Advertisment

ନବୋଦୟ ସ୍କୁଲ ହଷ୍ଟେଲ ଖାଦ୍ୟ ବିଷାକ୍ତ ! ୮୦ ଛାତ୍ରଛାତ୍ରୀ ଅସୁସ୍ଥ

ଗତ ୧୦ ତାରିଖ ରାତି ଭୋଜନରେ ଭାତ, ରୁଟି, ଡାଲି, ତରକାରୀ ସହ କ୍ଷିରୀ ଖାଇଥିଲେ ଛାତ୍ରଛାତ୍ରୀ ।

ଅଦ୍ୟତନ ହୋଇଛି
Nabodaya School

Nabodaya School

Advertisment

ସମ୍ବଲପୁର ଗୋଶାଳା ଠାରେ ଥିବା ନବୋଦୟ ବିଦ୍ୟାଳୟରେ ଝାଡା ବାନ୍ତିରେ ପ୍ରାୟ ୮୦ ଛାତ୍ରଛାତ୍ରୀ ଅସୁସ୍ଥ । ଗତକାଲି ଖାଇ ସାରିବା ପରେ, କିଛି ପିଲାଙ୍କଠାରେ ବାନ୍ତି ଲକ୍ଷଣ ଦେଖା ଦେଇଥିବା ବେଳେ ଆଉ କିଛି ପିଲାଙ୍କର ହଠାତ ଝାଡ଼ା ହୋଇଥିଲା । ସ୍କୁଲ ଅଧ୍ୟକ୍ଷଙ୍କ ସୂଚନା ଅନୁସାରେ ପ୍ରଥମେ ସ୍କୁଲର ନର୍ସଙ୍କ ପକ୍ଷରୁ ପ୍ରାଥମିକ ଚିକିତ୍ସା ଓ ଔଷଧ ଦିଆଯାଇଥିଲା । ପରେ ଡାକ୍ତରୀ ଟିମକୁ ଡକା ଯାଇଥିଲା ।

Advertisment

ସ୍କୁଲ ପରିସରରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ଖାଇବାକୁ ଦିଆଯିବା ପରେ ସଂଧ୍ୟା ସୁଦ୍ଧା ସମସ୍ତେ ସୁସ୍ଥ ଅନୁଭବ କରିଥିବା ସ୍କୁଲ ଅଧ୍ୟକ୍ଷ କହିଛନ୍ତି। ତେବେ, ଜଳ ସଂକ୍ରମଣ ନା ଖାଦ୍ୟ ସଂକ୍ରମଣ ପାଇଁ ଏପରି ହେଲା ତାହା ସ୍ପଷ୍ଟ ହୋଇ ନାହିଁ । ୭ ଜଣିଆ ଡାକ୍ତରୀ ଟିମ ଜଳ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନେଇଛନ୍ତି । ଆଗାମୀ ୭ ଦିନ ପର୍ଯ୍ୟନ୍ତ ପିଲା ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖାଯିବ ବୋଲି ଅଧ୍ୟକ୍ଷ କହିଛନ୍ତି। ଗତ ୧୦ ତାରିଖ ରାତି ଭୋଜନରେ ଭାତ, ରୁଟି, ଡାଲି, ତରକାରୀ ସହ କ୍ଷିରୀ ଖାଇଥିଲେ ଛାତ୍ରଛାତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ