Advertisment

ଦିନେ ଅଲୋଡ଼ା ହୋଇ ଅଳିଆ ଗଦାରେ ପଡ଼ିଥିଲା, ଏବେ ଆମେରିକା ଯାଉଛି

ଜନ୍ମ ହେବା ପରେ ଦିନେ ହୋଇଯାଇଥିଲା ଅଲୋଡ଼ା । ଶିଶୁକୁ ଆପଣାଇ ନେଇଛନ୍ତି ଆମେରିକୀୟ ଦମ୍ପତି ।

ଅଦ୍ୟତନ ହୋଇଛି
Orphan Child

Orphan Child

Advertisment

ଜନ୍ମ ହେବା ପରେ ଦିନେ ହୋଇଯାଇଥିଲା ଅଲୋଡ଼ା। ଯେଉଁଥିଲାଗି ଅସହାୟ ଅବସ୍ଥାରେ ପରିତ୍ତ୍ୟକ୍ତ ସ୍ଥାନରେ ଫିଙ୍ଗି ଦେଇ ଚାଲିଯାଇଥିଲେ ଜନ୍ମକଲା ବାପା ମାଆ। ମାତ୍ର ଆଜି ସେ ପାଇଛି ନୂଆ ଜୀବନ। ଧୀରେଧୀରେ ସୁସ୍ଥ ହେବା ସହ ଉଜ୍ୱଳ ଭବିଷ୍ୟତ ଆଡକୁ ହେଉଛି ଅଗ୍ରସର।

Advertisment

କଟକ ବସୁନ୍ଧରା ଆଶ୍ରମର ଅନାଥ ଦିବ୍ୟାଙ୍ଗ ଶିଶୁକୁ ଆପଣାଇ ନେଇଛନ୍ତି ଆମେରିକୀୟ ଦମ୍ପତି ଡେବିଡ଼ ଓ ଆନା। ତାଙ୍କର ପୂର୍ବରୁ ୩ଟି କନ୍ୟା ସନ୍ତାନ ଥିବା ସତ୍ତ୍ୱେ ସେ ଏହି ଅନାଥ ଦିବ୍ୟାଙ୍ଗ ଶିଶୁକୁ ନିଜ ଦୁନିଆରେ ସ୍ଥାନ ଦେଇଛନ୍ତି। ଶିଶୁଟିକୁ ସମ୍ପୂର୍ଣ ଠିକ୍ କରିବା ପାଇଁ ସେମାନେ ସବୁ ପ୍ରକାରର ଚିକିତ୍ସା ଯୋଗାଇଦେବେ ବୋଲି କହିଛନ୍ତି।  ହସ୍ତାନ୍ତର ପ୍ରକ୍ରିୟା ସାରିବା ସହ ଜିଲ୍ଲା ପ୍ରଶାସନ ଶିଶୁର ଉଜ୍ୱଳ ଭବିଷ୍ୟତ ନେଇ ଆଶାବାଦୀ ରହିଛି।

ଆଜକୁ ୪ ବର୍ଷ ତଳେ ୨୦୧୯ ମସିହା ଫେବୃଆରୀ ୧୬ ତାରିଖରେ ଶିଶୁଟିକୁ ଭୁବନେଶ୍ୱର ଚନ୍ଦକା ନିକଟରେ ଥିବା ଏକ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା। ତାର ମୁହଁକୁ କୁକୁର କି କୌଣସି ଜଙ୍ଗଲୀ ଜନ୍ତୁ କାମୁଡି କ୍ଷତାକ୍ତ କରି ଦେଇଥିଲେ। ଉଦ୍ଧାର ପରେ କଟକ ଚାଇଲଡ ଲାଇନ ଶିଶୁଟିକୁ ତୁରନ୍ତ ଶିଶୁ ଭବନରେ ଭର୍ତ୍ତି କରିଥିଲା। ଶିଶୁଟିର ବାମ ଆଖି ଓ ମୁହଁର ୬୦ ପ୍ରତିଶତ ନଷ୍ଟ ହୋଇଯାଇଥିଲା। ପ୍ରାୟ ଦୁଇ ମାସ ଚିକିତ୍ସା ପରେ ସେ ସୁସ୍ଥ ହେବାରୁ ତାକୁ ବସୁନ୍ଧରାରେ ରଖାଯାଇଥିଲା। ପରେ ତାମିଲନାଡୁର କୋଇମ୍ବାଟୁର ନିଆଯାଇ ସେଠାରେ ଶିଶୁଟିର ମୁହଁର ପ୍ଲାଷ୍ଟିକ ସର୍ଜରୀ ମଧ୍ୟ କରାଯାଇଥିଲା।

Advertisment

ଜୀବନ ଆରମ୍ଭରୁ ବଞ୍ଚିବା ପାଇଁ ସଂଘର୍ଷ କରିଥିବା ଏହି କୁନି ଝିଅ ଆଜି ନୂଆ ବାପା ମାଙ୍କୁ ପାଇଛି, ଆଉ ଉଜ୍ଜଳ ଭବିଷ୍ୟତ ଆଡ଼କୁ ଅଗ୍ରସର ହୋଇଛି। ଆଉ ଏଭଳି ଜଣେ ଦିବ୍ୟାଙ୍ଗ ଝିଅକୁ ପୋଷ୍ୟ ଭାବେ ଗ୍ରହଣ କରିଥିବା ଆମେରିକୀୟ ଦଂପତି ଏବେ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ