• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମାଲକାନଗିରିର ବୁଦ୍ଧିଆ ସିଂ । ଯେଉଁ ବୟସରେ ଖେଳିବା ବୁଲିକା କଥା ସେ ବୟସରେ ଦୌଡ଼ରେ ରେକର୍ଡ କରିଛନ୍ତି । ବିଶ୍ରାମ ନନେଇ ମାତ୍ର ୬ ବର୍ଷ ବୟସରେ ଦୌଡ଼ିଛନ୍ତି ୧୭ କିଲୋମିଟର । ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ଓ ଖୁସିରେ ଗଦ ଗଦ ବି ହୋଇଯିବେ ।

ମାଲକାନଗିରି କେନ୍ଦ୍ରୀୟ ବିଦ୍ୟାଳୟରେ ପଡ଼ୁଥିବା ପ୍ରଥମ ଶ୍ରେଣୀ ପଢ଼ୁଥିବା ରୁଦ୍ର ସେଠୀ ଆଜି ୧୭ କିଲୋମିଟର ଦୌଡ଼ିଛନ୍ତି । ଜିଲ୍ଲାରେ ଆୟୋଜିତ ହୋଇଥିବା ମାଲ୍ୟବନ୍ତ ମହୋତ୍ସବରେ ସେ ସମସ୍ତଙ୍କୁ ଚକିତ କରାଇଛନ୍ତି । ସେ ଆଜିର ଉତ୍ସବର ମୁଖ୍ୟ ଆକର୍ଷଣ ବୋଲି କହିଲେ ଚଳେ । ଦୌଡ଼ି ଦୌଡ଼ି ୧୭ କିଲୋମିଟର ଯାଇଛନ୍ତି । ଏତେ ଦୂର ଦୌଡ଼ିବା ପରେ ମଧ୍ୟ ସେ ଆଦୌ ଥକି ପଡ଼ିନାହାନ୍ତି ।

ତେବେ ରୁଦ୍ର ଏପରି ଅଚାନକ ଦୌଡ଼ି ନାହାନ୍ତି, ୩ ବର୍ଷ ବୟସରୁ ସେ ଦୌଡ଼ିବା ନେଇ ଅଭ୍ୟାସ କରନ୍ତି । ସକାଳୁ ଉଠିବା ପରେ ରୁଦ୍ରଙ୍କ ଦିନର ପ୍ରଥମ କାମ ହେଉଛି ରନିଂ । ଆଗକୁ ଭାରତ ପାଇଁ ପ୍ରତିନିଧିତ୍ୱ କରିବା ନେଇ ରୁଦ୍ରଙ୍କ ପରିବାର ଲୋକେ ବେଶ୍ ଆଶା ରଖିଛନ୍ତି । ରୁଦ୍ରଙ୍କ ଅଜା ପୋଲିସ୍ ହାବିଲଦାର । ଆଉ ସେ ଅଜାଙ୍କ ସହ ପ୍ରତ୍ୟେକ ଦିନ ପଡ଼ିଆରେ ଅଭ୍ୟାସ କରୁଛି ।