Advertisment

ପୁଣି ବଢ଼ିଲା କମର୍ସିଆଲ ଗ୍ୟାସ୍ ଦର !

ଚେନ୍ନାଇରେ ଏହାର ଦାମ ପୂର୍ବରୁ ୧୯୩୭ ଟଙ୍କା ଥିବା ବେଳେ ଏବେ ତାହା ୧୯୪୪ ଟଙ୍କା ହୋଇଛି। ତେବେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି ।

ଅଦ୍ୟତନ ହୋଇଛି
Commercial Gas Cylinder Price Hike

Commercial Gas Cylinder

Advertisment

ଗୋଟିଏ ପଟେ ବଜାରରେ ପନିପରିବା ଦର ଆକାଶ ଛୁଆଁ ରହିଥିବା ବେଳେ ମଧ୍ୟବିତ୍ତଙ୍କ ହାଣ୍ଡିଶାଳରେ ପଡ଼ିଛି ଚଡ଼କ । ଖାଉଟି ପରିବା ଆଣିବାକୁ ଗଲା ବେଳେ ୧୦୦ ଥର ଚିନ୍ତା କରୁଛି । ଏଭଳି ଭିଡ଼ାଟଣା ସ୍ଥିତି ଭିତରେ କମର୍ସିଆଲ ଗ୍ୟାସ୍‌ ଦର ବୃଦ୍ଧି ଆହୁରି ଚିନ୍ତା ବଢ଼ାଇଛି । ଆଜି ସକାଳୁ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ ୭ ଟଙ୍କା ବୃଦ୍ଧି ପାଇଛି ।

Advertisment

ନୂଆ ରେଟ୍‌ ଲାଗୁ ହେବା ପରଠୁ ଦିଲ୍ଲୀରେ ୧୯ କେଜି କମର୍ସିଆଲ ସିଲିଣ୍ଡର ଦର ପୂର୍ବରୁ ୧୭୭୩ ଥିବା ବେଳେ ଆଜି ନୂଆ ଦର ଅନୁଯାୟୀ ୧୭୮୦ ଟଙ୍କା ହୋଇଛି। କୋଲକତାରେ ୧୯ କେଜି କମର୍ସିଆଲ ଗ୍ୟାସ୍‌ ଦାମ ୧୮୭୫.୫୦ ଟଙ୍କାରୁ ବଢ଼ି ୧୮୮୨.୫୦ ଟଙ୍କାରେ ପହଞ୍ଚିଛି। ଏହାବାଦ ମୁମ୍ବାଇରେ ଏହାର ଦାମ ୧୭୨୫ ଟଙ୍କାରୁ ୧୭୩୨ ଟଙ୍କାରେ ପହଞ୍ଚିଛି । ଚେନ୍ନାଇରେ ଏହାର ଦାମ ପୂର୍ବରୁ ୧୯୩୭ ଟଙ୍କା ଥିବା ବେଳେ ଏବେ ତାହା ୧୯୪୪ ଟଙ୍କା ହୋଇଛି।

ତେବେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି । ଘରୋଇ ୧୪ କେଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇ ନଥିବା ଜଣାଯାଇଛି । ଘରୋଇ ଗ୍ୟାସ୍‌ ସିଲିଣ୍ଡର ଦାମ ଶେଷ ଥର ମାର୍ଚ୍ଚ ପହିଲାରେ ୫୦ ଟଙ୍କା ବଢ଼ିଥିଲା।

Advertisment

ସୂଚନାଯୋଗ୍ୟ, ସବୁବେଳେ ମାସ ଆରମ୍ଭରେ ଏଲପିଜି ଦର ପରିବର୍ତ୍ତନ ହୋଇଥାଏ। ମାତ୍ର ଚଳିତ ଥର ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ୪ ତାରିଖରେ ଗ୍ୟାସ୍‌ର ଦାମ୍‌ ବଢ଼ିବା ଘଟଣାକୁ ସାଧାରଣ ଲୋକେ ଗ୍ରହଣ କରି ପାରୁ ନାହାନ୍ତି।

ଶେଷ ଥର ପାଇଁ ମାର୍ଚ୍ଚ ମାସରେ କମର୍ସିଆଲ ଗ୍ୟାସ୍‌ ଦର ବୃଦ୍ଧି ପାଇଥିବା ବେଳେ ମାତ୍ର ତିନି ମାସ ପରେ ପୁଣି ଗ୍ୟାସ୍‌ ଦର ବୃଦ୍ଧି ପାଇଛି । ସେତେବେଳେ ଏହି ଗ୍ୟାସ୍‌ ସର ସବୁଠୁ ଲମ୍ବା ଡିଆଁ ମାରି ୩୫୦.୫୦ ଟଙ୍କା ବଢ଼ିଥିଲା । ଏହାପରେ ଗତ ୨ ମାସ ହେଲା ତେଲ କମ୍ପାନୀମାନଙ୍କ ପକ୍ଷରୁ କମର୍ସିଆଲ ଗ୍ୟାସ୍‌ ଦର କମ୍‌ ହେଉଥିବା ବେଳେ ଆଜି ତାହା ବୃଦ୍ଧି ପାଇଛି। ଗତ ଜୁନ୍‌ ୧ ତାରିଖରେ କମର୍ସିଆଲ ସିଲିଣ୍ଡର ଦର ୮୩.୫ ଟଙ୍କା ଶସ୍ତା କରାଯାଇଥିଲା। ଏହା ପୂର୍ବରୁ ମେ’ ପହିଲାରେ ଏହି ଗ୍ୟାସ୍‌ ଦାମ ୧୭୨ ଟଙ୍କା କମ୍‌ ହୋଇଥିଲା।

Advertisment
LPG Gas Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ