Advertisment

ମଧୁବାବୁ ପେନସନ୍ ଯୋଜନାରେ ଗଫଲତି : ଅଯୋଗ୍ୟଙ୍କୁ ମିଳୁଛି ଭତ୍ତା, ହେଲେ . .

ବିନା ସରକାରୀ ମଞ୍ଜୁରୀରେ ଗରଦପୁର ବ୍ଲକ ସାନଅଢଙ୍ଗା ପଞ୍ଚାୟତର ୭୭ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଗ୍ୟ ହିତାଧିକାରୀ ସଜାଇ ଭତ୍ତା କରାଯାଇଛି।

ଅଦ୍ୟତନ ହୋଇଛି
Yojana Ra Na Hariloot

jojana Ra Na Hariloot

Advertisment

ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ବଣ୍ଟନରେ ଅନିୟମିତତା। କାହାର ମା’ ତ କାହାର ବାପା ପୁଣି କାହାର ସ୍ତ୍ରୀ ନାଁରେ ହୋଇଛି ଭତ୍ତା। ଅଥଚ ଜାଣିନାହାନ୍ତି ହିତାଧିକାରୀ। କେନ୍ଦ୍ରାପଡ଼ା ଜିଲ୍ଲା ରେ ମଧୁବାବୁ ପେନସନ୍ ଯୋଜନାରେ ବ୍ୟାପକ ଗଫଲତି ସାମ୍ନାକୁ ଆସିଛି । ବିନା ସରକାରୀ ମଞ୍ଜୁରୀରେ ଗରଦପୁର ବ୍ଲକ ସାନଅଢଙ୍ଗା ପଞ୍ଚାୟତର ୭୭ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଗ୍ୟ ହିତାଧିକାରୀ ସଜାଇ ଭତ୍ତା କରାଯାଇଛି। ୨୦୧୬ରୁ ୨୦୧୮ ମସିହା ମଧ୍ୟରେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ବଣ୍ଟନରେ ହୋଇଛି ଏମିତି ଜାଲିଆତି।

Advertisment

କେନ୍ଦ୍ରାପଡ଼ା ଗରଦପୁର ବ୍ଲକ୍‌ ସାନଅଢଙ୍ଗା ପଞ୍ଚାୟତର ସୁରତି ମଲ୍ଲ। ତାଙ୍କ ସ୍ୱାମୀ ବର୍ଷେ ତଳେ ମରିଛନ୍ତି । କିନ୍ତୁ ୬ ବର୍ଷ ତଳେ ତାଙ୍କ ସ୍ୱାମୀ ବଞ୍ଚିଥିବା ବେଳେ ତାଙ୍କର ବିଧବା ଭତ୍ତା ହୋଇଥିଲା । ଯାହାକୁ ସେ ନିଜେ ବ୍ଲକକୁ ଯାଇ କାଟିଥିଲେ।

ଅଧିକ ପଢ଼ନ୍ତୁ: ଚାଷୀଙ୍କୁ ମିଳୁନି ଫାଇଦା, ଅଫିସରଙ୍କ ପକେଟ ଗରମ୍‌

ଜଣେ ବ୍ୟକ୍ତିଙ୍କୁ ୬୦ ବର୍ଷ ହୋଇଥିଲେ ସେମାନଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ସାମିଲ କରାଯାଏ, ସେମାନେ ମାସିକ ଭତ୍ତା ପାଇଥାନ୍ତି। କିନ୍ତୁ ସାନଅଢଙ୍ଗା ପଞ୍ଚାୟତରେ ୪୦ ବର୍ଷର ବ୍ୟକ୍ତିଙ୍କ ନାଁରେ ହୋଇଛି ଭତ୍ତା। ସଧବା ମହିଳାଙ୍କ ନାଁରେ ବିଧବା ଭତ୍ତା ଆସୁଛି। ବିନା ସରକାରୀ ମଞ୍ଜୁରୀ, ବିଡିଓଙ୍କ ବିନା ଅନୁମୋଦନରେ ବେଆଇନ୍ ଭାବେ କରାଯାଇଛି ଭତ୍ତା। ସବୁ ବହିରେ ତତ୍କାଳୀନ ତଥା ବର୍ତ୍ତମାନର ସରପଞ୍ଚ ଅଭୟ ମଲ୍ଲଙ୍କ ନାଁ ଲେଖାଯାଇଛି। ତେଣୁ ଭତ୍ତା ଜାଲିଆତିରେ ସରପଞ୍ଚ ହିଁ ମୁଖ୍ୟ କାର୍ପଟଦାର ବୋଲି ଲୋକେ ସିଧା ସିଧା ଅଭିଯୋଗ କରିଛନ୍ତି।

Advertisment

ସାନଅଢଙ୍ଗା ପଞ୍ଚାୟତରେ ଭତ୍ତା ବଣ୍ଟନରେ ଏଭଳି ଅନିୟମିତତା ନେଇ ବାରମ୍ବାର ଅଭିଯୋଗ ପରେ ଆରଟିଆଇରୁ ତଥ୍ୟ ମାଗିଥିଲେ ମନୋଜ ନାୟକ। ଆରଟିଆଇରୁ ଜଣାପଡିଛି, ୭୭ ଜଣ ଅଯୋଗ୍ୟ ଲୋକଙ୍କ ନାଁରେ ସେମାନଙ୍କ ଅଜାଣତରେ ଭତ୍ତା ହୋଇଛି ଏବଂ ବର୍ଷ ବର୍ଷ ଧରି ଟଙ୍କା ହଡପ୍ ହେଉଛି।

ଖାଲି ସାନଅଢଙ୍ଗା ନୁହେଁ, ଗରଦପୁର ବ୍ଲକର ସମସ୍ତ ୧୮ଟି ପଞ୍ଚାୟତରେ ମରି ହଜି ଯାଇଥିବା ବ୍ୟକ୍ତି ଓ ମିଛ ପ୍ରମାଣପତ୍ରରେ ଦିବ୍ୟାଙ୍ଗ ଓ ବିଧବା ସଜାଇ ତାଙ୍କ ନାଁରେ ଚଞ୍ଚକତା କରି ଲକ୍ଷାଧିକ ଟଙ୍କା ଉଠାଯାଇଛି। ପେନସନ୍ ବହିରେ ସରପଞ୍ଚଙ୍କ ନାଁ ରହିଥିବା ବେଳେ ପ୍ରତି ମାସରେ ଟଙ୍କା ଉଠିଛି।

Advertisment

ଏ ସମ୍ପର୍କରେ ପୂର୍ବରୁ ବିଡିଓ, ଜିଲ୍ଲାପାଳ ସମସ୍ତଙ୍କୁ ଜଣାଯାଇଛି। ତତ୍କାଳୀନ ବିଡିଓ ସେତେବେଳର ସରପଞ୍ଚ ଓ ପିଇଓଙ୍କୁ ଚିଠି ଲେଖି ବିନା ମଞ୍ଜୁରୀରେ ହୋଇଥିବା ଭତ୍ତାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

ଅନେକ ଜାଗାରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଭତ୍ତା ଟଙ୍କା। କିନ୍ତୁ ଏଠି ଅଯୋଗ୍ୟ ହିତାଧିକାରୀଙ୍କ ନାଁରେ ସେମାନଙ୍କ ଅଗୋଚରରେ ଭତ୍ତା ମଞ୍ଜୁର ହୋଇଛି ଏବଂ ବର୍ଷ ବର୍ଷ ଧରି ଉଠାଚାଲିଛି, ଯାହାର ତଦନ୍ତ ଦରକାର।

Yojana Ra Na Hariloot Jojanara Na Hariloot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ