Advertisment

ଡ୍ରାଇଭର ସଂଘର ଚେତାବନୀ ! ସରକାରଙ୍କ ପାଇଁ ଦେଲେ ଡେଡ୍‌ଲାଇନ୍‌

‘ବାରମ୍ବାର ବୋର୍ଡ ଗଠନ ଦାବି ସତ୍ତ୍ୱେ ସମୟ ଗଡ଼ାଉଛନ୍ତି ସରକାର’ । ‘ବୀମା ପାଇଁ ସରକାର କହିଥିଲେ ବି ବୋର୍ଡ ନଥିବାରୁ କାମରେ ଲାଗୁନି’

ଅଦ୍ୟତନ ହୋଇଛି
Driver Association

Driver Association

Advertisment

ଦାବି ପୂରଣ ପାଇଁ ସରକାରଙ୍କୁ ୩୦ ତାରିଖ ପର୍ଯ୍ୟନ୍ତ ମହଲତ ଦେଇଛି ଓଡ଼ିଶା ଡ୍ରାଇଭର ମହାସଂଘ । ବାରମ୍ବାର ବୋର୍ଡ ଗଠନ ପାଇଁ ଦାବି ହୋଇଥିଲେ ବି ସରକାର ଦିନ ଗଡ଼ାଇ ଚାଲିଛନ୍ତି। ତେଣୁ ଏଥର ଚରମ ପଦକ୍ଷେପ ନେବାକୁ ଡ୍ରାଇଭର ମହାସଂଘ ଚେତାବନୀ ଦେଇଛି । ଆସନ୍ତା ୩୦ ତାରିଖ ଭିତରେ ସରକାର ଦେଇଥିବା ପ୍ରତିଶ୍ରୁତି ମୁତାବକ ବୋର୍ଡ଼ ଗଠନ ନହେଲେ ମହାସଂଘ ଯେଉଁ ପଦକ୍ଷେପ ନେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ପ୍ରେସମିଟ୍ କରି ସଂଘ ଚେତାବନୀ ଦେଇଛି।

Advertisment

ଡ୍ରାଇଭରମାନେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବା ବେଳେ ଲିଖିତ ପ୍ରତିଶ୍ରୁତି ମିଳିଥିଲା, କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ । ଗୋଟେ ମାସ ମଧ୍ୟରେ ପ୍ରାୟ ୪୫ ଜଣ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ହେଲେ ଯେଉଁ ବୀମା ପାଇଁ ସରକାର ଘୋଷଣା କରିଥିଲେ, ବୋର୍ଡ ନଥିବା କାରଣରୁ କିଛି ବି କାମ ହେଉନାହିଁ । ତେଣୁ ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ସରକାରଙ୍କୁ ସମୟ ଦେଇଛି ସଂଘ। ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କାହାରି ପ୍ରତିକ୍ରିୟା ମିଳିପାରିନାହିଁ।

Driver Association
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ