• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶତାଦ୍ଦୀର ସଂକ୍ରମଣ ଆସିଲା, ସାରା ବିଶ୍ୱ ଉପରେ ନିଜର ପ୍ରଭାବ ପକାଇ ମୃତ୍ୟୁର ତାଣ୍ଡବ ରଚିଲା । ପିଲା ବୁଢା, ଭେଣ୍ଡିଆ କେହି ବି ବର୍ତ୍ତିପାରିଲେନି ମହାମାରୀ କରୋନା କବଳରୁ । ଆଖି ପିଛୁଳାକେ ଜଣଙ୍କ ପରେ ଜଣଙ୍କ ଜୀବନ ଦୀପ ଲିଭିଗଲା । ଅକାଳରେ ଶହ ଶହ ଜୀବନ ନେଇଲା ଯମ ଦୂତ ରୁପରେ ଆସିଥିବା କରୋନା । ଏବେ କରୋନାର କୋପ ସାମାନ୍ୟ କମିଛି, କିନ୍ତୁ ଆଜି ବି ନିଜ ଉପସ୍ଥିତି ଜାହିର ରଖିଛି ମହାମାରୀ । ଏବେ ବି ଏମିତି କିଛି ଚିତ୍ର ଆମ ସାମ୍ନାକୁ ଚାଲି ଆସୁଛି ଯାହା କରୋନା କାଳର କଳା ମୁହୁର୍ତ୍ତକୁ ମନେ ପକା ଦେଉଛି । ଯାହା କେବଳ ଯନ୍ତ୍ରଣା ଓ କେବଳ ଯନ୍ତ୍ରଣା ହିଁ ଦେଉଛି । ହେଲେ ଏବେ ସୁନ୍ଦରଗଡ଼ରୁ ଏକ ଖୁସି ଖବର ଆସିଛି । ନିଜର ଲୋକ ପର ହୋଯାଉଥିବା ବେଳେ ପର ଲୋକ ଆପଣାର ହୋଇଯାଇଛନ୍ତି । ମୃତକଙ୍କ ସମ୍ପର୍କୀୟମାନେ ସେମାନଙ୍କ ଦିବଂଗତ ଆତ୍ମୀୟଙ୍କ ଅସ୍ଥି ନେବାକୁ ନ ଆସିବାରୁ ମଶାଣି ବନ୍ଧୁମାନେ ସମ୍ମାନ ପୂର୍ବକୁ ପ୍ରୟାଗରାଜରେ ବିଜର୍ସନ କରିବାକୁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।

ସୁନ୍ଦରଗଡ଼ର ଏକ ଶ୍ମଶାନର ଏଭଳି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି । କରୋନାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଅସ୍ଥିକୁ ହିନ୍ଦୁ ରୀତି ଅନୁସାରେ ବ୍ରାହ୍ମଣ ମନ୍ତ୍ରରେ ପୂଜାପାଠ କରାଯାଇଛି । ଆଉ ସବୁ ଅସ୍ଥିକୁ ନେଇ ପ୍ରୟାଗରାଜ ଯିବେ ମଶାଣି ବନ୍ଧୁ । ପବିତ୍ର ନଦୀରେ ଏସବୁକୁ ବିସର୍ଜନ କରି ଦିବଗଂତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିବେ ।

ବୈଶ୍ୱିକ ମହାମାରୀ କରୋନା କାଳରେ କୋଭିଡ୍ ମୃତକଙ୍କ ଶବକୁ ପରିବାର ଲୋକଙ୍କ ପାଇଁ ବାରଣ ଥିଲା । ନିଜ ପ୍ରିୟ ଆତ୍ମୀୟଙ୍କ ବିୟୋଗ ପରେ ଶେଷ ଦର୍ଶନର ସୁଯୋଗ ବି ଅନେକଙ୍କୁ ମିଳିନଥିଲା । କିନ୍ତୁ ଦୁର୍ଭାଗ୍ୟ ସୁନ୍ଦରଗଡ଼ ଅଞ୍ଚଳରେ କୋଭିଡ୍ ରେ ପ୍ରାଣ ହରାଇଥିଲେ ଅନେକ । ସେମାନଙ୍କ ମଧ୍ୟରୁ ୬୦ ଜଣଙ୍କ ଶବ ସଂସ୍କାର କରିଥିଲେ ମଣାଶି ବନ୍ଧୁ । ନା ଥିଲା ଉଚ୍ଚନିତ, ଜାତି ଅଜାତିର ବାଛ ବିଚାର । ଅଲୋଡା ଶବକୁ ବି ଦାହ କରିଥିଲେ ଏମାନେ ।

କିନ୍ତୁ ମାତ୍ର ୯ ଜଣ ମୃତକଙ୍କ ସମ୍ପର୍କୀୟ ସେମାନଙ୍କ ଆତ୍ମୀୟଙ୍କ ଆତ୍ମାର ଶାନ୍ତି ପାଇଁ ଅସ୍ଥି ନେଇଯାଇଥିବା ବେଳେ ଆଜି ବି ଅଲୋଡା ହୋଇ ରହିଛି ୫୧ ଜଣଙ୍କ ଅସ୍ଥି । ଆତ୍ମୀୟ ଅସ୍ଥି ବିସର୍ଜନ ପ୍ରତି ଆଗ୍ରହ ପ୍ରକାଶ ନ କରିବାରୁ ଏବେ ଏହି ମଶାଣି ବନ୍ଧୁମାନେ ହିଁ ଏହି ଅସ୍ଥି ବିସର୍ଜନ ପାଇଁ ଆଗେଇ ଆସିଛନ୍ତି ।

ମହାମାରୀ କରୋନା ପରଠାରୁ ଦୁନିଆ ଏବେ ଭିନ୍ନ ଏକ ସମୟ ଦେଇ ଗତି କରୁଛି । କିଏ ପର ଆଉ କିଏ ଆପଣାର ସମୟ ସଭିଙ୍କ ଅସଲ ରୂପ ଦେଖାଇ ଦେଉଛି । ଆଉ କିଛି ଭଲ ମଣିଷଙ୍କ ପ୍ରେରଣାଦାୟୀ କାହାଣୀ ବି ଆମ ସମାଜରେ ଭାଇଚାରାର ବାର୍ତ୍ତା ବାଣ୍ଟୁଛି ।

(ରିପୋର୍ଟ- ବିଜୟ ବରୁଆ, ସୁନ୍ଦରଗଡ଼)