Advertisment

ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲ ହେବ ମଡେଲ ସ୍କୁଲ !

ମଡେଲ ସ୍କୁଲ ଭାବେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଭଙ୍ଗାଭଙ୍ଗି ଅଭିଯାନ ଆରମ୍ଭ ।

undefined

Bahanaga High School

Advertisment

ପିଲାଙ୍କ ଭୟ ଅଭିଭାବକଙ୍କ ଭୟ । ଶେଷରେ ସେଇ ଭୟ ପାଇଁ ଭଙ୍ଗା ଯାଇଛି ବାହାନଗା ସ୍କୁଲ ! ଆଜି ସକାଳୁ ସକାଳୁ ଆରମ୍ଭ ହୋଇଯାଇଛି ଅଭିଯାନ । ୨ ତାରିଖ ଭୟଙ୍କର ରେଳ ଦୁର୍ଘଟଣା ପରେ ଅସ୍ଥାୟୀ ଶବାଗାର ପାଲଟିଥିଲା ବାହାନଗା ସ୍କୁଲ । ସ୍କୁଲର ବିଜ୍ଞାନଗାରରେ ରଖାଯାଇଥିଲା ଶତାଧିକ ମୃତଦେହ। ପରେ ଶବସବୁକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ସ୍କୁଲ ପରିସରକୁ ବିଶୋଧନ କରାଯିବା ସତ୍ତ୍ୱେ ବି ପିଲା, ଅଭିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କ ଭିତରେ ଡର ବସା ବାନ୍ଧିଥିଲା।

Advertisment

ତେଣୁ ଶବ ରହିଥିବା ସ୍କୁଲ ଘରଗୁଡ଼ିକୁ ଭାଙ୍ଗିବା ପାଇଁ ପ୍ରଶାସନ ପାଖେ ବିଭିନ୍ନ ମହଲରୁ ଦାବି ହେଉଥିଲା । ଯାହା ଆଜି ପୁରା ହୋଇଛି । ଖରା ଛୁଟି ଥିବାରୁ ଏବେଠୁ ଆରମ୍ଭ ହୋଇଛି ଯୁଦ୍ଧକାଳୀନ ଭିତ୍ତିରେ ଭଙ୍ଗାକାମ ।

ପ୍ରଥମେ ଶବ ଥିବା ଲମ୍ବା ହଲର ଆଜବେଷ୍ଟସ୍ ଖୋଲା ହେବା ଦେଖି ଲୋକେ ଭାବିଥିଲେ କେବଳ ଏଇ ହଲଟି ଭଙ୍ଗା ହେବ। କିନ୍ତୁ ପରେ ସିଏମଓ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ବାହନଗା ହାଇସ୍କୁଲର ନବୀକରଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦିଆଯାଇଛି । ହାଇସ୍କୁଲ ଓ ଏହା ପରିସରରେ ଥିବା ପ୍ରାଥମିକ ଏବଂ ଏଲିମେଣ୍ଟାରି ସ୍କୁଲ ଗୃହକୁ ଫାଇଭ୍-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ପୁନଃ ନିର୍ମାଣ କରାଯାଇ ଏହାକୁ ଆଦର୍ଶ ସ୍କୁଲ ଭାବେ ଗଢ଼ି ତୋଳାବାକୁ ନିଷ୍ପତ୍ତି ହୋଇଛି ।

Advertisment

ସେହି ଅନୁସାରେ ଆସନ୍ତା ୧୫ ଦିନ ଭିତରେ ବିସ୍ତୃତ ଯୋଜନା ପ୍ରସ୍ତୁତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଭୟାବହ ରେଳ ଦୁର୍ଘଟଣା ପରବର୍ତ୍ତୀ ସମୟରେ ଉଦ୍ଧାର ଓ ସେବା କାର୍ଯ୍ୟରେ ସ୍ଥାନୀୟ ଅଞ୍ଚଳବାସୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଯେଉଁ ମହତ କାର୍ଯ୍ୟ କରିଛନ୍ତି ସେମାନଙ୍କ ଯୋଗଦାନକୁ ପ୍ରୋତ୍ସାହିତ କରିବାକୁ ହାଇସ୍କୁଲକୁ ଫାଇଭ୍-ଟି କାର୍ଯ୍ୟକ୍ରମରେ ସାମିଲ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କୁହାଯାଇଛି ।

ଏପଟେ ସ୍କୁଲର ରୂପାନ୍ତରୀକରଣ ପାଇଁ ଭଙ୍ଗାଭଙ୍ଗି କାମ ସହ ଲେଭଲିଂ ଓ ସର୍ଭେ କାମ ବି ଆରମ୍ଭ ହୋଇଯାଇଛି। ସରକାରଙ୍କ ଏଇ ନିଷ୍ପତ୍ତିକୁ ସ୍ଥାନୀୟ ଅଭିଭାବକ ସ୍ବାଗତ ତ କରିଛନ୍ତି, କିଛି ବିରୋଧଭାସ ବି ଦେଖିବାକୁ ମିଳିଛି ।

Advertisment

Train Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ