Advertisment

ଭୁବନେଶ୍ୱର RBI ସମ୍ମୁଖରେ ସରୁନି ଲାଇନ ! ୨ ହଜାର ଟଙ୍କିଆ ବଦଳାଇଲେ ମିଳୁଛି ୫୦୦ ଟଙ୍କା

ବର୍ତ୍ତମାନ ଦାଲାଲମାନେ ପ୍ରତ୍ୟେକ ଦିନ ନୂଆ ନୂଆ ଲୋକ ଆଣି ଲାଇନରେ ଛିଡ଼ା କରୁଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
BHUBANESWAR RBI

BHUBANESWAR RBI

Advertisment

ଭୁବନେଶ୍ୱର ସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସରୁନି ଲାଇନ । ୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ଏବେ ବି ଲାଗୁଛି ଲମ୍ବା ଲାଇନ୍। ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଇବା ଲାଗି ଦିନକୁ ଦିନ ଅଧିକ ଲମ୍ବା ଲାଇନରେ ଛିଡ଼ା ହେଉଛନ୍ତି ଲୋକେ । ଲାଇନରେ ଥିବା ଲୋକଙ୍କ କହିବା ଅନୁସାରେ, ପୂର୍ବରୁ କାହାର ଟଙ୍କା ବଦଳାଇ ଦେଲେ ୩ ଶହ ଟଙ୍କା ମିଳୁଥିଲା । ଏବେ ୫ଶହ ଟଙ୍କା ମିଳୁଛି ।

Advertisment

ତେବେ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ କରାଯାଇଥିବା ନିୟମ ଅନୁସାରେ ଜଣେ ଲୋକ ସପ୍ତାହରେ ଥରେ ଡିପୋଜିଟ କରିପାରିବ। ତେଣୁ ବର୍ତ୍ତମାନ ଦଲାଲମାନେ ପ୍ରତ୍ୟେକ ଦିନ ନୂଆ ନୂଆ ଲୋକ ଆଣି ଲାଇନରେ ଛିଡ଼ା କରୁଥିବା ସୂଚନା ମିଳିଛି।

ତେବେ RBIରେ କାହା ଟଙ୍କା କିଏ ବଦଳାଉଛି । ସେ ନେଇ ଖବର ପ୍ରସାରଣ ପରେ EOW ନିଜ ତରଫରୁ ଆରମ୍ଭ କରିଥିଲା ତନାଘନା । ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଭୁବନେଶ୍ୱର RBIରୁ ସିସିଟିଭି ଫୁଟେଜ ଓ ତଥ୍ୟ ନେଇଥିବା ସୂଚନା ମିଳିଥିଲା । RBI ଅଫିସରଙ୍କ ସହ ମଧ୍ୟ ଏନେଇ ଅର୍ଥନୈତିକ ଅପରାଧ ଶାଖା ଟିମ୍ ଆଲୋଚନା କରିଥିଲା ।

Advertisment

ଏମିତିକି ଭୁବନେଶ୍ୱର RBI ସମ୍ମୁଖରେ ଇଓଡବ୍ଲୁ ଟିମ୍ ପହଞ୍ଚି ତନାଘନା କରିଥିଲା । ୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ବହୁ ସଂଖ୍ୟାରେ ଲୋକେ ଲାଇନରେ ରହୁଥିବାରୁ ଏହାକୁ ନେଇ ସନ୍ଦେହ ଦେଖାଦେଇଥିଲା । ଗରିବଙ୍କୁ ମୋହରା କରି କଳାଟଙ୍କା ଧଳା କରାଯାଉଥିବା ନେଇ ଚର୍ଚ୍ଚା ହୋଇଥିଲା । ଏମିତି କି ଧାଡ଼ିରେ ଛିଡ଼ା ହୋଇଥିବା ଲୋକେ ୩ ଶହ ଟଙ୍କା ମଜୁରି ନେଇ ନୋଟ ବଦଳାଉଥିବା କହିଥିଲେ । ତେଣୁ ପ୍ରଶ୍ନ ଉଠିଥିଲା ଏତେ ୨ ହଜାର ଟଙ୍କିଆ ନୋଟ୍ ଆସୁଛି କେଉଁଠୁ । କିଏ ଗରିବଙ୍କୁ କରୁଛି ମୋହରା ।

ତେବେ ଇଓଡବ୍ଲୁର ସେହି ତଦନ୍ତ, କଳା ଟଙ୍କାର ମୂଳ ଯାଏଁ କେବେ ପହଞ୍ଚିବ ? ତା ଉପରେ ସମସ୍ତଙ୍କ ନଜର ।

Advertisment

RBI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ