Advertisment

ଯେଉଁଠି ନକ୍ସଲ ପ୍ରସ୍ତୁତ କରୁଥିଲେ ବ୍ଲୁ-ପ୍ରିଣ୍ଟ : ଆଜି ସେଇଠି କମ୍ପ୍ୟୁଟର ଦକ୍ଷତା ବିକାଶ କେନ୍ଦ୍ର

ଦିନେ ନକ୍ସଲ ବସି ରଣନୀତି କରୁଥିଲେ, ଆକ୍ରମଣର ନକ୍ସା ପ୍ରସ୍ତୁତ କରୁଥିଲେ..ଏବେ ସେଇଠି ଚାଲିଛି କମ୍ପ୍ୟୁଟର ଶିକ୍ଷା...ବଦଳିଯାଇଛି ସ୍ୱାଭିମାନ ଅଞ୍ଚଳର ଲାଲଗୃହର ଠିକଣା

ଅଦ୍ୟତନ ହୋଇଛି
Maoist Area In Odisha

Computer centre

Advertisment

ବେଲୁନ୍ ବନ୍ଧା ହୋଇଛି, ଗେଟ୍ ସଜା ହୋଇଛି ।  ଆଉ ଛାତ୍ରଛାତ୍ରୀମାନେ ଭାରତ ମାତା କି ଜୟ ନାରା ବି ଦେଉଛନ୍ତି । ଅତିଥି ଆସି ନାଲିଫିତା କାଟିବା ପରେ ସମସ୍ତେ ଖୁସିରେ ତାଳି ବି ମାରିଲେ । ଏମିତି ଦୃଶ୍ୟ ଦେଖିବା ପରେ ନିଶ୍ଚୟ କିଛି ନୂଆ ଉଦଘାଟନ ହେଉଥିବା କଥା ଯିଏ ନାହିଁ ସିଏ କହିବ । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଲାଲଗୃହରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି ତାହାକୁ ନେଇ ଏବେ ପୂରା ଜିଲ୍ଲାରେ ଭାରି ଚର୍ଚ୍ଚା ।

Advertisment

ଦିନେ ଯେଉଁଠି ବସି ନକ୍ସଲ ନିଜର ରଣନୀତି ପ୍ରସ୍ତୁତ କରୁଥିଲେ, ଆକ୍ରମଣର ନକ୍ସା ପ୍ରସ୍ତୁତ କରୁଥିଲେ ଓ ପ୍ରଜାକୋର୍ଟ ପ୍ଳାନ୍ କରୁଥିଲେ । ଖାଲି ପ୍ଲାନ୍‌ କରୁଥିଲେ ତାହା ନୁହେଁ ବରଂ ବନ୍ଧୁକ ମୁନରେ ଲୋକଙ୍କୁ ଶାସନ କରୁଥିଲେ ଆଜି ତାହାର ଦୃଶ୍ୟ ପୂରା ବଦଳିଯାଇଛି । ସେଇଠି ଏବେ ଓଡ଼ିଶା ପୋଲିସର ଫଳକ ଲାଗିଛି । ନକ୍ସଲଙ୍କ ଅକ୍ତିଆରରେ ଥିବା ଲାଲଗୃହ ଏବେ ଦକ୍ଷତା ବିକାଶ କେନ୍ଦ୍ର ପାଲଟିଛି । ପିଲାଏ ସେଇଠି ବସି କମ୍ପ୍ୟୁଟର ଶିଖୁଛନ୍ତି ଓ ନିଜ ସ୍ୱପ୍ନ ପୂରଣ ପାଇଁ ପ୍ରସ୍ତୁତି କରୁଛନ୍ତି ।

ମାଲକାନଗିରି ପ୍ରଶାସନ ଓ BSF ପକ୍ଷରୁ ସ୍ୱାଭିମାନ ଅଞ୍ଚଳର ଜୋଡା ଆମ୍ବ ପଞ୍ଚାୟାତର ଦାର୍ଲାବେଦା ନିକଟରେ ଥିବା ଏକ ଗୃହରେ କମ୍ପ୍ୟୁଟର ଦକ୍ଷତା ବିକାଶ କେନ୍ଦ୍ରର ଉଦଘାଟନ କରାଯାଇଛି । ପୋଲିସ ଡିଆଇଜି ରାଜେଶ କୁମାର ପଣ୍ଡିତ ଏହି କମ୍ପ୍ୟୁଟର କେନ୍ଦ୍ରର ଉଦଘାଟନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କୁ ପାଞ୍ଚୋଟି କମ୍ପ୍ୟୁଟର ଦିଆଯାଇଥିବା ବେଳେ ଆଉ ଏକ ସେଣ୍ଟର ଖୋଲିବାର ଯୋଜନା ଥିବା ସହ ସ୍ୱାଭିମାନଞ୍ଚଳର ଛାତ୍ରଛାତ୍ରୀ କମ୍ପ୍ୟୁଟର ଦକ୍ଷତା ବିକାଶ କେନ୍ଦ୍ରରେ ଇଣ୍ଟରନେଟ, ୱାର୍ଡ ,ଏକ୍ସସେଲ, ଭଳି ବିଭିନ୍ନ ବିଷୟରେ ଶିକ୍ଷା ଲାଭ କରିପାରିବେ ବୋଲି ଡିଆଇଜି କହିଛନ୍ତି ।

Advertisment

ସେପଟେ ଛାତ୍ରଛାତ୍ରୀ ମଧ୍ୟ ନିଜ ଘର ପାଖରେ ମାଗଣା କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ଖୋଲିଥିବାରୁ ସମସ୍ତେ ବହୁତ ଖୁସି ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ । ପୂର୍ବରୁ ଏହି ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ପାଠ ପଢିବାକୁ ମାଲକାନାଗିରି ଯାଇ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଥିଲା । ମାତ୍ର ଏବେ ପୋଲିସ ପ୍ରଶାସନ ମାଗଣା କମ୍ପୁଟର ଶିକ୍ଷା ଯୋଗାଉଥିବାରୁ ପିଲାଏ ଉପକୃତ ହେବେ । ସମୟ ଅନୁସାରେ ବଦଳୁଛି ଲାଲ୍‌ଗଡର ଚିତ୍ର । ଯାହାକୁ ନେଇ ଏବେ ଚର୍ଚ୍ଚା ବଢିଛି ।

(ଚିତ୍ରକୋଣ୍ଡାରୁ ରତ୍ନାକର ପ୍ରଧାନଙ୍କ ରିପୋର୍ଟ)

Maoists
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ