Advertisment

ଓଟିଭି କେୟାର୍ସର ସହାୟତା: ସ୍ୱାବଲମ୍ବୀ କରାଇଲା ସିଲେଇ ଶିକ୍ଷା

ଓଟିଭିର ଏହି ପ୍ରୟାସକୁ ୟୁନିଭରସିଟି ଏବଂ ପ୍ରଶିକ୍ଷାର୍ଥୀ ଉଭୟେ ପ୍ରଶଂସା କରିଛନ୍ତି।

ଅଦ୍ୟତନ ହୋଇଛି
OTV Cares

otv cares

Advertisment

ସିଲେଇ ସ୍ୱାବଲମ୍ବୀ କରାଇଲା। ଦିନେ ଭବିଷ୍ୟତକୁ ନେଇ ଚିନ୍ତା କରୁଥିବା ମହିଳା ଆଜି ସିଲେଇ ଶିକ୍ଷା କରି ସ୍ୱାବଲମ୍ବୀ ହେଲେ। ଗାଁର ଚାରିକାନ୍ଥ ଭିତରେ ନିଜ ଭବିଷ୍ୟତକୁ ନେଇ ଚିନ୍ତିତ ଥିବା ମହିଳା ଆଜି ପରିବାରର ଦାୟିତ୍ବ ଉଠାଇବାକୁ ସମର୍ଥ। ସିଲେଇ ସେମାନଙ୍କୁ ଆଜି ସ୍ୱାବଲମ୍ବୀ କରାଇଛି।

Advertisment

ଓଟିଭି କେୟାର୍ସ ସହାୟତା ଏବଂ ସେଞ୍ଚୁରିଆନ ୟୁନିଭରସିଟି ଗ୍ରାମ ତରଙ୍ଗ କାର୍ଯ୍ୟକ୍ରମର ପ୍ରଶିକ୍ଷଣରେ ୧୫ ଜଣ ମହିଳା ଓ ଯୁବତୀ ସିଲେଇ ଶିକ୍ଷାରେ ପ୍ରଶିକ୍ଷିତ ହୋଇଛନ୍ତି । ସେମାନଙ୍କର ପ୍ରଶିକ୍ଷଣ ସରିବାପରେ ସେଂଚୁରିଆନ ୟୁନିଭରସିଟିର ଗ୍ରାମତରଙ୍ଗରେ ସମସ୍ତ ୧୫ ଜଣଙ୍କୁ ନିଯୁକ୍ତି ମିଳିଛି ।

ସେପଟେ ଓଟିଭିର ଏହି ପ୍ରୟାସକୁ ୟୁନିଭରସିଟି ଏବଂ ପ୍ରଶିକ୍ଷାର୍ଥୀ ଉଭୟେ ପ୍ରଶଂସା କରିଛନ୍ତି। ଆଜି ସେଞ୍ଚୁରିଆନ ୟୁନିଭରସିଟି ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମତରଙ୍ଗର ସିଓଓ, ଜେନେରାଲ ମ୍ୟାନେଜରଙ୍କ ସମେତ ଓଟିଭି କେୟାର୍ସ କର୍ତ୍ତୃପକ୍ଷ ଉପସ୍ଥିତ ରହି ସମସ୍ତ ୧୫ ଜଣ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ପ୍ରମାଣପତ୍ର ସହିତ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ ।

Advertisment

OTV Cares
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ