Advertisment

ଦୁର୍ବଳ ହେଲାଣି ଓଡ଼ିଶାର ନଦୀବନ୍ଧ ! ଛାନିଆ ହେଲେଣି ଉପକୂଳିଆ

ଦେବୀ, କୁଶଭଦ୍ରା ଓ ଭାର୍ଗବୀ ନଦୀର ବିଭିନ୍ନ ସ୍ଥାନରେ ବନ୍ଧ ଫାଟିଛି । ଦୁର୍ବଳ ନଦୀ ବନ୍ଧକୁ ନେଇ ଓଟିଭିର ଗ୍ରାଉଣ୍ଡ ରିପୋର୍ଟ ।

ଅଦ୍ୟତନ ହୋଇଛି
River Bank Of Odisha

River Bank Of Odisha

Advertisment

ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୁର୍ବଳ ହୋଇପଡିଛି ନଦୀ ବନ୍ଧ । ଆସନ୍ନ ବନ୍ୟା ପାଇଁ ନଦୀ ଉପକୂଳିଆ ଲୋକେ ଛାନିଆ। ପୁରୀ ଜିଲ୍ଲାରେ ଦେବୀ, କୁଶଭଦ୍ରା ଓ ଭାର୍ଗବୀ ନଦୀର ବିଭିନ୍ନ ସ୍ଥାନରେ କେଉଁଠି ବନ୍ଧ ଫାଟି ଆଁ କରିଛି ତ ଆଉ କେଉଁଠି ଫାଟିଥିବା ସ୍ଥାନକୁ ବାଲିରେ ଘୋଡାଇ ଦିଆଯାଇଛି ।

Advertisment

୨୦୨୨ ମସିହା ବନ୍ୟା ପରବର୍ତୀ ସମୟରେ ବନ୍ୟା ନିୟନ୍ତ୍ରଣ ପାଇଁ ଜଳସମ୍ପଦ ବିଭାଗ ଭାର୍ଗବୀ, କୁଶଭଦ୍ରା, ଦେବୀ ନଦୀ ସମେତ ଅନ୍ୟାନ୍ୟ ଛୋଟ ଛୋଟ ନଦୀର ବନ୍ଧ ସୁଦୃଢ଼ୀକରଣ ପାଇଁ ବନ୍ଧର ଉଚ୍ଚତା ବଢ଼ାଇଛି । ତାସହ କେଉଁଠି ବନ୍ଧରେ ପିଚୁ ରାସ୍ତା ନିର୍ମାଣ ହୋଇଛି, ତ ଆଉଁ କେଉଁଠି ମୋରମ ବିଛାଯାଇଛି । ହେଲେ ତରବରିଆ ଭାବେ ପିଚୁ ଓ ମୋରମ ବିଛା ଯିବା ଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ଧ ଫାଟି ଆଁ କରିଥିବା ଅଭିଯୋଗ ହୋଇଛି ।

ଅସ୍ତରଙ୍ଗ ଖଣ୍ଡାସାହିଠାରେ ଦେବୀ ନଦୀ ବନ୍ଧ ଉପରେ ପିଚୁରାସ୍ତା ଗତବର୍ଷରୁ ଦବି ଫାଟ ସୃଷ୍ଟି ହୋଇଛି। ମରାମତି ପରେ ବି ବନ୍ଧରେ ତିନି ଶହ ମିଟରରୁ ଅଧିକ ଲମ୍ବର ଫାଟ ଦେଖିବାକୁ ମିଳିଥିଲା। ଏହା ପରେ ଜଳ ସମ୍ପଦ ବିଭାଗ ଏହି ଫାଟ ଉପରେ ବାଲି ପକାଇ ଘୋଡାଇ ଦେଇଛି । ସେହିପରି ବଳଙ୍ଗାର ଦକ୍ଷିଣ ରାଡ଼ସଠାରେ ସୁଦୃଢ଼ୀକରଣ ହୋଇଥିବା ଭାର୍ଗବୀ ନଦୀ ବନ୍ଧରେ ୪ଶହ ମିଟରରୁ ଅଧିକ ଲମ୍ବର ଫାଟ ସୃଷ୍ଟି ହୋଇଛି । ଏପଟେ ଗୋପ ବେଣିପୁରଠାରେ କୁଶଭଦ୍ରା ନଦୀ ବନ୍ଧ ସୁଦୃଢ଼ୀକରଣ ପାଇଁ ନୂଆ ମାଟି ପଡିଥିବା ସ୍ଥାନକୁ ଲାଗି ପିଚୁ ରାସ୍ତା ଦବିଯାଇଛି ।

Advertisment

ବର୍ଷା ଦିନ ହୋଇଥିବାରୁ ଆସନ୍ନ ବନ୍ୟା ପାଇଁ ନଦୀକୂଳିଆ ଲୋକେ ଧନଜୀବନ ହାନି ଭୟରେ ଛାନିଆ ରହୁଛନ୍ତି। ଜଳସମ୍ପଦ ବିଭାଗର କାର୍ଯ୍ୟ ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏପଟେ ବନ୍ଧ ଉପରେ ଭାରିଯାନ ଯାତାୟତ ପାଇଁ ବନ୍ଧ ଫାଟୁଥିବା ନିମାପଡା ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି । ତେବେ ବେଳ ଥାଉ ଥାଉ ଦୁର୍ବଳ ନଦୀବନ୍ଧ ଉପରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Odisha River
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ