Jagi Mangat Panda
ଉତ୍କଳ ରତ୍ନ ସମ୍ମାନରେ ସମ୍ମାନିତ ହେଲେ ଓଟିଭି ଏମ୍ଡି ଜଗି ମଙ୍ଗତ ପଣ୍ଡା । ରାଉରକେଲା ଦିବସ ପାଳନ ଅବସରରେ ରାଉରକେଲା ରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଗତ ୭ ବର୍ଷ ଧରି ରାଉରକେଲା ଦିବସ ପାଳନ କରିଆସୁଥିବା କାନଭାସ୍ ପରିବାର ପକ୍ଷରୁ ଓଟିଭି ଏମ୍ଡିଙ୍କୁ ପ୍ରଦାନ କରାଯାଇଛି ଉତ୍କଳ ରତ୍ନ ସମ୍ମାନ ।
ତେବେ ଜଗିଙ୍କ ତରଫରୁ ଓଟିଭିର ରାଉରକେଲା ବ୍ୟୁରୋ ହେଡ୍ ପବନ ତିୱାରୀ ଏହି ସମ୍ମାନ ଗ୍ରହଣ କରିଛନ୍ତି । ଏହି ଅବସରରେ ଟଙ୍କିକିଆ କ୍ଲିନିକ ପାଇଁ ଚର୍ଚ୍ଚାରେ ଥିବା ଡାକ୍ତର ଶଙ୍କର ରାମ ଚନ୍ଦାନିଙ୍କୁ ପ୍ରଦାନ କରାଯାଇଛି ଉତ୍କଳ ଗୌରବ ସମ୍ମାନ। ମାର୍ଚ୍ଚ ୩ ତାରିଖକୁ କାନଭାସ ପରିବାର ରାଉରକେଲା ଦିବସ ରୂପେ ପାଳନ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677898806.jpg)