Advertisment

Mukti Kothari: ଦେବଭୂମୀ ଉତ୍ତରାଖଣ୍ଡର ହଣ୍ଟେଡ୍ ପ୍ଲେସ୍ , ଆଜି ବି ଘୁରିବୁଲନ୍ତି ଆତ୍ମା ! ଡାକ୍ତରଙ୍କ ଭବିଷ୍ୟବାଣୀ...

ମୁକ୍ତି କୋଠରୀର ଇତିହାସ ଆପଣଙ୍କୁ ଭୟଭୀତ କରିବା ସହ ଆଶ୍ଚର୍ଯ୍ୟ ବି କରିବ । ପ୍ରାରମ୍ଭିକ ଦିନରେ ଏହି ବଙ୍ଗଳାରେ ଏକ ବ୍ରିଟିଶ ପରିବାର ରହୁଥିଲେ। ପରେ ସେହି ବ୍ରିଟିଶ ପରିବାର ଏହି ବଙ୍ଗଳାକୁ ହସ୍ପିଟାଲ ନିର୍ମାଣ ପାଇଁ ଦାନ କରିଦେଇଥିଲେ।

Mukti Kothari

Mukti Kothari

Advertisment

ଦେବଭୂମି ନାମରେ ପ୍ରସିଦ୍ଧ ଉତ୍ତରାଖଣ୍ଡରେ ଆପଣଙ୍କୁ ଅନେକ ପବିତ୍ର ସ୍ଥାନ ଦେଖିବାକୁ ମିଳିବ। ପ୍ରତିବର୍ଷ ଏଠାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ନିଜ ଭଗବାନଙ୍କ ଦର୍ଶନ ପାଇଁ ଆସନ୍ତି। ଅନ୍ୟପଟେ, ଏହି ପବିତ୍ର ଭୂମିରେ ଭାରତର ସବୁଠାରୁ ଭୟଙ୍କର ସ୍ଥାନ ବା ହଣ୍ଟେଡ୍ ପ୍ଲେସ ରହିଛି ।ଏହି ସ୍ଥାନ ଚମ୍ପାବତ ଜିଲ୍ଲାର ଲୋହାଘାଟରେ ଅଛି।

Advertisment
huntedhunted

ଏଠାରେ ମୁକ୍ତି କୋଠରୀ ନାମକ ଏକ ବଙ୍ଗଳା ଅଛି, ଯାହାର ଆଖପାଖ ଅଞ୍ଚଳକୁ ଭାରତର ସବୁଠାରୁ ଭୟଙ୍କର ସ୍ଥାନ ମଧ୍ୟରେ ଗଣାଯାଏ। ଆଖପାଖରେ ରହୁଥିବା ଲୋକଙ୍କ କହିବା ଅନୁଯାୟୀ ଏଠାରେ ଅଜଣା ଓ ଅଦ୍ଭୁତ ଶବ୍ଦ ସବୁ ଶୁଣାଯାଏ। ଏହି କାରଣରୁ କୌଣସି ସ୍ଥାନୀୟ ବ୍ୟକ୍ତି ମୁକ୍ତି କୋଠରୀ ନିକଟକୁ ଯିବାକୁ ସାହସ କରନ୍ତି ନାହିଁ।

huntedhunted

ଗତ କିଛି ବର୍ଷ ମଧ୍ୟରେ ଏହି ସ୍ଥାନରେ ଅନେକ ରହସ୍ୟମୟ ଘଟଣା ଘଟିଛି। ମୁକ୍ତି କୋଠରୀର ଇତିହାସ ଆପଣଙ୍କୁ ଭୟଭୀତ କରିବା ସହ ଆଶ୍ଚର୍ଯ୍ୟ ବି କରିବ । ପ୍ରାରମ୍ଭିକ ଦିନରେ ଏହି ବଙ୍ଗଳାରେ ଏକ ବ୍ରିଟିଶ ପରିବାର ରହୁଥିଲେ। ପରେ ସେହି ବ୍ରିଟିଶ ପରିବାର ଏହି ବଙ୍ଗଳାକୁ ହସ୍ପିଟାଲ ନିର୍ମାଣ ପାଇଁ ଦାନ କରିଦେଇଥିଲେ।

Advertisment
huntedhunted

ଏହି ବଙ୍ଗଳା ହସ୍ପିଟାଲ ହେବା ପରେ ଅନେକ ଲୋକ ଏଠାକୁ ଚିକିତ୍ସା ପାଇଁ ଆସୁଥିଲେ। ହଠାତ୍ ଜଣେ ନୂଆ ଡାକ୍ତରଙ୍କ ଆଗମନ ପରେ ସବୁକିଛି ବଦଳିଗଲା। ଏହି ଡାକ୍ତର ରୋଗୀମାନଙ୍କୁ ଦେଖିବା ପରେ ସେମାନଙ୍କ ମୃତ୍ୟୁ ପୂର୍ବରୁ ଏକଥା ଦାବି କରୁଥିଲେ ଯେ ସେ କେବେ ମୃତ୍ୟୁବରଣ କରିବେ।

huntedhunted

ଆଉ ଆଶ୍ଚର୍ଯ୍ୟର କଥା ବି ରୋଗୀଙ୍କ ମୃତ୍ୟୁ ଠିକ୍ ସେହି ଦିନ ଓ ସେହି ସମୟରେ ହେଉଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଡାକ୍ତର ସେହି ରୋଗୀମାନଙ୍କୁ ଏକ ଗୁପ୍ତ କୋଠରୀ (ମୁକ୍ତି କୋଠରୀ)କୁ ନେଇ ହତ୍ୟା କରୁଥିଲେ, ଯେପରି ତାଙ୍କ ଭବିଷ୍ୟବାଣୀ ଭୁଲ ପ୍ରମାଣିତ ନ ହୁଏ।

Advertisment
huntedhunted

ଯେଉଁ ରୋଗୀମାନଙ୍କୁ ସେହି ଡାକ୍ତର ନିଜ ଭବିଷ୍ୟବାଣୀ ସତ୍ୟ କରିବା ପାଇଁ ହତ୍ୟା କରିଥିଲେ, ସେମାନଙ୍କ ଆତ୍ମା ଆଜି ମଧ୍ୟ ମୁକ୍ତି କୋଠରୀରେ ଘୁରି ବୁଲୁଛି । ଏହି କାରଣରୁ ଆଜି ମଧ୍ୟ କୌଣସି ବ୍ୟକ୍ତି ସେହି ସ୍ଥାନ ନିକଟକୁ ଯିବାକୁ ସାହସ କରନ୍ତି ନାହିଁ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏଠାରେ ଅନେକ ରହସ୍ୟମୟ ଘଟଣା ଘଟିଯାଇଛି । ଯାହାର କାହାଣୀ ଲୋକଙ୍କୁ ଆଜି ବି ଭୟଭୀତ କରାଏ ।

Uttarakhand
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ