Advertisment

ଖେଳୁ ଖେଳୁ ସାପକୁ କାମୁଡ଼ିଦେଲା ବର୍ଷକର ଛୁଆ; ହେଲା ଏମିତି...ଦେଖନ୍ତୁ ଭିଡିଓ

ଶିଶୁଟିର ମା’ ପିଲାଟିର ପାଟିରେ ସାପ ଦେଖିବା ପରେ ଭୟଭୀତ ହୋଇ ତା’ ପାଖକୁ ଦୌଡ଼ିଗଲେ। ତୁରନ୍ତ ପାଟିରୁ ସାପକୁ ବାହାର କଲେ। ସେତେବେଳକୁ ସେ ସାପକୁ କାମୁଡ଼ି ମାରି ଦେଇଥିଲା।

ଅଦ୍ୟତନ ହୋଇଛି
One-Year-Old Boy Bites Snake To Death In Bihar

One-year-old bites snake

Advertisment

ସାପ ନାଁ ଶୁଣିଲେ ଭୟ ଲାଗେ। ସାପ କାମୁଡାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ଖବର ଆମେ ପଢିଛେ। ହେଲେ ଏପରି ଏକ ଖବର ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ବର୍ଷକର ଶିଶୁ ସାପକୁ କାମୁଡିବା ପରେ ସାପର ମୃତ୍ୟୁ ହୋଇଛି। ବିହାର ଗୟା ଜିଲ୍ଲାର ଏହି ଆଶ୍ଚର୍ଯ୍ୟଜନକ ଘଟଣା ସମସ୍ତଙ୍କୁ ଚକିତ କରିଛି।

Advertisment

ଗୟା ଜିଲ୍ଲା ଫତେହପୁର ଥାନା ଜାମହୁର ଗାଁର ଏହି ଘଟଣା। ଗତ ଶନିବାର ରାକେଶ କୁମାରଙ୍କ ଏକ ବର୍ଷର ପୁଅ ରିୟାନ୍ ଟେରାସରେ ଖେଳୁଥିଲା। ଏହି ସମୟରେ ଗୋଟିଏ ସାପ ସେହି ବାଟ ଦେଇ ଯାଉଥିଲା। ପିଲାଟି ସାପକୁ ଖେଳଣା ଭାବି ତା ସହ ଖେଳିବାକୁ ଲାଗିଲା। ଏହାପରେ ସାପଟିକୁ ହାତରେ ନେଇ ପାଟିରେ ପୁରାଇ ଚୋବାଇବାକୁ ଆରମ୍ଭ କଲା। ଯାହାଫଳରେ ସାପଟିର ମୃତ୍ୟୁ ହୋଇଥିଲା।

ଅଧିକ ପଢ଼ନ୍ତୁ: VIDEO: ଅଫିସ୍ ଭିତରୁ ସାପକୁ ଭିଡ଼ିନେଲେ ମହିଳା କର୍ମଚାରୀ, ଭାଇରାଲ ହେଲା ଭିଡିଓ; ଦେଖନ୍ତୁ ...

Advertisment

ଶିଶୁଟିର ମା’ ପିଲାଟିର ପାଟିରେ ସାପ ଦେଖିବା ପରେ ଭୟଭୀତ ହୋଇ ତା’ ପାଖକୁ ଦୌଡ଼ି ଗଲେ। ତୁରନ୍ତ ପାଟିରୁ ସାପକୁ ବାହାର କଲେ। ସେତେବେଳକୁ ସେ ସାପକୁ କାମୁଡ଼ି ମାରି ଦେଇଥିଲା। ସାପଟି ପ୍ରାୟ ତିନି ଫୁଟ ଲମ୍ବର ଥିଲା। ସଙ୍ଗେ ସଙ୍ଗେ ତାକୁ ନେଇ ଡାକ୍ତରଖାନାରେ ପହଞ୍ଚିଥିଲେ। ଡାକ୍ତର ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଡାକ୍ତରମାନେ ଶିଶୁଟିକୁ ପରୀକ୍ଷା କରି ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଥିଲେ।

Advertisment

ତେବେ ଶିଶୁଟି ଚୋବାଇଥିବା ସାପଟି ବିଷାକ୍ତ ନୁହେଁ ବୋଲି ଡାକ୍ତରମାନେ କହିଥିଲେ। ତେଣୁ ପିଲାଟିର କୌଣସି କ୍ଷତି ହୋଇନଥିଲା। ପିଲାର ମା’ଙ୍କ ସୂଚନା ଅନୁସାରେ, ଟେରାସରେ ଖେଳୁଥିବା ବେଳେ ପୁଅ ସାପଟିକୁ ପାଟିରେ ପୁରାଇ ଚୋବାଇ ଦେଇଥିଲା। 

ତେବେ ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଗ୍ରାମବାସୀଙ୍କ ସୂଚନା ମୁତାବକ, ସାପଟି ହେଉଛି ତେଲିଆ ସାପ। ଏହା କୋଚିଆ ପରି ଦେଖାଯାଏ ଏବଂ ଏହାର ବିଷ ନାହିଁ । ଏହା ସାଧାରଣତଃ ବର୍ଷା ଦିନରେ ଦେଖିବାକୁ ମିଳେ। ସାପଟି ବିଷାକ୍ତ ନଥିଲା। ଫଳରେ ଏକ ବଡ଼ ଅଘଟଣରୁ ପିଲାଟି ବର୍ତ୍ତି ଯାଇଛି।

ଅଧିକ ପଢ଼ନ୍ତୁ: Viral Video: ଆରେ ବାପ୍‌ରେ! ସାପ ପାଟିରେ ପୂରେଇ ଦେଲେ ଜିଭ; ହେଲେ ସାପ…

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ