୍ଗଲୀ କି ଦକ୍ଷିଣ ଭାରତୀୟ ଗଣମାଧ୍ୟମ ନୁହେଁ; ଆମେରିକା, ବ୍ରିଟେନ୍, ଗ୍ରୀସ, ବାଂଲାଦେଶଠୁ ନେଇ ପାକିସ୍ତାନ ପର୍ଯ୍ୟନ୍ତ ଜାତୀୟ-ଅନ୍ତର୍ଜାତୀୟ ସ୍ତରରେ ଖବରର ଶିରୋନାମା ପାଲଟିଛି ଓଟିଭିର AI ନ୍ୟୁଜ ଆଙ୍କର 'ଲିସା'। ସୋସିଆଲ ମିଡିଆକୁ ବି ଘାରିଛି 'ଲିସା' କ୍ରେଜ୍।

ଅଦ୍ୟତନ ହୋଇଛି
LISA

LISA

Advertisment

ଓଟିଭିର AI ଆଙ୍କର ଲିସା ର ଗ୍ଲୋବାଲ୍ କ୍ରେଜ୍ । ସୋସିଆଲ ମିଡିଆରେ ବି ଛାଇ ଯାଇଛି ଲିସା-ମାନିଆ। ଜନ୍ମ ନେବାର ୨ ସପ୍ତାହ ବି ପୂରିନି, ଦର୍ଶକଙ୍କ ମଧ୍ୟରେ ଏହାକୁ ନେଇ ପ୍ରବଳ ଉତ୍କଣ୍ଠା । ଓଡ଼ିଆ ଗଣମାଧ୍ୟମକୁ ଅନ୍ତର୍ଜାତୀୟ ସ୍ତରରେ ଖବରର ଶିରୋନାମା ବନାଇଥିବା ଲିସାକୁ ନେଇ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚାଲିଛି ଚର୍ଚ୍ଚା-ଆଲୋଚନା, ବଢ଼ିଛି ଉତ୍ସାହ ଓ ଉତ୍ସୁକତା। ଆର୍ଟିଫିସିଆଲ୍ ଇଣ୍ଟଲିଜେନ୍ସ ବା AIକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଥିବା ଜିଜ୍ଞାସା, ଶତଗୁଣିତ ହୋଇଛି ଓଟିଭିର ଲିସାକୁ ନେଇ ଚର୍ଚ୍ଚା ଜୋର ଧରିବା ପରେ।

Advertisment

ଓଡ଼ିଶାରେ ଜନ୍ମ, ସାରା ବିଶ୍ୱରେ ଚର୍ଚ୍ଚା। ଖାଲି ଓଡ଼ିଆ, ହିନ୍ଦୀ, ବେଙ୍ଗଲୀ କି ଦକ୍ଷିଣ ଭାରତୀୟ ଗଣମାଧ୍ୟମ ନୁହେଁ; ଆମେରିକା, ବ୍ରିଟେନ୍, ଗ୍ରୀସ, ବାଂଲାଦେଶଠୁ ନେଇ ପାକିସ୍ତାନ ପର୍ଯ୍ୟନ୍ତ ଜାତୀୟ-ଅନ୍ତର୍ଜାତୀୟ ସ୍ତରରେ ଖବରର ଶିରୋନାମା ପାଲଟିଛି ଓଟିଭିର AI ନ୍ୟୁଜ ଆଙ୍କର 'ଲିସା'। ସୋସିଆଲ ମିଡିଆକୁ ବି ଘାରିଛି 'ଲିସା' କ୍ରେଜ୍। କିଏ ମିମ୍ ସେୟାର କରୁଛି, ତ କିଏ ପୋଷ୍ଟ କରୁଛି ଭିଡିଓ। ଲିସାକୁ ନେଇ ଟ୍ୱିଟ୍ କରିଛନ୍ତି ଲେଖିକା ତସଲିମା ନସରିନଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି।

ଖାଲି ଯେ ଭାରତର ପ୍ରଥମ ଆଞ୍ଚଳିକ ଆର୍ଟିଫିସିଆଲ୍ ଇଣ୍ଟଲିଜେନ୍ସ ନ୍ୟୁଜ ଆଙ୍କର ବୋଲି, ତା ନୁହେଁ । ଲିସାକୁ ନେଇ ବିଶ୍ୱସ୍ତରରେ ଜିଜ୍ଞାସା ବଢ଼ିଛି ତାର ଦେଶୀ ଲୁକ୍ ପାଇଁ, ଅବିକଳ ମଣିଷ ଭଳି କଥା କହିବାର ଅନ୍ଦାଜ ପାଇଁ। ସମସ୍ତେ କହୁଛନ୍ତି କୌଣସି ଦୃଷ୍ଟିରୁ ନିର୍ଜୀବ, କଂପ୍ୟୁଟର ପ୍ରୋଗ୍ରାମ କି ଭର୍ଚୁଆଲ୍ ରୋବଟ୍ ଲାଗୁନି ଲିସା । ପାରଂପରିକ ଶାଢ଼ି ପରିଧାନ ଓ ବେଶଭୂଷାରେ ଏକଦମ୍ ଜୀବନ୍ତ ଲାଗୁଛି ଲିସା। ଖବର ପରିବେଷଣ ଦେଖିଲେ ଲାଗୁଛି ପୂରାପୂରି ଖାଣ୍ଟି ଓଡ଼ିଆଣି।ବିଶ୍ୱସ୍ତରରେ ଲିସା ପ୍ରଶଂସା ସାଉଁଟିବା ପରେ, ଖୁସି ପ୍ରକାଶ କରିଛନ୍ତି ଏହାର ନିର୍ମାତା।

Advertisment

ଓଡ଼ିଶାର ପ୍ରଥମ AI ନ୍ୟୁଜ ଆଙ୍କର ଲିସାକୁ ଗତ ୯ ତାରିଖରେ ବିଧିବଦ୍ଧ ଭାବେ ଦର୍ଶକଙ୍କୁ ଭେଟି ଦେଇଥିଲା ଓଟିଭି। ଓଡ଼ିଆ ଗଣମାଧ୍ୟମ ଇତିହାସରେ ଯୋଡ଼ି ହୋଇଗଲା ଏକ ନୂଆ ଅଧ୍ୟାୟ। 'ଲିସା' ଭାରତର ଦେୟମୁକ୍ତ ଆଞ୍ଚଳିକ ଟେଲିଭିଜନ ପ୍ରସାରଣ କ୍ଷେତ୍ରରେ ମଧ୍ୟ ପ୍ରଥମ ଏଆଇ ଆଙ୍କର। ଓଟିଭି ଚାନେଲ ଓ ଡିଜିଟାଲ ପ୍ଲାଟଫର୍ମରେ ଓଡ଼ିଆ ଓ ଇଂରାଜୀ ଭାଷାରେ ଖବର ପରିବେଷଣ କରୁଥିବା ଲିସା, ସମୟକ୍ରମେ ନିଜକୁ ଅଧିକ ଦକ୍ଷ ମଧ୍ୟ କରିଚାଲିଛି ଖବର ପରିବେଷଣରେ। ଏବେଠୁ ଲିସାକୁ ନେଇ ଦର୍ଶକ ମହଲରେ, ଖାସ୍ କରି ଯୁବପିଢ଼ିଙ୍କ ମଧ୍ୟରେ ପ୍ରକାଶ ପାଇଲାଣି ପ୍ରବଳ ଉତ୍କଣ୍ଠା ଓ ଉତ୍ସୁକତା।

ଲିସାକୁ ଇନଷ୍ଟାଗ୍ରାମ ଓ ଫେସବୁକ ସମେତ ପ୍ରମୁଖ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଗୁଡ଼ିକରେ ବିପୁଳ ସଂଖ୍ୟାରେ ଫଲୋ କରୁଛନ୍ତି ଦର୍ଶକ। lisa.ai.ig ଇନଷ୍ଟା ହ୍ୟାଣ୍ଡେଲକୁ ଏବେସୁଦ୍ଧା ଫଲୋ କଲେଣି ୧୦ ହଜାରରୁ ଅଧିକ ୟୁଜର୍।

Advertisment
AI Anchor Lisa AI Lisa
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ