Advertisment

ଜରାଜୀର୍ଣ୍ଣ ଡାକବଙ୍ଗଳା...ଦିନେ ଏଇଠି ରହୁଥିଲେ ବ୍ରିଟିଶର

୧୫ ଇଞ୍ଚିଆ କାନ୍ଥ, ୨ ଫୁଟିଆ ମଜବୁତ ପିଲରରେ ଠିଆ ହୋଇଥିବା ବିଶାଳ ବଙ୍ଗଳାରେ ଏକାଧିକ କୋଠରୀ ରହିଛି । କୋଠରୀ ଗୁଡ଼ିକରେ ମଜବୁତ କାଠ କବାଟ ଝରକା ଲାଗିବା ସହିତ ମୁଖ୍ୟ ଦ୍ଵାରରେ ଲୁହାର ଗେଟ୍ ଲାଗିଛି । ଏହା ସତ୍ୱେ ରକ୍ଷଣାବେକ୍ଷଣା ଅଭାବରୁ ଏବେ ଭୂତ କୋଠୀରେ ପରିଣତ ହେଲାଣି।

ଅଦ୍ୟତନ ହୋଇଛି
Dakabangala

Dakabangala

Advertisment

ଅବହେଳିତ ଅବସ୍ଥାରେ ରାଜସ୍ୱ ବିଭାଗର କ୍ଵାର୍ଟର ଓ ଡାକ ବଙ୍ଗଳା । କବାଟ ଝରକା ଭାଙ୍ଗିଗଲାଣି, କାନ୍ଥ ଫାଟି ଆଁ କଲାଣି । ପ୍ରକୃତରେ ସେହି ଘରଟି ହେଉଛି ଗୋଟିଏ ଡାକ ବଙ୍ଗଳା ।  ଡାକ ବଙ୍ଗଳାଟି ରହିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡ଼ାରେ । ପୁରୁଣା ଡାକ ବଙ୍ଗଳାଟି ବ୍ରିଟିଶ ଅମଳରେ ନିର୍ମାଣ ହୋଇଥିଲା  । କୁହାଯାଏ ବ୍ରିଟିଶ ହାକିମ ମାନେ ଏଠାରେ ରହି ସ୍ଥାନୀୟ ଅଞ୍ଚଳରୁ ଟିକସ ଆଦାୟ କରୁଥିଲେ । ତେବେ ଦେଶ ସ୍ଵାଧୀନ ହେବା ପରେ ଏହି ଡାକ ବଙ୍ଗଳାଟି ରାଜସ୍ୱ ବିଭାଗ ଅଧୀନରେ ରହିଛି ।

Advertisment

୧୫ ଇଞ୍ଚିଆ କାନ୍ଥ, ୨ ଫୁଟିଆ ମଜବୁତ ପିଲରରେ ଠିଆ ହୋଇଥିବା ବିଶାଳ ବଙ୍ଗଳାରେ ଏକାଧିକ କୋଠରୀ ରହିଛି । କୋଠରୀ ଗୁଡ଼ିକରେ ମଜବୁତ କାଠ କବାଟ ଝରକା ଲାଗିବା ସହିତ ମୁଖ୍ୟ ଦ୍ଵାରରେ ଲୁହାର ଗେଟ୍ ଲାଗିଛି । ଏହା ସତ୍ୱେ ରକ୍ଷଣାବେକ୍ଷଣା ଅଭାବରୁ ଏବେ ଭୂତ କୋଠୀରେ ପରିଣତ ହେଲାଣି । ବଙ୍ଗଳାଟି ପରିତ୍ୟକ୍ତ ଅବସ୍ଥାରେ ରହିଥିବାରୁ କେହି ବ୍ୟବହାର କରିପାରୁନାହାନ୍ତି । ଅଞ୍ଚଳକୁ କେହି ସରକାରୀ ଅଧିକାରୀ ଆସିଲେ କିମ୍ବା ଜନ ପ୍ରତିନିଧି ଏବଂ ପର୍ଯ୍ୟଟକ ଗଲେ ଗୋଚ୍ଛାପଡ଼ାରେ ରହିବାର ସୁଯୋଗ ପାଉନାହାନ୍ତି । ତେଣୁ ଡାକ ବଙ୍ଗଳାକୁ ମରାମତି କରି ପୁନର୍ବାର ଚାଲୁ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଅଧିକ ପଢ଼ନ୍ତୁ: ଜରାଜୀର୍ଣ୍ଣ ଅବସ୍ଥାରେ ରବୀନ୍ଦ୍ରନାଥ ଟାଗୋରଙ୍କ ପାର୍ଥର ପୁରୀ ହଷ୍ଟେଲ

Advertisment

ରାଜସ୍ୱ ବିଭାଗ ବିଭିନ୍ନ ଟିକସ ଫାଇନ୍ ଏବଂ ଜମି ଖଜଣା ବାବଦରେ କୋଟି କୋଟି ଟଙ୍କା ଆଦାୟ କରି ସରକାରଙ୍କୁ ପ୍ରଦାନ କରୁଛି କିନ୍ତୁ ନିଜ ବିଭାଗର ଭଗ୍ନାଂଶ ଅବସ୍ଥାରେ ଥିବା କୋଠା ବାଡ଼ିକୁ ସଜାଡ଼ି ପାରୁନାହାନ୍ତି । ତେଣୁ ସରକାର କା ମାଲ୍, ଦରିଆ ମେଁ ଡାଲ୍ ଭଳି ଏହି ସବୁ କୋଠାବାଡ଼ି ନଷ୍ଟ ହେବାରେ ଲାଗିଛି । ସେପଟେ ରକ୍ଷଣାବେକ୍ଷଣା ଅଭାବରୁ ଭୂତକୋଠି ପାଲଟିଥିବା ଏହି ଡାକ ବଙ୍ଗଳା ବାବଦରେ ଫୁଲବାଣୀ ବିଧାୟକ କହିଛନ୍ତି, ସେ ଡାକ ବଙ୍ଗଳାକୁ ମରାମତି କରି ପୁନଃ ଚାଲୁ କରିବା ପାଇଁ ଫିରିଙ୍ଗିଆ ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ଡାକବଙ୍ଗଳାର ହେଉଛି ମରାମତି ।

Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ