Astrospeak
  • Live TV
  • Read In English

ନକ୍ସଲ ମୁକାବିଲା ପାଇଁ କେନ୍ଦ୍ରକୁ ହେଲିକପ୍ଟର ମାଗିଲା ଓଡ଼ିଶା

ପୂର୍ବରୁ ରାଜ୍ୟର ୨୧ ଜିଲ୍ଲାରେ ନକ୍ସଲଙ୍କ ପ୍ରଭାବ ଥିବା ବେଳେ ଏବେ ଏହା ୧୦ ଜିଲ୍ଲାରେ ସୀମିତ ରହିଛି ବୋଲି କହିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

Helicopter
Helicopter

ନକ୍ସଲ ମୁକାବିଲା ପାଇଁ କେନ୍ଦ୍ରକୁ ହେଲିକପଟର ମାଗିଲା ଓଡ଼ିଶା । ନକ୍ସଲ ଦମନ ପାଇଁ ହେଲିକପଟରର ଆବଶ୍ୟକତା ଥିବା କେନ୍ଦ୍ରରେ ଦାବି ରଖିଛି ଓଡିଶା । ଏହା ସହିତ ମାଓ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ ମୋବାଇଲ ଟାୱାର ସ୍ଥାପନ କରିବାକୁ ମଧ୍ୟ ଦାବି ରଖାଯାଇଛି । ଦିଲ୍ଲୀରେ ହୋଇଥିବା ବୈଠକରେ ଓଡ଼ିଶା ପକ୍ଷରୁ ଯୋଗ ଦେଇଥିଲେ ମନ୍ତ୍ରୀ ବିକ୍ରମ ଆରୁଖ, ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା । ଓଡ଼ିଶା ସମେତ ନକ୍ସଲ ପ୍ରଭାବିତ ୧୦ ରାଜ୍ୟର ପ୍ରତିନିଧି ଏହି ବୈଠକରେ ଯୋଗ ଦେଇଥିଲେ । ପୂର୍ବରୁ ରାଜ୍ୟର ୨୧ ଜିଲ୍ଲାରେ ନକ୍ସଲଙ୍କ ପ୍ରଭାବ ଥିବା ବେଳେ ଏବେ ଏହା ୧୦ ଜିଲ୍ଲାରେ ସୀମିତ ରହିଛି ବୋଲି କହିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ଓଡିଶା ସମେତ ବିହାର, ମହାରାଷ୍ଟ୍ର, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ, ଛତିଶଗଡ, ପଶ୍ଚିମବଙ୍ଗ ଓ କେରଳର ମୁଖ୍ୟମନ୍ତ୍ରୀ ଓ ପ୍ରମୁଖ ସଚିବ ସାମିଲ ହୋଇଥିଲେ । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ, ଗୁଇନ୍ଦା ଡିଜି, NIA ଡିଜି, BSF, CRPF ଏବଂ NSG ମୁଖ୍ୟ ଏଥିରେ ସାମିଲ ହୋଇଛନ୍ତି ।