Advertisment

ସ୍ୱୀକାର କଲେ ମନ୍ତ୍ରୀ, ଭିତ୍ତିଭୂମି ଅଭାବରୁ ଉପୁଜୁଛି ବିଦ୍ୟୁତ୍ ସମସ୍ୟା

ରାଜ୍ୟରେ ପାୱାର କଟ୍ ହେଉନାହିଁ। ପବନ ହେଲେ ବିଦ୍ୟୁତ କାଟ କରାଯାଉଛି ବୋଲି ପୁଣି ଥରେ ଦୋହରାଇଛନ୍ତି ମନ୍ତ୍ରୀ।

Pratap Dev On Power Cut

Pratap Dev On Power Cut

Advertisment

ରାଜ୍ୟରେ ଭିତ୍ତିଭୂମି ଅଭାବରୁ ଉପୁଜୁଛି ବିଦ୍ୟୁତ୍ ସମସ୍ୟା । ଏକଥାକୁ ସ୍ୱୀକାର କରିଛନ୍ତି ଖୋଦ ଶକ୍ତିମନ୍ତ୍ରୀ ପ୍ରତାପ ଦେବ। ରାଜ୍ୟରେ ପାୱାର ସର୍ଟେଜ୍ ନଥିବା ବେଳେ ଭିତ୍ତିଭୂମି ଅଭାବରୁ ଉପଭୋକ୍ତାମାନେ ଅନେକ କ୍ଷେତ୍ରରେ ପାୱାର ସପ୍ଲାଇରୁ ବଞ୍ଚିତ ହେଉଛନ୍ତି। ଉପଭୋକ୍ତାମାନେ ଯେଉଁ ହାରରେ ବିଦ୍ୟୁତ୍ ବ୍ୟବହାର କରୁଛନ୍ତି, ଭିତ୍ତିଭୂମି ସୁଦୃଢ଼ ନଥିବାରୁ ଅନେକ କ୍ଷେତ୍ରରେ ଟ୍ରାନ୍ସଫର୍ମର ପୋଡ଼ିଯିବା ଭଳି ସମସ୍ୟା ଉପୁଜୁଛି ବୋଲି ମନ୍ତ୍ରୀ କହିଛନ୍ତି । ତେବେ ରାଜ୍ୟରେ ପାୱାର କଟ୍ ହେଉନାହିଁ। ପବନ ହେଲେ ବିଦ୍ୟୁତ କାଟ କରାଯାଉଛି ବୋଲି ପୁଣି ଥରେ ଦୋହରାଇଛନ୍ତି ମନ୍ତ୍ରୀ । 

Advertisment

ଅନ୍ୟପଟେ ଗୋଟେ କାଳବୈଶାଖୀରେ ଯଦି ରାଜଧାନୀରେ ବିଦ୍ୟୁତ୍ ସେବାର ସ୍ଥିତି ଏମିତି ତାହାଲେ ଯଦି ବାତ୍ୟା ଆସେ ସ୍ଥିତି କଣ ହେବ ? ଗୁରୁବାର ଅପରାହ୍ନରୁ ରାତି ତମାମ କିଟିମିଟି ଅନ୍ଧାର ସାଙ୍ଗକୁ ଅସହ୍ୟ ଗରମରେ ଭୁବନେଶ୍ୱରବାସୀ ଛଟପଟ ହେବା ପରେ ଖୋଦ୍ ମୁଖ୍ୟ ଶାସନ ସଚିବ ଟାଟା ପାୱାରକୁ ଏଭଳି ଟ୍ୱିଟ୍ କରି ତାଗିଦ୍ କରିଛନ୍ତି । ତେଣେ ଉପଭୋକ୍ତମାନେ ବି ପ୍ରବଳ ଅସନ୍ତୋଷ ଝାଡ଼ିଥିବାବେଳେ ରାଜନୈତିକ ବୟାନବାଜି ତେଜିଛି । ହେଲେ ଟାଟା ପାୱାର ସିଇଓ ଏଥିପାଇଁ ସବୁ ଦୋଷ କାଳବୈଶାଖୀ ଉପରେ ଲଦି ଦେଇଛନ୍ତି ।

ନିଇତି ଲୋକେ ଅଭିଯୋଗ କରୁଥିଲେ । ଆଉ ଏବେ ସିଧା ମୁଖ୍ୟ ଶାସନ ସଚିବ ବି ଅସନ୍ତୋଷ ଝାଡ଼ିଲେ । ଟ୍ୱିଟ୍‌ରେ ସଫା ସଫା ଟାଟା ପାୱାରକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଶୁଣାଇ ଦେଇଛନ୍ତି କାଳବୈଶାଖୀରେ ବେହାଲ୍ ଭୁବନେଶ୍ୱରରେ ଶୀଘ୍ର ସଜାଡ଼ ବିଦ୍ୟୁତ୍ ବ୍ୟବସ୍ଥା। ସମାନ୍ୟ ଗୋଟିଏ କାଳବୈଶାଖୀ ପରେ ଯେମିତି ଢଙ୍ଗରେ ଧିମା କାମ ଚାଲିଛି, ଚିନ୍ତା କର, ବାତ୍ୟା ଆସିଲେ କଣ ପରିସ୍ଥିତି ହେବ ? ଏମିତି ମନ୍ଥର ଗତିରେ କାମ ଚାଲିଲେ ଲୋକେ ଜମା ପ୍ରଂଶସା କରିବେନି ବୋଲି ମୁଖ୍ୟ ଶାସନ ସଚିବ ଚେତେଇଦେବା ସହ ଚଟାପଟ୍ ବିଦ୍ୟୁତ୍ ବ୍ୟବସ୍ଥା ସ୍ୱାଭାବିକ କରିବାକୁ ଟାଟା ପୱାର ସିଇଓଙ୍କୁ ତାଗିଦ୍ ବି କରିଥିଲେ ।

Advertisment

Odisha Politics Power Cut
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ