Advertisment

ରଖିବାକୁ ନିର୍ଦେଶ ଦିଆନଯିବା ପର୍ଯ୍ୟନ୍ତ ରହିବନି କୌଣସି ଟ୍ରେନ୍

‘ରିଲେ ପ୍ୟାନେଲ୍ ସିଲ୍ ହୋଇଥିବାରୁ କୌଣସି ଟ୍ରେନ୍ ରହିବନି’ ।

Bahanaga Train Train Tragedy

Bahanaga Train Train Tragedy

Advertisment

ବାହାନଗା ବଜାର ଷ୍ଟେସନରେ ଏବେ ରହିବନି କୌଣସି ଟ୍ରେନ୍ । ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ସେଠାରେ କୌଣସି ଟ୍ରେନ୍ ରହିବନି ବୋଲି କୁହାଯାଇଛି । ତଦନ୍ତ ଚାଲିଥିବାରୁ କୌଣସି ଟ୍ରେନ୍ ସେଠାରେ ଅଟକିବନି ବୋଲି ନିର୍ଦେଶ ଦିଆଯାଇଛି । ପାସେଞ୍ଜର, ମେମୁ କିମ୍ବା କୌଣସି ମାଲବାହୀ ଟ୍ରେନ୍ ସେଠାରେ ଅଟକିବନି । ଦକ୍ଷିଣ ପୂର୍ବ ରେଳପଥ ସିପିଆର୍‌ଓ ଆଦିତ୍ୟ ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି । ‘ରିଲେ ପ୍ୟାନେଲ୍ ସିଲ୍ ହୋଇଥିବାରୁ କୌଣସି ଟ୍ରେନ୍ ରହିବନି’ ।

Advertisment

ଜୁନ୍ ୨ ତାରିଖରେ ବାହାନଗା ରେଳ ଷ୍ଟେସନରେ ଘଟିଥିଲା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା । ଗୋଟିଏ ନୁହେଁ, ଏକାଥରକେ ୩ଟି ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଏଥିରେ ୨୮୮ ଜଣଙ୍କ ପ୍ରାଣ ଯାଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଏହି ଦୁର୍ଘଟଣା ପରେ ଏବେ ବି ବାହାନଗାରେ ସ୍ଥିତି ଭୟଙ୍କର ରହିଛି । ଲୋକେ ଭୟରେ ଦିନ କାଟୁଛନ୍ତି । ଟ୍ରେନ୍‌ ଚଳାଚଳ ସ୍ୱାଭାବିକ୍ ହୋଇଥିଲେ ମଧ୍ୟ ପାରିପାର୍ଶ୍ୱିକ ସ୍ଥିତି ଏବେ ବି ସେଇ ଦିନର କଥା ସବୁ ମନେ ପକାଇ ଦେଉଛି ।

ଯେତେ ଶବ ସେତେ କାହାଣୀ ସାମ୍ନାକୁ ଆସୁଛି । ବଖାଣିବାବେଳେ କୋହ ଲୁଚୁନି । ସେମିତି ଏକ କାହାଣୀ ହେଉଛି ରେଜେଶଙ୍କର । ଘଟଣା ଦିନ ରାଜେଶ ବାଲେଶ୍ୱରରୁ ମିଟିଂ ସାରି କରମଣ୍ଡଳରେ ଫେରୁଥିଲେ, ଭୋକ ଲାଗୁଥିବା ଫୋନ୍‌ରେ କହିବାରୁ ଖାଇବା ଧରି ଭଦ୍ରକ ଷ୍ଟେସନରେ ଅପେକ୍ଷା କରିଥିଲେ ପତ୍ନୀ ଶୁଭଶ୍ରୀ। ଆଉ ମାତ୍ର କିଛି ସମୟ ପରେ ଦୁହେଁ ସେଠୁ ସାଙ୍ଗ ହୋଇ ସାବରଙ୍ଗ ଯାଇଥାନ୍ତେ । ହେଲେ ବିଧିର ବିଧାନ ଥିଲା ଅଲଗା, ଖବର ଆସିଲା ଦୁର୍ଘଟଣାଗ୍ରସ୍ତ ହୋଇଛି କରମଣ୍ଡଳ ଏକ୍ସପ୍ରେସ୍। ଶୁଭଶ୍ରୀ ଫୋନ୍ କରି କରି ବ୍ୟସ୍ତ, କିନ୍ତୁ ଉଠାଉନଥିଲେ ରାଜେଶ । ଶାଶୁ ଘର ଲୋକଙ୍କୁ ଜଣାଇବାରୁ, ବଢ଼ିଥିଲା ଚିନ୍ତା ।

Advertisment

ଏଣେ ଭାଇ କଥା ଜାଣିବାକୁ ଭଉଣୀ ରଂଜିତା ବାରମ୍ବାର କଲ୍ କରୁଥିଲେ, ଦୀର୍ଘ ସମୟ ପରେ ରାଜେଶଙ୍କ ଫୋନ୍ ଉଠାଇଥିଲେ ଜଣେ ଅଜଣା ବ୍ୟକ୍ତି। ଯାହା କହିଲେ, ସେଥିରେ ସମସ୍ତଙ୍କ ହୋସ୍ ଉଡ଼ିଗଲା । ଫୋନ୍ ପାଖରେ ପଡ଼ିଥିବା ବ୍ୟକ୍ତି ଜୀବୀତ ନାହାନ୍ତି ବୋଲି ଶୁଣିବା ପରେ ରାଜେଶଙ୍କ ପରିବାର ଲୋକେ ବାହାନଗାରୁ ବାଲେଶ୍ୱର ଯାଏଁ ରାଜେଶଙ୍କୁ ଖୋଜି ବୁଲିଥିଲେ। ଶେଷରେ ରାତି ୨ଟାରେ ବାହାନଗା ମେଡିକାଲ ପାଖରେ ଏକ ଶବ ଗଦାରୁ ପିନ୍ଧିଥିବା ପୋଷାକରୁ ରାଜେଶଙ୍କୁ ଚିହ୍ନି ବେହୋସ ହୋଇଯାଇଥିଲେ ବଡ଼ ଭାଇ ମାନସ । ଏଣେ ରାଜେଶଙ୍କ ବିଧବା ପତ୍ନୀ ଶୁଭଶ୍ରୀ ସେବେଠୁ ନିସ୍ତବ୍ଧ ଓ ନିର୍ବାକ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ