Advertisment

ଏମିତି ଆମ ସ୍ୱାସ୍ଥ୍ୟସେବା, ଏମିତି ଆମ ବିକାଶ..! ଆସିପାରିଲାନି ଆମ୍ବୁଲାନ୍ସ, ଜୀବନ ହାରିଲେ ଗର୍ଭବତୀ...

ଆମ୍ବୁଲାନ୍ସ ଆସିନପାରିବାରୁ ହସପିଟାଲ ପହଞ୍ଚିବାରେ ଡେରି । ହସପିଟାଲ ନେବା ବାଟରେ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ ।

ଅଦ୍ୟତନ ହୋଇଛି
Ambulance

Ambulance

Advertisment

ଏମିତି ଆମ ସ୍ୱାସ୍ଥ୍ୟସେବା । ଏମିତି ଆମ ରାଜ୍ୟର ହୋଇଛି ବିକାଶ । ସରକାର ନିଜର ବାହାବାହା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯେତେ ଡିଣ୍ତିମ ପିଟିଲେ ବି ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । ଓଡ଼ିଶାବାସୀଙ୍କୁ ଗୋଲାପି ଚିତ୍ର ଦେଖାଇ ସରକାର ଯେତେ ବାହାବାହା ସାଉଣ୍ଟୁଥିଲେ ବି ଏମିତି କିଛି ଘଟଣା ପାଇଁ ସବୁ କିଛି ଫସରଫାଟିଯାଉଛି ।

Advertisment

ସରକାର ଗରିବଙ୍କ ପାଇଁ ମାଗଣା ଚିକିତ୍ସା ସେବା ଯୋଗାଉଛନ୍ତି ବା ମାଗଣା ଆମ୍ବୁଲାନ୍ସ ଯୋଗାଉଛନ୍ତି ବୋଲି କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଜ୍ଞାପନ ଛାପୁଛନ୍ତି, ବଡ଼ ବଡ଼ ହୋର୍ଡିଂ ମାରୁଛନ୍ତି । ହେଲେ ବାସ୍ତବରେ କେମିତି ହେଉଛି ରୋଗୀସେବା ତାହା ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହେବେ । ସ୍ୱାଧିନତାକୁ ୭୫ ବର୍ଷ ପୁରିଲାଣି, ହେଲେ ଏବେ ବି ଅନେକ ଗାଁ ରହିଛି ଯେଉଁଠିକୁ ରାସ୍ତାଟିଏ ନାହିଁ । ଆଉ ସେହି ରାସ୍ତା ନଥିବାରୁ ଜରୁରୀକାଳିନ ପରିସ୍ଥିତିରେ ଆମ୍ବୁଲାନ୍ସଟିଏ ବି ପହଞ୍ଚିପାରୁନି । କିମ୍ବା ମୋବାଇଲ ଭ୍ୟାନ୍‌ ବି ଯାଇପାରୁନି । ଯାହାଫଳରେ ଅକାରଣେ ଯାଉଛି ଜୀବନ ।

ଠିକ୍‌ ଏମିତି ଏକ ଘଟଣା ପୁଣି ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲରୁ । ରାସ୍ତା ପାଇଁ ଗର୍ଭବତୀଙ୍କ ଜୀବନ ଗଲା। ରାସ୍ତା ନ ଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ପ୍ରଥମେ ଖଟିଆରେ ଗୋଟିଏ ହସପିଟାଲକୁ ନେବା ପରେ ପରେ ଅବସ୍ଥା ଗୁରୁତର ହେବାରୁ ଆଉ ଏକ ହସପିଟାଲକୁ ନେବାକୁ ପଡ଼ିଥିଲା। ଏଥିରେ ଗର୍ଭବତୀଙ୍କ ସ୍ୱାସ୍ଥ୍ୟବସ୍ଥା ଆହୁରି ବିଗିଡ଼ି ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ହେଉଛି କନ୍ଧମାଳ ଜଲ୍ଲା କୋଟଗଡ଼ ବ୍ଲକ ଗୁମୁରମାହା ପଞ୍ଚାୟତର ମ୍ଲାଉଗୁଡ଼ାର।

Advertisment

ଗର୍ଭଯନ୍ତ୍ରଣା ହେବାରୁ କାନ୍ତି ସୁକାମାଝୀଙ୍କୁ ଖଟିଆରେ ପ୍ରଥମେ ଯୁଡ଼ାବାଲିକୁ ନିଆଯାଇଥିଲା। ସେଠାରୁ ଆମ୍ବୁଲାନ୍ସରେ କୋଟଗଡ଼ ହସପିଟାଲକୁ ନିଆଯାଇଥିଲା। କିନ୍ତୁ ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲିଗୁଡ଼ା ନେବା ବାଟରେ ତୁମୁଡ଼ିବନ୍ଧରେ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହା ପରେ କୋଟଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଛି।

ତେବେ ଏଭଳି ଗୋଟିଏ ଗୋଟିଏ ଘଟଣା ସାମ୍ନାକୁ ଆସିଲେ, କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର ଛିଡ଼ା କରିଥିବା ନିଜର ସ୍ୱଚ୍ଛ ଭାବମୂର୍ତ୍ତୀ ଘର, ତାସ୍‌ର ଘର ଭଳି କ୍ଷଣିକରେ ଭୁଶୁଡ଼ିଯାଉଛି । 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ