Advertisment

Bahanaga Train Tragedy: ଗିରଫ ୩ କର୍ମଚାରୀ ଓ ଷ୍ଟେସନ୍ ମାଷ୍ଟରଙ୍କ ସହ ୭ ସସପେଣ୍ଡ

ସିବିଆଇ ତଦନ୍ତ ରିପୋର୍ଟ ଆସିଲେ ଆହୁରି ହେବ କାର୍ଯ୍ୟାନୁଷ୍ଠାନ । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ୩ ଅଭିଯୁକ୍ତଙ୍କୁ ଘାଣ୍ଟୁଛି CBI ।

ଅଦ୍ୟତନ ହୋଇଛି
undefined

Bahanaga Train Tragedy

Advertisment

ରୋକାଯାଇ ପାରିଥାନ୍ତା ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବାହାନଗା ଦୁର୍ଘଟଣାକୁ । ଟାଳି ଦିଆଯାଇ ପାରିଥାନ୍ତା ଟ୍ରେନ୍ ଟ୍ରାଜେଡିକୁ। କିନ୍ତୁ ଦୁର୍ଭାଗ୍ୟ, କିଛି କର୍ମଚାରୀଙ୍କ ଦାୟିତ୍ୱହୀନତା ପାଇଁ ଚାଲିଗଲା ୨୯୩ ଯାତ୍ରୀଙ୍କ ଜୀବନ। ଏବେ କେବଳ ଚାଲିଛି, ଅଭିଯୁକ୍ତ କର୍ମଚାରୀଙ୍କ ବିରୋଧରେ ପ୍ରମାଣ ଖୋଜା। ଜଣଙ୍କ ପରେ ଜଣଙ୍କ ବିରୋଧରେ ହେଉଛି ବିଭାଗୀୟ କାର୍ଯ୍ୟାନୁଷ୍ଠାନ। ୭ ଜଣ କର୍ମଚାରୀଙ୍କୁ ଚାକିରିରୁ କରାଯାଇଛି ସସପେଣ୍ଡ।

Advertisment

ଗିରଫ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମୀର ଖାନ୍, ଟେକ୍ନିସିଆନ୍ ପପୁ କୁମାରଙ୍କ ସମେତ ବାହାନଗା ବଜାର ଷ୍ଟେସନ୍ ମାଷ୍ଟର ଶଶିଭୂଷଣ ମହାନ୍ତି, ଟ୍ରାଫିକ୍ ଇନିସପେକ୍ଟର, ମେଣ୍ଟେନର ଏବଂ ଜଣେ ରିଲେ ରୁମ୍ କର୍ମଚାରୀ ସସପେଣ୍ଡ ହୋଇଛନ୍ତି। ଗ୍ରାଉଣ୍ଡ ଜିରୋକୁ ଆସି ସ୍ଥିତି ଅନୁଧ୍ୟାନ କରିବା ପରେ ଏହି ଘଟଣାରେ ୭ ଜଣଙ୍କୁ ନିଲମ୍ବିତ କରାଯାଇଥିବା କହିଛନ୍ତି ନବନିଯୁକ୍ତ ଦକ୍ଷିଣ ପୂର୍ବ ରେଳପଥ ଜିଏମ୍ ଅନୀଲ କୁମାର ମିଶ୍ରା। ଆଉ ଯଦି କେଉଁ କର୍ମଚାରୀଙ୍କ ସଂପୃକ୍ତି ବି ରହିଥିବ ସିବିଆଇର ତଦନ୍ତ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଜିଏମ୍। 

ଅଧିକ ପଢ଼ନ୍ତୁ: ବାହାନଗା ଟ୍ରାଜେଡି: ସିବିଆଇ ହାତରେ ଲାଗିଛି କି ସୁରାକ୍ ?

ଆଜି ସକାଳ ପ୍ରାୟ ୧୦ଟାରୁ ସାଢ଼େ ୧୦ଟା ଯାଏଁ ବାହାନଗା ଟ୍ରାଜେଡି ସ୍ପଟକୁ ଯାଇ କ୍ଷେତ୍ର ଅନୁଧ୍ୟାନ କରିଥିଲେ ଜିଏମ୍ ଅନୀଲ କୁମାର ମିଶ୍ରା ଏବଂ ଡିଆରଏମ୍ କେ.ଆର୍.ଚୌଧୁରୀ। ପରେ ବାଲେଶ୍ୱର ଷ୍ଟେସନକୁ ଆସି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେଠାରେ ସ୍ଥାନୀୟ ସାଂସଦ ଭାବେ ପ୍ରତାପ ଷଡ଼ଙ୍ଗୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ନବନିଯୁକ୍ତ ଜିଏମ୍ କହିଛନ୍ତି, ଆସନ୍ତା ୬ରୁ ୭ ମାସ ଭିତରେ ବାହାନଗା ରିଲେ ରୁମକୁ ଅତ୍ୟାଧୁନିକ କରିବା ପାଇଁ ପଦକ୍ଷେପ ନିଆଯିବ।  

Advertisment

ସେପଟେ ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡର ଆଜି ଥିଲା ପ୍ରଥମ ଦିନ। ଅଭିଯୁକ୍ତଙ୍କ ମୁହଁରୁ ସତ ଉଗାରୁଛନ୍ତି ସିବିଆଇ ଅଧିକାରୀ । ପ୍ରମାଣ ନଷ୍ଟ ପଛରେ କିଏ ? ସିଗ୍ନାଲିଂ ପାଇଁ ବ୍ୟବହାର କରାଯାଇଥିବା Electrical Lifting Barrier କେଉଁ ବରିଷ୍ଠ ଅଧିକାରୀଙ୍କ ତଦାରଖ ପରେ ଖଞ୍ଜାଯାଇଥିଲା ? ଏସବୁ ଦିଗକୁ ତଦନ୍ତର ଫୋକସରେ ରଖି ୩ ଜଣଙ୍କଠାରୁ ତଥ୍ୟ ଆଦାୟ କରୁଛି ସିବିଆଇ। ଇତିମଧ୍ୟରେ ସମନ ହୋଇଥିବା ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଜେରା ସରିଥିବାବେଳେ ନିଲମ୍ବିତ ଷ୍ଟେସନ ମାଷ୍ଟରଙ୍କ ସହ ଆଉ ୩ ଜଣଙ୍କୁ ସିବିଆଇ ସ୍କାନରରେ ରଖିଛି CRS ରିପୋର୍ଟ ଆଧାରରେ ଖୋଳତାଡ଼ ଜାରି ରହିଥିବାରୁ ଆଗକୁ ଗିରଫଦାରୀ ସଂଖ୍ୟା ବଢ଼ିବାର ସମ୍ଭାବନା ଥିବା କୁହାଯାଉଛି।  

ଇତିମଧ୍ୟରେ ବାହାନଗା ରେଳ ଦୁର୍ଘଟଣାକୁ ୪୦ ଦିନ ପୂରିଯାଇଥିବା ବେଳେ ଟ୍ରାଜେଡି ପଛର ସତ କେବେ ପ୍ରମାଣିତ ହେଉଛି, ତାକୁ ଅପେକ୍ଷା।

Advertisment

Train Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ