OTV Foundation Day
ଧୁମ୍ଧାମ୍ରେ ପାଳିତ ହୋଇଛି ଓଟିଭି ନେଟୱର୍କର ୨୬ତମ ପ୍ରତିଷ୍ଠା ଦିବସ । ଭୁବନେଶ୍ୱର ସ୍ଥିତ ଓଟିଭି ମୁଖ୍ୟ କାର୍ଯ୍ୟାଳୟରେ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଆନୁଆଲ୍ ଫାଉଣ୍ଡେସନ ଡେ’ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଉଦଘାଟନୀ ଅଭିଭାଷଣ ରଖିଥିଲେ ଓଟିଭି ନେଟୱର୍କ ଏମଡି ଜଗି ମଙ୍ଗତ ପଣ୍ଡା । ଓଟିଭି ପରିବାରର ପ୍ରତିଟି ସଦସ୍ୟଙ୍କ ଉତ୍ସାହ ସଂସ୍ଥାର ନିରନ୍ତର ଅଭିବୃଦ୍ଧିରେ ସହାୟକ ହୋଇଛି ଏବଂ ଏହା ଅନେକ ମାଇଲଖୁଣ୍ଟ ଅତିକ୍ରମ କରିଛି ବୋଲି ସେ କହିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_5/IMAGE_1704991762.jpg)
/odishatv-khabar/media/post_attachments/uploadimage/library/16_9/16_9_5/IMAGE_1704991836.jpg)
ଏହି ଅବସରରେ ସଂସ୍ଥାରେ ୧୦, ୧୫ ଓ ୨୦ ବର୍ଷ ପୂରଣ କରିଥିବା କର୍ମଚାରୀଙ୍କୁ ମାନପତ୍ର ଏବଂ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ କୃତୀତ୍ୱ ଅର୍ଜନ କରିଥିବା କର୍ମଚାରୀଙ୍କୁ ଟ୍ରଫି ପ୍ରଦାନ କରାଯାଇଛି । ଏଥିସହ ଓଟିଭି କର୍ମଚାରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ନିଜ ନିଜ କଳା ପ୍ରଦର୍ଶନ କରିଥିଲେ । ନାଚ, ଗୀତ ଓ କବିତା ଆବୃତି ଆଦି ପ୍ରତିଭା ପ୍ରଦର୍ଶନ କରିଥିଲେ ଅନେକେ। ଏହାସହ ଷ୍ଟେଜ୍ ଉପରେ କର୍ମଚାରୀଙ୍କ ନାଚ ଓ ଗୀତ ପୁରା ସନ୍ଧ୍ୟାଙ୍କୁ ରଙ୍ଗାରଙ୍ଗ କରିଥିଲା । OTN ପରିବାରର ସମସ୍ତ ସଦସ୍ୟ ନାଚ ଗୀତରେ ମସଗୁଲ ହୋଇଥିଲେ ।
#OTV 26th Annual Day #Mastipic.twitter.com/LR8AtAz1Vb
— Kausik Mohapatra (Litu) (@KausikLitu) January 11, 2024
Thrilled to share that my upcoming dance program is just around the corner, and I can't wait to showcase the magic of movement and rhythm! pic.twitter.com/xGYuq1erZm
— Jyotiprakash Kabat (JP) (@JPENTERTAINMET) January 11, 2024
/odishatv-khabar/media/post_attachments/uploadimage/library/16_9/16_9_5/IMAGE_1704991794.jpg)
/odishatv-khabar/media/post_attachments/uploadimage/library/16_9/16_9_5/IMAGE_1704991870.jpg)
/odishatv-khabar/media/post_attachments/uploadimage/library/16_9/16_9_5/IMAGE_1704991908.jpg)