Advertisment

ଡାକ୍ତରଙ୍କୁ ଚାପ ମୁକ୍ତ କରିବାକୁ ବିଦେଶ ବୁଲାଉଛନ୍ତି ରାଜ୍ୟ ସରକାର !

ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ବାବୁ ବି ଟୁରରେ ସାମିଲ । ରାଜ୍ୟ ତହବିଲରୁ ଖର୍ଚ୍ଚକୁ ନେଇ ଉଠିଲା ଆପତ୍ତି ।

undefined

Doctors Tour

Advertisment

ସରକାରୀ ଖର୍ଚ୍ଚରେ ବିଦେଶ ବୁଲୁଛନ୍ତି ସରକାରୀ ଡାକ୍ତର। ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ବି ଯାଉଛନ୍ତି ଫରେନ୍ ଟୁର୍‌ରେ। ସେଥିପାଇଁ କୋଟି କୋଟି ଖର୍ଚ୍ଚ କରୁଛନ୍ତି ସରକାର। ଖାଲି ବିଦେଶ ନୁହେଁ ବାହାର ରାଜ୍ୟର ବିଭିନ୍ନ ଆଶ୍ରମକୁ ଯାଇ ଶିଖୁଛନ୍ତି ଚାପମୁକ୍ତ ରହିବାର କୌଶଳ। ଡାକ୍ତର ଏବଂ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ଦକ୍ଷତା ବିକାଶ ସହ ସେମାନଙ୍କୁ ଚାପମୁକ୍ତ ରଖିବାକୁ ଏହି କାର୍ଯ୍ୟକ୍ରମ ହାତକୁ ନେଇଛି ସ୍ୱାସ୍ଥ୍ୟ ବିଭାଗ।

Advertisment

ସ୍ୱାସ୍ଥ୍ୟ ବିଭାଗର ଏଇ ଚିଠି ଦଖିଲେ ଏହା ସ୍ପଷ୍ଟ ଜଣାପଡ଼ୁଛି । ୨୦ ଜଣ ଡାକ୍ତରଙ୍କୁ ଦୁବାଇ ପଠାଇବା ଲାଗି ପରିବହନ ବିଭାଗକୁ ଫ୍ଲାଇଟ ଟିକେଟ ବୁକ୍ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ସ୍ୱାସ୍ଥ୍ୟ ସଚିବ। ଅକ୍ଟୋବର ୩୦ରୁ ନଭେମ୍ୱର ୩, ପାଞ୍ଚ ଦିନିଆ ଏକ୍ସପୋଜର ଭିଜିଟରେ ଯିବେ ଡାକ୍ତରମାନେ। ଖାଲି ଦୁବାଇ ନୁହେଁ, ଆସନ୍ତାକାଲିଠୁ ଅକ୍ଟୋବର ୭ ଯାଏଁ ସିଙ୍ଗାପୁର ଗସ୍ତରେ ଯିବେ, ୩୦ ଡାକ୍ତର ଓ ଅଧିକାରୀ। ଏହା ପୂର୍ବରୁ ତାମିଲନାଡୁ କୋଏମ୍ବାଟୁରସ୍ଥିତ ଇଷ୍ଟ ଇସା ଆଶ୍ରମକୁ ୪୦ ଜଣଙ୍କୁ ଦୁଇଟି ବ୍ୟାଚରେ ସେପ୍ଟେମ୍ୱର ୧୪ରେ ପଠାଇଥିଲେ ସରକାର।

ସେହିପରି ରାଜସ୍ଥାନ ମାଉଣ୍ଟ ଆବୁ ସ୍ଥିତ ବ୍ରହ୍ମାକୁମାରୀ ଆଶ୍ରମରେ ଦକ୍ଷତା ବିକାଶ ଓ ଚାପ ମୁକ୍ତ ପ୍ରଶିକ୍ଷିଣ ଶିବିରରେ ଯୋଗ ଦେଇଥିଲେ ୨୫ ଜଣ ଡାକ୍ତର। ଏ ଦୁଇ ରାଜ୍ୟ ବାଦ୍ ମହାରାଷ୍ଟ୍ର ଏବଂ କେରଳର ଦୁଇ ଆଶ୍ରମକୁ ଡାକ୍ତରଙ୍କୁ ପଠାଇବାକୁ ସ୍ଥିର କରିଛି ସ୍ୱାସ୍ଥ୍ୟ ବିଭାଗ। ବିଦେଶ ଯାଇଥିବା ଡାକ୍ତରଙ୍କ କହିବା କଥା ରାଜ୍ୟରେ ଅଧିକାଂଶ ଡାକ୍ତର ପଦବୀ ପୂରଣ ହେଉନଥିବାରୁ ଚାପ ପଡୁଛି, ଦିନକୁ ୧୮ରୁ ୨୦ ଘଣ୍ଟା କାମ କରିବାକୁ ପଡୁଛି। ତେଣୁ ଏମିତି କାର୍ଯ୍ୟକ୍ରମ ହେବା ଆବଶ୍ୟକ। 

Advertisment

ପ୍ରଶ୍ନ ଉଠୁଛି, କାହିଁକି ଖାଲି ପଡିଥିବା ଡାକ୍ତର ପଦବି ପୂରଣ ନକରି, ଚାପ ମୁକ୍ତ କରିବାକୁ ଡାକ୍ତରଙ୍କ ବିଦେଶ ବୁଲାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର? କେଉଁ ଆଧାରରେ ଡାକ୍ତର ଏବଂ ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଉଛି ? ଚାପଗ୍ରସ୍ତ ବୋଲି କେମିତି ଦର୍ଶାଉଛନ୍ତି? ଏଥିପାଇଁ ଆବଶ୍ୟକ ମେଡିକାଲ ପ୍ରମାଣପତ୍ର ଦେଖାଯାଉଛି କି ନାହିଁ ?

ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମତରେ ସରକାରୀ ଅଧିକାରୀଙ୍କର ଲିଭ୍ ଟ୍ରାଭେଲ କନ୍ସେସନ ରହିଥିବେ ବେଳେ ରାଜ୍ୟ ତହବିଲରୁ ଖର୍ଚ୍ଚ କରିବା ଠିକ୍ ନୁହେଁ । ଅନ୍ୟପଟେ ଏଭଳି ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି ପୋଲିସ ସଂଘ । ରାଜ୍ୟରେ ପୋଲିସ ସବୁଠୁ ଚାପଗ୍ରସ୍ତ, ତେଣୁ ସେମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବାକୁ ଦାବି କରିଛନ୍ତି ପୋଲିସ ଅଧିକାରୀ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ