Advertisment

ବାଘ ଆତଙ୍କରେ ଥରହର ନୂଆପଡ଼ା, ୭ ଦିମରେ ଗଲାଣି ୨ ଜଣଙ୍କ ଜୀବନ

ବାଘ ଆତଙ୍କକୁ ନେଇ ଚର୍ଚ୍ଚାରେ ନୂଆପଡ଼ା। ଜଙ୍ଗଲରୁ ଗାଁ ମୁହାଁ ହୋଇ ବାଘ କେତେବେଳେ ମଣିଷ ଶିକାର କଲାଣି, ତ କେତେବେଳେ ଗାଈ ଗୋରୁଙ୍କୁ ମାରି ଖାଇଦେଉଛି।

undefined

tiger

Advertisment

ବାଘ ଆତଙ୍କକୁ ନେଇ ଚର୍ଚ୍ଚାରେ ନୂଆପଡ଼ା। ଜଙ୍ଗଲରୁ ଗାଁ ମୁହାଁ ହୋଇ ବାଘ କେତେବେଳେ ମଣିଷ ଶିକାର କଲାଣି, ତ କେତେବେଳେ ଗାଈ ଗୋରୁଙ୍କୁ ମାରି ଖାଇଦେଉଛି। ଏମିତିକି ଗତ ୭ ଦିନ ମଧ୍ୟରେ ନୂଆପଡ଼ା ସଦର ବ୍ଲକ୍ ଅଞ୍ଚଳରେ ବାଘ ଆକ୍ରମଣରେ ଦୁଇ ଜଣଙ୍କ ଜୀବନ ଯିବା ପରେ ଲୋକେ ଦିନରେ ବି ପଦାକୁ ବାହାରିବାକୁ ଡରୁଛନ୍ତି। ଗତକାଲି ସଦର ବ୍ଲକ୍ କୋଦୋପାଲିରୁ ଏକ କଲରାପତରିଆକୁ ବନ ବିଭାଗ କାବୁ କରିବାକୁ ସକ୍ଷମ ହୋଇଥିଲେ ବି ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

Advertisment

ଜଙ୍ଗଲରେ ନୁହେଁ, ନୂଆପଡ଼ାରେ ଏବେ ଗାଁ ଗାଁରେ ବାଘ ଆତଙ୍କ। ନୂଆପଡ଼ା ଧରମବନ୍ଧା ସେକ୍ସନ୍ କୋଦପାଲି ଗାଁରେ ଗତକାଲି ସଂଧ୍ୟାରେ ଜଣେ ନାବାଳକକୁ ଆକ୍ରମଣ କରି କ୍ଷତାକ୍ତ କରିବା ପରେ ରାତିରେ କଲରାପତରିଆ ବାଘଟି ଗାଁର ଜଣଙ୍କ ଘର ଛାତ ଉପରେ ଥିଲା। ପରେ ବନ ବିଭାଗ ଟିମ୍ ବାଘଟିକୁ ବହୁତ କଷ୍ଟରେ ଜନ୍ତରେ ଫସାଇବାକୁ ସକ୍ଷମ ହୋଇଥିଲା। ଯନ୍ତାରେ କଲରାପତରିଆ। ବାହାରେ ଲୋକଙ୍କ ରାଗ ଓ ଆକ୍ରୋଶ। କାରଣ ଗାଈ ଗୋରୁଙ୍କୁ ମାରି ଖାଇବା ପରେ ଗତ ଶୁକ୍ରବାର ପାଖ ସିଲିଆରିବାହାଲ ଗାଁର ଜଣେ ମହିଳା ରାମେଶ୍ୱର ବାଇ ଓ ଗତ ୩୧ ତାରିଖରେ ଏଠୁ ୭-୮ କିଲୋମିଟର ଦୂର କଟିଙ୍ଗପାଣି ଗାଁରେ ଦାଣ୍ଡରେ ଖେଳୁଥିବା ଛୋଟ ଶିଶୁକୁ ଝାମ୍ପିନେଇ ମାରି ଖାଇଦେଇଥିଲା ନରଖାଦକ। ତେଣୁ ଯନ୍ତାରେ ପଡ଼ିଥିବା ଏ ବାଘକୁ ଲୋକଙ୍କ ଆକ୍ରୋଶରୁ ସୁରକ୍ଷିତ ଉଦ୍ଧାର କରିବାକୁ ନାକେଦମ୍ ହୋଇଥିଲା ବନ ବିଭାଗ।

ବଡ଼ କଥା ହେଉଛି, ଲୋକଙ୍କ କହିବା ଅନୁସାରେ ସୁନାବେଡ଼ା ଅଭୟାରଣ୍ୟ ହେଉକି ଟେରିଟୋରିଆଲ୍ ଫରେଷ୍ଟ। କଲରାପତରିଆଙ୍କ ସଂଖ୍ୟା ବଢ଼ିବା ସହ, ଦିନୁ ଦିନ ସେମାନଙ୍କ ଆତଙ୍କ ବି ବଢ଼ି ଚାଲିଛି। ଫଳରେ ନୂଆପଡ଼ା ବ୍ଲକର ଧରମବନ୍ଧା, ଭରୁଆ ମୁଣ୍ଡା, ଆମାନାରା ଓ କୋମନା ବ୍ଲକର କିଛି ଅଞ୍ଚଳରୁ ଗଲା ବର୍ଷକରେ ବାଘ ଆକ୍ରମଣରେ ୩୦ରୁ ଊର୍ଦ୍ଧ୍ୱ ଗୃହପାଳିତଙ୍କ ପଶୁଙ୍କ ସହ ୩ ଜଣ ମଣିଷଙ୍କ ଜୀବନ ଗଲାଣି। ତେବେ ଏଇ ୭-୮ ଦିନ ଧରି ପୁଣି ବାଘ ମାତିଥିବାରୁ ଆତଙ୍କରେ ଲୋକେ। ବାଘ ଡରରେ ନା ଜଙ୍ଗଲକୁ ଯାଇ ପାରୁଛନ୍ତି, ନା ଜମିକୁ। ନା ପାଖ ବଜାରଘାଟ।

Advertisment

ଏପରିକି ବୟସ୍କ ବ୍ୟକ୍ତି ଓ ଛୋଟ ପିଲା ବାଘଙ୍କ ସହଜ ଶିକାର ପାଲଟୁଥିବାରୁ ନା ବୃଦ୍ଧବୃଦ୍ଧା ଭତ୍ତା ଟଙ୍କା ପାଇଁ ବ୍ୟାଙ୍କ ଯାଇ ପାରୁଛନ୍ତି, ନା ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଦେଉଛନ୍ତି ବାପା-ମାଆ।

ବାରମ୍ବାର କଲରାପତରିଆଙ୍କ ଉତ୍ପାତ ବଢ଼ି ଚାଲିଥିବାରୁ ବନ ବିଭାଗ ପ୍ରତି ବି ଲୋକଙ୍କ ଆକ୍ରୋଶ ବଢ଼ିଛି। ଡିଏଫ୍ଓ କହିଛନ୍ତି ଜଙ୍ଗଲ ପାଖରେ ଗାଁ ଥିବାରୁ  କଲରାପତରିଆ ବେଳେବେଳେ ଜନବସତିକୁ ପଶି ଆସୁଛନ୍ତି। ତେବେ ଲୋକଙ୍କ ସୁରକ୍ଷା ପାଇଁ ଏବେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି।

Advertisment

ସେପଟେ କୋଦୋପାଲିରୁ ଧରା ପଡ଼ିଥିବା କଲରାପତରିଆକୁ ଏବେ ବନବିଭାଗର ନୂଆପଡ଼ା ରେଞ୍ଜ ଅଫିସରେ ରଖାଯାଇଛି। ଲୋକଙ୍କ ଆକ୍ରୋଶରୁ ସାମାନ୍ୟ ଆହତ ହୋଇଥିବା କଲରାପତରିଆଟି ସୁସ୍ଥ ହେଲେ ତାକୁ କେଉଁଠି ଛଡ଼ାଯିବ, ତାହା ପିସିସିଏଫ୍ ନିଷ୍ପତ୍ତି ନେବେ ବୋଲି ସ୍ଥାନୀୟ ଡିଏଫଓ କହିଛନ୍ତି।

Tiger Attack Leopard Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ