Advertisment

ଜେଜେ IAS ଅଫିସର, ବାପା ଆସୋସିଏଟ୍ ପ୍ରଫେସର୍ ! ମେଳାରେ ଯୁବତୀ ବିକୁଛନ୍ତି ଦହିବରା

ମୋଟା ଅଙ୍କର ଦରମା ପାଇ ବି ଦହିବରା ବିକୁଛନ୍ତି ଆଶ୍ୟୁକ୍ତା

ଅଦ୍ୟତନ ହୋଇଛି
Special story

Special story

Advertisment

ଘରେ ଟଙ୍କା ପଇସାର ଅଭାବ ନାହିଁ, ଅଚଳାଚଳ ସମ୍ପତି । ବାପା ସରକାରୀ ଶିକ୍ଷାନୁଷ୍ଠାନରେ ଆସୋସିଏଟ୍ ପ୍ରଫେସର୍। ଜେଜେ ଥିଲେ IAS ଅଫିସର। ମାଆ ଗୋଟିଏ ପବ୍ଲିକ ସ୍କୁଲ୍ ଚଲାଉଛନ୍ତି । ତଥାପି ମେଳାରେ ବସି ଝିଅ ବିକୁଛି ଦହିବରା ଆଳୁଦମ, ପାମ୍ପଡ଼ି ଚାଟ ଆଉ ଘୁଗୁନି । ତେବେ ଶିକ୍ଷିତ ଯୁବତୀଙ୍କ ଦହିବରା ଆଳୁଦମ ବିକ୍ରି ପଛରେ ଲୁଛି ରହିଛି ଏକ ହୃଦୟସ୍ପର୍ଶୀ କାହାଣୀ ।

Advertisment

ଆଶ୍ୟୁକ୍ତା ଜଣେ ମେଧାବୀ ଛାତ୍ରୀ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ OUAT ରୁ ଯୁକ୍ତ ଦୁଇ ପାସ କରିଛନ୍ତି। ମେକାନିକାଲ ଇଞ୍ଜିନିୟରିଂରେ ବିଟେକ ଡିଗ୍ରୀ ହାସଲ କରିଛନ୍ତି। XIMB ରୁ MBA ପାସ ମଧ୍ୟ କରିଛନ୍ତି। ଖାଲି ସେତିକି ନୁହେଁ, ସେ ଓଡ଼ିଶୀ ନୃତ୍ୟରେ ମଧ୍ୟ କିଛି କମ୍ ନୁହେଁ। ଏବେ ସେ ଇଫକୋରେ ଭଲ ଦରମା ପାଇ ଚାକିରି ମଧ୍ୟ କରୁଛନ୍ତି।

କିନ୍ତୁ ଭୁବନେଶ୍ୱର ରେ ଚାଲୁଥିବା ଏକ ମେଳାରେ ଷ୍ଟଲ ଲଗାଇ ଦହିବରା ଆଳୁଦମ, ପାମ୍ପଡ଼ି ଚାଟ, ବିକି କରୁଛନ୍ତି । କାକରା ପିଠା, ପକୁଡ଼ି, ସମୋଷା ଚାଟ, ପାମ୍ପଡି ଚାଟ, ଦହିବରା ଆଳୁଦମ ଆଦି ଭଳିକି ଭଳି ପାଟି ସୁଆଦିଆ ଜିନିଷ ତାଙ୍କ ଷ୍ଟଲ୍‌ରେ ଅଛି । ଦେଖିଲେ ଖାଇବାକୁ ଭାରି ଇଛା ହେଉଛି । ପିଲା ଠାରୁ ଆରମ୍ଭ କରି ଯୁବକ ଯୁବତୀ ଓ ବୟସ୍କ ଲୋକେ ବେଶ୍ ଆନନ୍ଦ ରେ ଖାଉଛନ୍ତି । ପୁରା ଘରେ ମାଆ ହାତ ରନ୍ଧା ଭଳି ସ୍ଵାଦ। ଷ୍ଟଲ୍ ଆଗରେ ଗ୍ରାହକଙ୍କ ଭିଡ଼ ଜମୁଛି ।

Advertisment

ତେବେ ଏଥିରୁ ଯାହା ରୋଜଗାର ହେବ ଆଶ୍ୟୁକ୍ତା ସେ ଟଙ୍କା ରଖିବେ ନାହିଁ । ଅସହାୟ କୁନିକୁନି ପିଲାଙ୍କ ପାଇଁ ଏବଂ ବୃଦ୍ଧାଶ୍ରମରେ ରହୁଥିବା ବୁଢ଼ାବୁଢିଙ୍କ ପାଇଁ ସବୁ ଯିବ । ଏହାସହ ସ୍ତନକର୍କଟରେ ପିଡୀତ ମହିଳାଙ୍କ ପାଇଁ ଆଶ୍ୟୁକ୍ତା ସବୁ ଅର୍ଥ ଦାନ କରିଦେବେ । ଖାସ୍ ସେଇଥି ପାଇଁ ସେ ଏଠାରେ ଏହି ଟିଫିନ୍ ଷ୍ଟଲ୍ ପକାଇଛନ୍ତି।

ଆଶ୍ୟୁକ୍ତା ଯେଉଁ ଖାଦ୍ୟପଦାର୍ଥ ସବୁ ଆଣି ବିକ୍ରି କରୁଛନ୍ତି ସେ ସବୁ ତାଙ୍କ ମାଆଙ୍କ ସହିତ ଅନ୍ୟ ଝିଅମାନେ ମିଶି ଘରେ ତିଆରି କରିଛନ୍ତି । ମାଆଙ୍କ ସାହାଯ୍ୟ ବିନା ସେ ଏତେ କଥା କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି। ଜଣେ ପାଠୋଇ ରୋଜଗାରକ୍ଷମ ଝିଅର ଏ ନିଆରା ପ୍ରୟାସ ଦେଖି ଏଠାକୁ ଆସୁଥିବା ଗ୍ରାହକ ମାନେ ମଧ୍ୟ ଖୁସ୍।

Advertisment

ଆଜିକାଲି ଯୁବକଯୁବତୀ ମାନେ କିଛି ନୂଆ କରି ଦେଖାଇବାର ଟ୍ରେଣ୍ଡ୍ ଆରମ୍ଭ ହୋଇଗଲାଣି । କିଏ ନିଜକୁ ବିଟେକ୍ ଚାଏ ବାଲା କହୁଛି ତ ଆଉ କିଏ ଏମବିଏ ବିରିୟାନି ନାଁରେ ଷ୍ଟଲ୍ ଖୋଲୁଛନ୍ତି । ପାଠଶାଠ ପଢି ନିଜେ ସ୍ୱାଧୀନ ହେବାର ମାନସିକତା ଧୀରେ ଧୀରେ ବିକଶିତ ହେଉଛି । ହେଲେ ଏଠି ଆଶ୍ୟୁକ୍ତା ତା ଠୁ ଆଉ ଦୁଇପାଦ ଆଗକୁ ବଢ଼ିଯାଇଛନ୍ତି ।

(ରିପୋର୍ଟ- ନିରଞ୍ଜନ ରେଡ୍ଡୀ, ଭୁବନେଶ୍ୱର)

Inspiring Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ