Advertisment

ବାହାନଗା ଟ୍ରେନ୍ ଟ୍ରାଜେଡି: ୩ ମାସ ପରେ ବି ମିଳୁନି ପରିଚୟ, କଣ୍ଟେନରରେ ପଡ଼ିଛି ୨୮ ଶବ !

ମ୍ୟାଚ୍ କରୁନି ଡିଏନଏ, କଣ୍ଟେନରରେ 28 ମୃତଦେହ । ଏମସ କର୍ତ୍ତୃପକ୍ଷ କହିଲେ ମିଳୁନାହାନ୍ତି ଦାବିଦାର ।

undefined

Bahanaga Train Tragedy

Advertisment

ପରିଚୟ ଅପେକ୍ଷାରେ ୨୮ ଶବ। ଡିଏନଏ ମ୍ୟାଚିଂ ପ୍ରକ୍ରିୟା ପରେ ବି ନା ପରିଚୟ ମିଳିଲା ନା ଦାହ ସଂସ୍କାରର ସୁଯୋଗ। ଆମେ କହୁଛୁ, ବାହାନଗା ଟ୍ରେନ ଟ୍ରାଜେଡି ପରେ ଚିହ୍ନଟ ହୋଇ ନ ପାରି ଭୁବନେଶ୍ୱର ଏମ୍‌ସରେ କଣ୍ଟେନର ଭିତରେ ପଡ଼ି ରହିଥିବା ଶବଙ୍କ କଥା। ଏ ଭିତରେ ବାହାନଗା ଟ୍ରେନ ଟ୍ରାଜେଡିକୁ ୩ ମାସ ବିତିଗଲାଣି। ରେଳ ଚଳାଚଳ ସ୍ୱାଭାବିକ ହେଲାଣି। ହେଲେ ଏବେ ବି ୨୮ ମୃତଦେହର ମିଳିନି ପରିଚୟ।

Advertisment

ସମସ୍ତଙ୍କ ମନରେ ପ୍ରଶ୍ନ, କେବେ ଏସବୁ ମୃତଦେହକୁ ମିଳିବ ପରିଚୟ ? ଭୁବନେଶ୍ୱର ଏମ୍‌ସ କର୍ତ୍ତୃପକ୍ଷ କହିଛନ୍ତି, ବାହାନଗା ଟ୍ରେନ ଟ୍ରାଜେଡି ପରେ ଏମ୍‌ସକୁ ୧୬୨ଟି ମୃତଦେହ ଆସିଥିଲା । ସେଥିମଧ୍ୟରୁ ୮୧ଟି ଡେଡ୍ ବଡିକୁ ପରିବାର ଲୋକଙ୍କ ଦ୍ୱାରା ଚିହ୍ନଟ ପରେ ତତ୍କାଳ ହସ୍ତାନ୍ତର କରାଯାଇଥିଲା । ବଳକା ୮୧ଟି ମୃତ ଶରୀର ଲାଗି ୧୧୦ ଜଣ ଦାବିଦାର ବାହାରିବା ପରେ ସେଗୁଡ଼ିକ ଚିହ୍ନଟ ପାଇଁ ଡିଏନଏ ମ୍ୟାଚିଂର ସହାୟତା ନିଆଯାଇଥିଲା। ଡିଏନ୍ଏ ମ୍ୟାଚ କରିବା ପରେ ୫୩ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଡିଏନ୍ଏ ମ୍ୟାଚିଂ ପ୍ରକ୍ରିୟା ବି ସରିଯାଇଛି । ବଳକା ୨୮ ଡେଡ୍ ବଡିକୁ କଣ୍ଟେନରରେ ସୁରକ୍ଷିତ ରଖାଯାଇଛି। ହେଲେ ଗତ ୧୦ ଦିନ ଭିତରେ ଡେଡ୍ ବଡି ପାଇଁ ଆଉ ଜଣେ ବି ନୂଆ ଦାବିଦାର ଆସିନାହାନ୍ତି।

ଦକ୍ଷିଣ ପୂର୍ବ ରେଳପଥ କର୍ତ୍ତୃପକ୍ଷ କହିବା କଥା, ଏତେ ସଂଖ୍ୟକ ମୃତଦେହ ଚିହ୍ନଟ ନ ହେବା, ରେଳ ଇତିହାସରେ କେବେ ଦେଖିବାକୁ ମିଳିନଥିଲା। ଆଜି ଯାଏଁ ଯେତେ ବି ଦୁର୍ଘଟଣା ଘଟିଛି, ମୃତଦେହକୁ ଚିହ୍ନଟ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଡିଏନଏ ମ୍ୟାଚିଂ ପରେ ବି ମୃତଦେହ ଚିହ୍ନଟ ହୋଇ ନ ପାରିବା ସ୍ଥିତି କେବେ ଆସି ନଥିଲା। ଏମିତିକି ବାହାନଗା ଟ୍ରେନ ଦୁର୍ଘଟଣା ପରେ ଡେଡ୍ ବଡି ହସ୍ତାନ୍ତର ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ମଧ୍ୟ ରହିଛି। ସିବିଆଇ ମାମଲାର ତଦନ୍ତ କରୁଛି । ଏଣୁ ବଳକା ମୃତଦେହ ଗୁଡ଼ିକୁ କ’ଣ କରାଯିବ, ସେନେଇ ରେଲୱେ ବୋର୍ଡ ରାଜ୍ୟ ସରକାରଙ୍କ ସହ ବିଚାର କରି ନିଷ୍ପତ୍ତି ନେବ।

Advertisment

ଜୁନ୍ ୨ର ସେ କାଳ ରାତି ମନେ ପଡ଼ିଲେ ଏବେ ବି ଲୋମ ଟାଙ୍କୁରି ଉଠୁଛି । ଦୁର୍ଘଟଣାର କେଇ ଘଣ୍ଟା ମଧ୍ୟରେ ବାହାନଗା ସ୍କୁଲ ପରିସରରେ ଗଦା ହୋଇଯାଇଥିଲା ଶହ ଶହ ଶବ । ଏବେ ପରିଚୟ ଅଭାବରୁ ଏମ୍‌ସରେ ପଡ଼ି ରହିଥିବା ମୃତଦେହକୁ କ’ଣ କରାଯିବ, ତାହା ଏବେ ଦ୍ୱନ୍ଦ୍ୱରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ